ଭୁବନେଶ୍ବର:ଆଜି(ସୋମବାର) ରାଜଧାନୀ ନୂଆଦିଲ୍ଲୀ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM to leave for Delhi) । ଆଜି ସକାଳେ ଦିଲ୍ଲୀ ଅଭିମୁଖେ ନବୀନ ଗସ୍ତ କରିବାକୁ ଥିବା ବେଳେ ୬ ତାରିଖରେ ଭୁବନେଶ୍ବର ପ୍ରତ୍ୟାବର୍ତ୍ତନ କରିବେ । ତେବେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟାରେ ବସିବ ଭାରତର ଜି-୨୦ ସଭାପତିତ୍ବ ବୈଠକ । (India's G-20 presidency in Delhi) । ଏହି ବୈଠକରେ ଯୋଗଦେବା ଲାଗି ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତ କରିବେ ବୋଲି ଜଣାପଡ଼ିଛି ।
ଭାରତ ଡିସେମ୍ବର ୧ ତାରିଖରେ ଜି-୨୦ର ସଭାପତିତ୍ବ ଗ୍ରହଣ କରିଛି । ଆସନ୍ତା ବର୍ଷ ତଥା ୨୦୨୩ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଭାରତ ସଭାପତିତ୍ବ କରିବ । ଜି-୨୦ ର ସଭାପତିତ୍ବ ମଧ୍ୟରେ ଭାରତ ଦେଶର ୩୨ଟି ସ୍ଥାନରେ ମୋଟ ୨୦୦ଟି ବୈଠକର ଆୟୋଜନ କରିବ । ଭାରତ ଆୟୋଜକ ଭାବେ ଆସନ୍ତା ବର୍ଷ ଜି-୨୦ ସମିଟର ଆୟୋଜନ କରିବ । ଏଥିରେ ବିଭିନ୍ନ ରାଷ୍ଟ୍ରର ଅନେକ ହାଇ ପ୍ରୋଫାଇଲ ରାଷ୍ଟ୍ର ମୁଖ୍ୟ ଯୋଗଦେବେ । ଯାହାକି ଏକ ବୃହତ ଆନ୍ତର୍ଜାତିକ ସମାବେଶ ହେବ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।