ଓଡିଶା

odisha

ETV Bharat / state

LAccMI Scheme: 12ରୁ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ - ପଞ୍ଚାୟତରୁ ରାଜଧାନୀରୁ ଗମନାଗମନ

ରାଜ୍ୟରେ ପଞ୍ଚାୟତରୁ ରାଜଧାନୀରୁ ଗମନାଗମନ ହେବ ସହଜ । ଆସନ୍ତା 12ରୁ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

LAccMI Scheme
LAccMI Scheme

By ETV Bharat Odisha Team

Published : Oct 9, 2023, 4:25 PM IST

Updated : Oct 9, 2023, 4:41 PM IST

LAccMI Scheme: 12ରୁ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ଗମନାଗମନ ସୁବିଧା ପାଇଁ ରାଜ୍ୟ ସରକାର ଲକ୍ଷ୍ମୀ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି । ଆସନ୍ତା ୧୨ ତାରିଖରେ ମାଲକାନଗିରିରେ ଏହି ଯୋଜନାର ଶୁଭାରମ୍ଭ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିବେ । ସେଥିପାଇଁ ମୁଖ୍ୟମନ୍ତ୍ରୀ ଦିନିକିଆ ମାଲକାନଗିରି ଗସ୍ତ କରିବେ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

ପଞ୍ଚାୟତରୁ ରାଜଧାନୀରୁ ସହଜରେ ପରିବହନ ବ୍ୟବସ୍ଥା ଯୋଗାଇବା ପାଇଁ ରାଜ୍ୟ ସରକାରଙ୍କ ନୂଆ ଯୋଜନା 'ଲକ୍ଷ୍ମୀ' । ଲକ୍ଷ୍ମୀକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ଲକ୍ଷ୍ମୀ ଯୋଜନାରେ ତିନି ବର୍ଷରେ ୩୧୭୮ କୋଟି ଖର୍ଚ୍ଚ ହେବ । ଯୋଜନାରେ ସହର ଓ ଗ୍ରାମାଞ୍ଚଳ ମଧ୍ୟରେ ପରିବହନ ସୁନିଶ୍ଚିତ କରିବ ନାହିଁ ବରଂ ରାସ୍ତା ଓ ସେତୁ ନିର୍ମାଣ ତଥା ମରାମତି କାର୍ଯ୍ୟକୁ ଗୁରୁତ୍ବ ଦେବ । କାର୍ଯ୍ୟକ୍ରମ ଜରିଆରେ ବିଜୁ ଗାଁ ଗାଡ଼ି ଯୋଜନାକୁ ପୁନରୁଦ୍ଧାର କରାଯିବ । ଲକ୍ଷ୍ମୀ ଯୋଜନାରେ ବ୍ଲକରେ ଅନ୍ୟୂନ ଗୋଟିଏ ଆମ ବସଷ୍ଟାଣ୍ଡ ନିର୍ମାଣ କରାଯିବ । ଯୋଜନା ଅଧୀନରେ ସମସ୍ତ ଗ୍ରାମ ପଞ୍ଚାୟତ, ବ୍ଲକ ମୁଖ୍ୟାଳୟ, ଜିଲ୍ଲା ମୁଖ୍ୟାଳୟ, ରାଜ୍ୟର ପ୍ରମୁଖ ସହର ଏବଂ ଅର୍ଥନୈତିକ ପେଣ୍ଠ ସ୍ଥଳକୁ ବସ ଯୋଗେ ସଂଯୋଗ ସ୍ଥାପନ ପାଇଁ ଲକ୍ଷ୍ୟ ରହିଛି ।

ଏହା ବି ପଢନ୍ତୁ- 'ଗାଁରୁ ରାଜଧାନୀ ଗଡିବ ଲକ୍ଷ୍ମୀ, ସମାଧାନ ହେବ ଘରୋଇ ବସ ସମସ୍ୟା'

