ଓଡିଶା

odisha

By

Published : May 9, 2023, 1:22 PM IST

ETV Bharat / state

ବୁଧବାରଠୁ ୩ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଆସନ୍ତାକାଲିଠୁ ୩ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ । ଅଧା ପଡ଼ି ରହିଥିବା ବିଭିନ୍ନ ସରକାରୀ କାର୍ଯ୍ୟର କରିବେ ସମୀକ୍ଷା । ଅଧିକ ପଢନ୍ତୁ

୩ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ
୩ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ । ଆସନ୍ତାକାଲିଠୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ ଦିନିଆ ଦିଲ୍ଲୀ ଗସ୍ତ କରିବେ । ସେଠାରେ ମୁଖ୍ୟମନ୍ତ୍ରୀ ଅଧା ପଡ଼ି ରହିଥିବା ବିଭିନ୍ନ ସରକାରୀ କାର୍ଯ୍ୟର ସମୀକ୍ଷା କରିବେ । ଏହା ସହ ସରକାରୀ ଅଧିକାରୀଙ୍କ ସହିତ ଆଲୋଚନା କରିବେ । ମେ' ୧୩ ତାରିଖରେ ମୁଖ୍ୟମନ୍ତ୍ରୀ ପ୍ରତ୍ୟାବର୍ତ୍ତନ କରିବେ ବୋଲି ସୂଚନା ମିଳିଛି । ତେବେ ମୁଖ୍ୟମନ୍ତ୍ରୀ ମେ' ୯ ତାରିଖ ଅର୍ଥାତ ଆଜି ଦିଲ୍ଲୀ ଗସ୍ତରେ ଯିବାର କାର୍ଯ୍ୟକ୍ରମ ଥିଲା । କିନ୍ତୁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଆଜି ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଥିଲା । ତେଣୁ ନବୀନ ନିଜ ଦିଲ୍ଲୀ ଗସ୍ତକୁ ଦିନକ ପାଇଁ ଘୁଞ୍ଚାଇ ଥିଲେ ।

ଏହା ମଧ୍ୟ ପଢନ୍ତୁ: Koraput Bandh: ଆଜି କୋରାପୁଟରେ ୧୨ ଘଣ୍ଟିଆ ବନ୍ଦ ପାଳନ

ପ୍ରକାଶଥାଉ କି, ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀ ନେତାଙ୍କୁ ଏକାଠି କରିବାକୁ ପ୍ରୟାସ କରୁଥିବା ଜେଡିୟୁ ସୁପ୍ରିମୋ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଜି ଓଡ଼ିଶା ଆସିଛନ୍ତି । ନୀତିଶ ପୂର୍ବାହ୍ନ ପ୍ରାୟ ୧୨ଟା ଭୁବନେଶ୍ବରରେ ପହଞ୍ଚି ସିଧାସଳଖ ନବୀନ ନିବାସ ଯାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଉଭୟ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ପ୍ରାୟ ୩ ଘଣ୍ଟା ଧରି ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ଏହାପରେ ଅପରାହ୍ନ ୩ଟାରେ ନୀତିଶ ପୁଣି ବିହାର ଫେରିଯିବେ । ଏହି ଦୃଷ୍ଟିରୁ ନବୀନ ନିଜର ଦିଲ୍ଲୀ ଗସ୍ତ କାର୍ଯ୍ୟକ୍ରମକୁ ଆଗକୁ ଘୁଞ୍ଚାଇଛନ୍ତି । ସେ ଆସନ୍ତାକାଲି ଠାରୁ(ବୁଧବାର) ୩ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ । ସେଠାରେ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହିତ ଆଲୋଚନା କରିବେ । ଏହାସହିତ ଅଧା ପଡି ରହିଥିବା ସରକାରୀ କାର୍ଯ୍ୟକ୍ରମର ସମୀକ୍ଷା କରିବେ ବୋଲି ଜଣାପଡିଛି ।

ଏହାମଧ୍ୟ ପଢନ୍ତୁ: ଆଜି ନୀତିଶ-ନବୀନ ଭେଟଘାଟ; ବିରୋଧୀ ମେଣ୍ଟରେ ସାମିଲ ହେବାକୁ ଦେବେ ପ୍ରସ୍ତାବ !

ରାଜଧାନୀ ଦିଲ୍ଲୀରେ ଦୁଇ ଦିନ ରହଣି ପରେ ମେ' ୧୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ଓଡ଼ିଶାକୁ ପ୍ରତ୍ୟାବର୍ତ୍ତବ କରିବେ । କିଛି ଦିନ ପୂର୍ବରୁ ନବୀନ ଜାପାନ ଗସ୍ତ କରିଥିଲେ । ଟୋକିଓ, କିୟୋଟୋ ଓ ଓସାକ୍କାରେ ନିବେଶକଙ୍କୁ ଭେଟି ଓଡ଼ିଶାରେ ପୁଞ୍ଜି ନିବେଶ ନେଇ ଆଲୋଚନା କରିଥିଲେ । ଏହାସହିତ ଏକାଧିକ ବିଜନେସ ମିଟ ଓ ନିବେଶକ ସମ୍ମିଳନୀରେ ସାମିଲ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ: Karnataka Poll: ମତଦାନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଅପିଲ, କହିଲେ କର୍ଣ୍ଣାଟକବାସୀଙ୍କ ସ୍ବପ୍ନ ମୋର ସ୍ବପ୍ନ

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details