ଓଡିଶା

odisha

ETV Bharat / state

ସନ୍ଧ୍ୟାରେ ବସିବ ବିଜେଡି ପର୍ଯ୍ୟବେକ୍ଷକ ବୈଠକ, ଗୁରୁମନ୍ତ୍ର ଦେବେ ନବୀନ

ଆଜି ସନ୍ଧ୍ୟା 6 ଟାରେ ବସିବ ବିଜେଡି ପର୍ଯ୍ୟବେକ୍ଷକ ବୈଠକ । ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ସମେତ ବହୁ ବରିଷ୍ଠ ନେତାଙ୍କୁ ଡାକରା ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ

bjd district observers meeting
ବିଜେଡି ପର୍ଯ୍ୟବେକ୍ଷକ ବୈଠକ

By ETV Bharat Odisha Team

Published : Sep 4, 2023, 1:53 PM IST

Updated : Sep 4, 2023, 3:03 PM IST

ବିଜେଡି ପର୍ଯ୍ୟବେକ୍ଷକ ବୈଠକ

ଭୁବନେଶ୍ବର: ଆଜି ସନ୍ଧ୍ୟା 6ଟା ସମୟରେରେ ବସିବ ବିଜେଡି ପର୍ଯ୍ୟବେକ୍ଷକ ବୈଠକ । ଜିଲ୍ଲା ପର୍ଯ୍ୟବେକ୍ଷକ ବୈଠକ ଡ଼ାକିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ ହେବାକୁ ଥିବା ବୈଠକରେ ଜିଲ୍ଲା ପର୍ଯ୍ୟବେକ୍ଷକ, ବରିଷ୍ଠ ନେତା, ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପ୍ରମୁଖ ଉପସ୍ଥିତ ରହିବେ । ଆଗାମୀ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରାଯିବାର ସମ୍ଭାବନା ଥିବା ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଏହି ବୈଠକକୁ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ସମେତ ବହୁ ବରିଷ୍ଠ ନେତାଙ୍କୁ ଡାକରା ହୋଇଛି ।

ନିର୍ବାଚନ ପୂର୍ବରୁ ଘର ସଜଡ଼ା ଚିନ୍ତାରେ ଲାଗିପଡିଛି ବିଜେଡି । ସଂଗଠନକୁ ମଜବୁତ କରିବା ସହ ଦଳରେ ଥିବା ଫାଟ ବୁଜିବାକୁ ଚେଷ୍ଟା କରିବ ଦଳ । ଏଥିପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟା 6 ଟାରେ ପର୍ଯ୍ୟବେକ୍ଷକଙ୍କ ବୈଠକ ଡ଼ାକିଥିବା କୁହାଯାଉଛି । ନିଜ ନିଜ ଦାୟିତ୍ୱରେ ଥିବା ଜିଲ୍ଲାରେ ଦଳର ସ୍ଥିତି ଓ ସଂଗଠନରେ ସମସ୍ୟା ବାବଦରେ ସୁପ୍ରିମୋଙ୍କ ନିକଟରେ ପର୍ଯ୍ୟବେକ୍ଷକ ତଥ୍ୟ ରଖିବେ । ଦଳରେ ଥିବା ଦ୍ଵନ୍ଦ୍ବ ଦୂର କରିବା, ବିବାଦ ଦୂର ସହ ସମନ୍ଵୟ ରକ୍ଷା କରିବାକୁ ଦଳୀୟ ସଭାପତିଙ୍କ ଠାରୁ ଟିପ୍ପ ନେବେ ପର୍ଯ୍ୟବେକ୍ଷକ ।

ଏହାସହ ଆଗକୁ ରହିଛି ବିଜେଡିର ଘର ଘର ଶଙ୍ଖ କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମର ରୂପରେଖ କ'ଣ ରହିବ ସେନେଇ ଦଳ ରଣନୀତି ପ୍ରସ୍ତୁତ କରିବାର ସମ୍ଭାବନା ରହିଛି । "ପର୍ଯ୍ୟବେକ୍ଷକଙ୍କ ଜରିଆରେ ଏହାକୁ ତୃଣମୂଳ ସ୍ତରକୁ ନିଆଯିବ । ତୃଣମୂଳରେ ଥିବା ଦଳୀୟ ନେତା ଓ କର୍ମୀଙ୍କୁ ବାର୍ତ୍ତା କ'ଣ ରହିବ ତାହାର ମନ୍ତ୍ର ଦେବେ ନବୀନ । ସେହିପରି ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ବୈଠକରେ ଆଲୋଚନା ହେବ । ଆଗକୁ ନିର୍ବାଚନ ଥିବାରୁ ଦଳରେ ଥିବା ବିଶୃଙ୍ଖଳା ପ୍ରଶମିତ କରିବା ଲାଗି ବାଟ କଢାଯିବ । ଆବଶ୍ୟକ ପଡ଼ିଲେ ପର୍ଯ୍ୟବେକ୍ଷକଙ୍କ ସୂଚନା ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଦଳୀୟ କନ୍ଦଳ ଦୂର କରିବା ଲାଗି ବିଶୃଙ୍ଖଳିତ ନେତା କର୍ମୀଙ୍କ ବିରୋଧରେ ଷ୍ଟ୍ରଙ୍ଗ ଆକ୍ସନ ନିଆଯିବ" ବୋଲି ଦଳ ପକ୍ଷରୁ କୁହାଯାଇଛି ।


ଏହା ବି ପଢନ୍ତୁ...କୋର କମିଟି ବୈଠକରେ ଗୁରୁତ୍ବରୂର୍ଣ୍ଣ ନିଷ୍ପତ୍ତି, ନିର୍ବାଚନ ପାଇଁ ପ୍ରସ୍ତୁତ ହେଲା ରୋଡ ମ୍ୟାପ୍ !


ତେବେ ପର୍ଯ୍ୟବେକ୍ଷକଙ୍କ ସହ ଫେସ ଟୁ ଫେସ କଥା ହୋଇ ସବିଶେଷ ତଥ୍ୟ ସଂଗ୍ରହ କରିବେ ନବୀନ । ଜିଲ୍ଲାରେ ଥିବା ସଂଗଠନର ସଫଳତା ନେଇ ମଧ୍ୟ ବୈଠକରେ ଆଲୋଚନା କରାଯିବ । ସମସ୍ତଙ୍କୁ ଏକାସାଙ୍ଗରେ ନେଇ ଯିବାର ଟିପ୍ସ ଦେବେ ବିଜେଡି ସଭାପତି । 2024 ନିର୍ବାଚନ ପ୍ରସ୍ତୁତି ଓ ସରକାରଙ୍କର ଜନ କଲ୍ୟାଣକାରୀ ଯୋଜନାର ପ୍ରଚାର ପ୍ରସାର ଫୋକସରେ ରହିବ । ବୈଠକରେ ଦଳର ବରିଷ୍ଠ ନେତା ଦେବୀ ମିଶ୍ରଙ୍କ ସମେତ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଉପସ୍ଥିତ ରହିବେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 4, 2023, 3:03 PM IST

ABOUT THE AUTHOR

...view details