ଓଡିଶା

odisha

ETV Bharat / state

ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା, ପ୍ରଥମ ଦିନରେ ସ୍ୱାସ୍ଥ୍ୟ ଓ ଯୋଗାଣ ପାଳି - ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଆଜି ଠାରୁ ମୁଖ୍ୟମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା । ପ୍ରଥମ ଦିନରେ କୃଷି ଓ ସ୍ବାସ୍ଥ୍ୟ ବିଭାଗର ମନ୍ତ୍ରୀ ରିପୋର୍ଟ ଦେବେ । ଅଧିକ ପଢନ୍ତୁ

cm review
ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା

By

Published : May 22, 2023, 8:12 AM IST

ଭୁବନେଶ୍ବର: ଆସନ୍ତା ମେ ୨୯ରେ ନବୀନ ସରକାରଙ୍କ ପଞ୍ଚମ ପାଳିର ଚତୁର୍ଥ ବର୍ଷ ପୂରଣ ହେବ । ଏନେଇ ଆଜି ଠାରୁ (ସୋମବାର) ବିଭିନ୍ନ ବିଭାଗର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ଦିନରେ ସ୍ବାସ୍ଥ୍ୟ ଓ ଯୋଗାଣ ବିଭାଗର କାର୍ଯ୍ୟ ଓ କାର୍ଯ୍ୟକ୍ରମର ସମୀକ୍ଷା କରିବେ ନବୀନ । ପୂର୍ବରୁ ସବୁ ମନ୍ତ୍ରୀ ନିଜ ବିଭାଗର ପାଞ୍ଚ ପ୍ରମୁଖ କାର୍ଯ୍ୟାବଳୀର ବିବରଣୀ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି । ଜୁନ 1 ତାରିଖ ପର୍ଯ୍ୟନ୍ତ ଏହି ସମୀକ୍ଷା କାର୍ଯ୍ୟକ୍ରମ ଚାଲିବ ।

ନବୀନ ସରକାର ୪ର୍ଥ ବର୍ଷ ପୂର୍ତ୍ତି ଅବସରରେ ମନ୍ତ୍ରୀ ପରିଷଦ ବୈଠକ ଅନୁ‌ଷ୍ଠିତ ହେବ । ଆସନ୍ତା ମେ ୨୯ ତାରିଖରେ ରାଜ୍ୟ ଶାସନ ଭାର ଗ୍ରହଣ କରିବ‌ାର ପଞ୍ଚମ ପାଳିର ଚତୁର୍ଥ ବର୍ଷ ପୂରଣ କରିବାକୁ ଯାଉଛି ବିଜେଡି । ଗତ ସାଧାରଣ ନିର୍ବାଚନ ପୂର୍ବରୁ ଅନେକ ପ୍ରତିଶ୍ରୁତି ଦିଆଯାଇଥିଲା । ଇସ୍ତାହାର ପୂରଣ କରିବାରେ କେତେ ସଫଳ ହୋଇଛନ୍ତି, ତାହା ସମୀକ୍ଷା କରାଯିବ । ରାଜ୍ୟବାସୀଙ୍କ ପାଇଁ ସରକାରଙ୍କର ଥିବା ପ୍ରତିବଦ୍ଧତା ବିଷୟରେ ସମୀକ୍ଷାରୁ ଜଣାପଡ଼ିବ । ବିଭାଗ ହାସଲ କରିଥିବା ସଫଳତାକୁ ସରକାର ଜନସାଧାରଣଙ୍କ ସମ୍ମୁଖରେ ଉପସ୍ଥାପନ କରିବେ । ବିଗତ ୪ ବର୍ଷରେ ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରତିଶ୍ରୁତିକୁ ପୂରା କରିଛନ୍ତି । କଥାରେ ନୁହେଁ, କାମରେ ବିଶ୍ବାସ କରନ୍ତି ବୋଲି ମୁଖ୍ୟମନ୍ତ୍ରୀ ଅନେକ ଥର କହିଛନ୍ତି । ତେବେ ଏହା କେତେ ଦୂର ସଫଳ ହୋଇଛି ତାର ସମୀକ୍ଷା କରାଯିବ ।

ଏହା ବି ପଢନ୍ତୁ...Cabinet Reshuffle: ଆଜି ନବୀନଙ୍କ କ୍ୟାବିନେଟରେ ସାମିଲ ହେବେ 3 ନୂଆ ମନ୍ତ୍ରୀ

ଏହା ବି ପଢନ୍ତୁ...ନବୀନଙ୍କ ମନ୍ତ୍ରୀମଣ୍ଡଳକୁ ଆସିବେ ସାରଦା ନାୟକ, କହିଲେ ଆସ୍ଥା ପ୍ରକଟ କରିଥିବାରୁ କୃତଜ୍ଞ

ଲୋକସେବା ଭବନରେ ହେବାକୁ ଥିବା ସମୀକ୍ଷା ବୈଠକରେ ମନ୍ତ୍ରୀଙ୍କ ସମେତ ବିଭାଗୀୟ ସଚିବ ଉପସ୍ଥିତ ରହିବେ । ପ୍ରତ୍ୟେକ ବିଭାଗର ୫ଟି ପ୍ରମୁଖ କାର୍ଯ୍ୟକ୍ରମର ସଫଳତା ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯିବ । ପୂର୍ବରୁ ବିଭାଗୀୟ ଅଧିକାରୀମାନଙ୍କ ବୈଠକ ଡକାଇ ସମୀକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ବିଭାଗୀୟ ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ମନ୍ତ୍ରୀମାନେ ଯେଉଁ ବିଭାଗ ଦାୟିତ୍ୱରେ ଅଛନ୍ତି, ସମୀକ୍ଷା କରି ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରୁଛନ୍ତି । ପ୍ରତି ମାସରେ ସମୀକ୍ଷା କରି ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଉଛନ୍ତି ମନ୍ତ୍ରୀ ।

ସମୀକ୍ଷାରେ ମୁଖ୍ୟମନ୍ତ୍ରୀ ଦେଇଥିବା ନିର୍ଦ୍ଦେଶ, ପରାମର୍ଶ ଅନୁସାରେ ଆଗାମୀ ଦିନରେ କାର୍ଯ୍ୟ କରିବ ବିଭାଗ । ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ସାମ୍ବାଦିକ ସମ୍ମିଳନୀ କରିବେ ବିଭାଗୀୟ ମନ୍ତ୍ରୀ । ଏନେଇ ପୂର୍ବାହ୍ନ ସାଢ଼େ ୧୧ଟାରେ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମନ୍ତ୍ରୀ । ଗୀତ ଗୋବିନ୍ଦ ଭବନରେ ଏହି ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details