ଭୁବନେଶ୍ବର: ଫନି ପରେ ଓଡିଶାକୁ ବିଭିନ୍ନ ଆଡୁ ସହାୟତାର ସୁଅ ଛୁଟୁଛି । ସୋମବାର ଗୁଜୁରାଟର ଶିକ୍ଷାମନ୍ତ୍ରୀ ଭୁପେନ୍ଦ୍ରସିଂ ଚୁଡାସାମା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ୫ କୋଟି ଟଙ୍କା ପ୍ରଦାନ କରିଛନ୍ତି ।
ବିଭିନ୍ନ ଆଡୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଛୁଟୁଛି ସହାୟତା - nesco
ଫନି ପରେ ଓଡିଶାକୁ ବିଭିନ୍ନ ଆଡୁ ସହାୟତାର ସୁଅ ଛୁଟୁଛି । ଗୁଜୁରାଟର ଶିକ୍ଷାମନ୍ତ୍ରୀ ଭୁପେନ୍ଦ୍ରସିଂ ଚୁଡାସାମା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ୫ କୋଟି ଟଙ୍କା ଦେଇଛନ୍ତି ।
![ବିଭିନ୍ନ ଆଡୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଛୁଟୁଛି ସହାୟତା](https://etvbharatimages.akamaized.net/etvbharat/prod-images/768-512-3269281-265-3269281-1557766014422.jpg)
ଫଟୋ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର
ଭିଡିଓ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର
ସେହିପରି ନେସକୋ ଷ୍ଟିଲ୍ ସିଏମଡି ରୀତା ସିଂ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସଚିବାଳୟରେ ଭେଟି ୭୫ଲକ୍ଷ ଟଙ୍କାର ସହାୟତା ଦେଇଛନ୍ତି । ସଚିବାଳୟ ସେବା ସଂଘ ପକ୍ଷରୁ ୧ ଲକ୍ଷ ଟଙ୍କା ଓ ଓଡିଶା ଏଜୁକେସନ ସର୍ଭିସ ପକ୍ଷରୁ ୨ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଇଛି । ଏ ସବୁ ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ପ୍ରଦାନ କରାଯାଇଛି ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