ଲକ୍ଷ୍ମୀ ବସ ପର୍ଯ୍ୟାୟ କ୍ରମେ ସାରା ରାଜ୍ୟରେ ଚଳାଚଳ କରିବ । ଏହି ଯୋଜନା ଅଧୀନରେ ୧୦୦୦ରୁ ଅଧିକ ବସ ନିୟୋଜିତ କରାଯିବ । ଏହାର ଅବଧି ୧୦ ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ । ଲକ୍ଷ୍ମୀ ଯୋଜନା ଅଧିନରେ ବ୍ଲକ ସଂଯୋଗୀକରଣ ଦ୍ବାରା ଗ୍ରାମ ପଞ୍ଚାୟତ ଓ ବ୍ଲକ ମୁଖ୍ୟାଳୟ ମଧ୍ୟରେ ଯୋଗାଯୋଗ ସୁବିଧା, ଜିଲ୍ଲା ସଂଯୋଗୀକରଣ ସୁବିଧା କରାଯିବ । ଜଗନ୍ନାଥ ଏକ୍ସପ୍ରେସ ମାଧ୍ୟମରେ ଜିଲ୍ଲା ମୁଖ୍ୟାଳୟକୁ ଭୁବନେଶ୍ବର କିମ୍ବା ଭୁବନେଶ୍ବର ଭାୟା ପୁରୀକୁ ଯୋଗାଯୋଗ ସୁବିଧା ସୁନିଶ୍ଚିତ କରାଯିବ । ସେହିପରି ଲକ୍ଷ୍ମୀ ଏକ୍ସପ୍ରେସ ମାଧ୍ୟମରେ ଜିଲ୍ଲା ମୁଖ୍ୟାଳୟ କିମ୍ବା ପ୍ରମୁଖ ସହର ମଧ୍ୟରେ ଯୋଗାଯୋଗର ସୁବିଧା ଉପଲବ୍ଧ କରାଯିବ । OSRTC ଉପରେ ଲକ୍ଷ୍ମୀ ଯୋଜନାର କାର୍ଯ୍ୟାନ୍ବୟନ ଦାୟିତ୍ବ ପ୍ରଦାନ କରାଯାଇଛି ।

ତେବେ ଲକ୍ଷ୍ମୀ ଯୋଜନାକୁ ନେଇ ରାଜନୀତି ଜୋରଦାର ହୋଇଛି । ଭଲ ରାସ୍ତା ନକରି ରାଜ୍ୟ ସରକାର ନିର୍ବାଚନକୁ ଦୃଷ୍ଟିରେ ରଖି ବିଫଳ ଯୋଜନା କରିଥିବା ବିରୋଧୀ ଅଭିଯୋଗ କରିଛନ୍ତି । ଯାହାର ଜବାବ ରଖିଛି ବିଜେଡି । ପୂର୍ବତନ ପରିବହନ ମନ୍ତ୍ରୀ ତଥା ବିଜେଡି ବିଧାୟକ ପଦ୍ମନାଭ ବେହେରା କହିଛନ୍ତି, " କିଏ କଣ କହିବ ଅଲଗା କଥା । ଲକ୍ଷ୍ମୀ ଯୋଜନାରେ ପ୍ରତି ପଞ୍ଚାୟତକୁ ବସ ଚଳାଚଳ କରିବ । ଯେଉଁଠାରେ ବସ ଯୋଗାଯୋଗ ନାହିଁ ସେଠାରେ ବସ ସେବା ଯୋଗାଇବା କଣ ଭୁଲ ? ବସ ମାଲିକଙ୍କ ସହ ସରକାର ଆଲୋଚନା କରି ନିଶ୍ଚୟ ଗୋଟେ ନିଷ୍ପତ୍ତିରେ ପହଁଚିବେ । ସେମାନଙ୍କ ଗାଡି ଯେମିତି ଚାଲିବା କଥା ଚାଲିବ । ଲକ୍ଷ୍ମୀ ଯୋଜନାର ଗାଡି ମଧ୍ୟ ଚାଲିବ । ଗାଁ'କୁ ରାସ୍ତା ନାହିଁ ଯିଏ କହୁଛି ତାହାଠାରୁ ମୂର୍ଖ ଆଉ କେହି ନାହିଁ ।"

ଏହା ବି ପଢନ୍ତୁ- ଲକ୍ଷ୍ମୀ ଯୋଜନାକୁ ବିରୋଧ, ନବରଙ୍ଗପୁରରେ ୨୪ ଘଣ୍ଟିଆ ବସ ଚଳାଚଳ ବନ୍ଦ

ସେହିପରି ବିଜେଡି ବିଧାୟକ ନାରାୟଣ ବଦ୍ରୀ ପାତ୍ର କହିଛନ୍ତି, "ଲକ୍ଷ୍ମୀ ଯୋଜନାରେ ସବୁ ପଞ୍ଚାୟତକୁ ବସ ଯିବ । ସେଥିପାଇଁ ବ୍ୟବସ୍ଥା ହୋଇଛି । ଏଥିରେ କାହାର କଣ ଅସୁବିଧା ହେଉଛି ତାହା ଦେଖିବାର ଅଛି । ଘରୋଇ ବସ ମଲିକଙ୍କ ସହ ଆଲୋଚନା କରୁଛନ୍ତି ଯାହା ଯଥାର୍ଥ ତାହା କରାଯିବ । ବିରୋଧୀଙ୍କ କାମ ସେଇଆ ସବୁ ଯୋଜନାରେ ସେମାନେ ଖୁଣ ବାହାର କରିବେ । ଲୋକେ କେତେ ଗ୍ରହଣ କରିବେ ତାହା ଦେଖନ୍ତୁ ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 9, 2023, 4:41 PM IST

ABOUT THE AUTHOR

...view details