ଭୁବନେଶ୍ବର:ଘରେ ବସି ପରିବହନ ସଂକ୍ରାନ୍ତ 7ଟି ସେବା ସାଧାରଣ ଲୋକେ ପାଇପାରିବେ । ଏଥିପାଇଁ ଆଉ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ବା ଆରଟିଓକୁ ଦୌଡ଼ିବାକୁ ପଡ଼ିବ ନାହିଁ । ମୋବାଇଲରେ ଏମ-ପରିବହନ ଆପ୍ ଡାଉନଲୋଡ କରି ଏସବୁ ସୁବିଧା ପାଇବା ପାଇଁ କରିହେବ ଆବେଦନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ବ୍ୟବସ୍ଥାର ଉଦଘାଟନ କରିବେ । ସେହିପରି ଡ୍ରାଇଭରଙ୍କୁ ତାଲିମ ଦେବା ଲାଗି ଗଞ୍ଜାମର ପାଲୁରରେ ପ୍ରତିଷ୍ଠିତ ହୋଇଥିବା ଡ୍ରାଇଭିଂ ଇନଷ୍ଟିଚ୍ୟୁଟରକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଘରେ ବସି ସାଧାରଣ ଲୋକେ କିପରି ପାଇପାରିବେ ଉତ୍ତମ ସେବା ସେଥିପାଇଁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଏହା ଅଭିନବ ପଦକ୍ଷେପ ।
ପରିବହନ କାର୍ଯ୍ୟାଳୟକୁ ନ ଯାଇ ଘରେ କମ୍ପ୍ୟୁଟର ବା ଲାପଟପ ବ୍ୟବହାର କରି 7ଟି ପରିବହନ ସେବା ମିଳିପାରିବ । ଏହି 7ଟି ସେବା ହେଉଛି, ଲର୍ଣ୍ଣିଂ ଲାଇସେନ୍ସ ବା ଏଲଏଲ, ଡ୍ରାଇଭିଂ ଲାଇସେନ୍ସ ବା ଡିଏଲର ରିନୁଆଲ ବା ନବୀକରଣ, ଡିଏଲ ପାଇଁ ପୁନଃଆବେଦନ, ଡିଏଲରେ ଠିକଣା ପରିବର୍ତ୍ତନ, ଗାଡ଼ି ଓନରସିପ ଟ୍ରାନ୍ସଫର, ଗାଡ଼ି ପରମିଟ ଏନଓସି, ଗାଡ଼ି ରେଜିଷ୍ଟ୍ରେସନର ନବୀକରଣ ପାଇଁ ଆବେଦନ । ଏସବୁ ସେବାକୁ ଭିଜିଟ ଲେସ ସର୍ଭିସ କୁହାଯାଉଛି । ମୁଖ୍ୟମନ୍ତ୍ରୀ ଏହି ସେବାର ଉଦଘାଟନ କରିବେ । ଭିସି ଜରିଆରେ ଅପରାହ୍ନ 5.30 ରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ।
ଏହାମଧ୍ୟ ପଢନ୍ତୁ: ଖଣିଜ ପାଣ୍ଠିରେ ଅଧିକ ଜୀବିକା ଓ ଦକ୍ଷତା ବିକାଶ ପ୍ରକଳ୍ପ ଉପରେ ଓମ୍ବାଡିସିର ଗୁରୁତ୍ୱ