ଓଡିଶା

odisha

ETV Bharat / state

ଖେଳ ଓ ରାଜନୀତିକୁ ଅଲଗା କରିବା ଦରକାର: ଜୟନାରାୟଣ ମିଶ୍ର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁନ୍ଦରଗଡ ଗସ୍ତକୁ ନେଇ ବର୍ଷିଛନ୍ତି ବିରୋଧୀ ଦଳନେତା ଜୟ ନାରାୟଣ ମିଶ୍ର । ବିରୋଧୀ ଦଳ ନେତା କହିଛନ୍ତି ଯେ ହକି କେବଳ ସମ୍ବଲପୁର ଓ ସୁନ୍ଦରଗଡ ଜିଲ୍ଲାରେ ଖେଳନ୍ତି । ଏହା କେତେଦୂର ପ୍ରଭାବିତ କରିବ ଜଣାପଡୁନାହିଁ । ମୋ ମତରେ ସ୍ପୋର୍ଟ୍ସ ଏବଂ ରାଜନୀତିକୁ ଅଲଗା କରିବା ଦରକାର । ଅଧିକ ପଢନ୍ତୁ

ଖେଳ ଓ  ରାଜନୀତି ଅଲଗା କରିବା ଦରକାର: ଜୟନାରାୟଣ ମିଶ୍ର
ଖେଳ ଓ ରାଜନୀତି ଅଲଗା କରିବା ଦରକାର: ଜୟନାରାୟଣ ମିଶ୍ର

By

Published : Jan 4, 2023, 10:22 PM IST

ଖେଳ ଓ ରାଜନୀତି ଅଲଗା କରିବା ଦରକାର: ଜୟନାରାୟଣ ମିଶ୍ର

ଭୁବନେଶ୍ବର: ଜାନୁୟାରୀ 13 ରୁ ଆରମ୍ଭ ହେବାକୁ ଯାଉଛି ହକି ମହାକୁମ୍ଭ । ଉଭୟ ଭୁବନେଶ୍ଵର ଏବଂ ରାଉରକେଲାରେ ହେବ ବିଶ୍ବକପ । ଏହି କ୍ରମରେ ଆସନ୍ତାକାଲି ରାଉରକେଲା ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ । ବିର୍ସାମୁଣ୍ଡା ହକି ଷ୍ଟାଡିୟମର ଉଦଘାଟନ କରିବା ସହ ମୋ ବସ ସେବା ଭଳି ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏହାକୁ ନେଇ ବିରୋଧୀ ଦଳ କହିଛି ବିଜେଡି ପଶ୍ଚିମ ଓଡିଶାକୁ ଫୋକସ କରୁଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁନ୍ଦରଗଡ ଗସ୍ତକୁ ନେଇ ବର୍ଷିଛନ୍ତି ବିରୋଧୀ ଦଳନେତା ଜୟ ନାରାୟଣ ମିଶ୍ର । ବିରୋଧୀ ଦଳ ନେତା କହିଛନ୍ତି ହକି କେବଳ ସମ୍ବଲପୁର ଓ ସୁନ୍ଦରଗଡ ଜିଲ୍ଲାରେ ଖେଳନ୍ତି। ଏହା କେତେଦୂର ପ୍ରଭାବିତ କରିବ ଜଣାପଡୁନାହିଁ। ମୋ ମତରେ ସ୍ପୋର୍ଟ୍ସ ଏବଂ ରାଜନୀତିକୁ ଅଲଗା କରିବା ଦରକାର। ଖେଳ ହେଉଛି ଶିକ୍ଷାର ଅଂଶ। ଖେଳକୁ ଓ ରାଜନୀତି କୁ ମିଶାଇ ଦେଲେ ଦୁଇଟା ଧ୍ଵଂସ ହୋଇଯିବ । ଏହାକୁ ଭୋଟ ରାଜନୀତି ଭଳି ସରକାର କରୁଛନ୍ତି ।

ସେପେଟ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବିଜେଡି କହିଛି ଯେତେ ଭଲ କାମ କଲେ ଯାହାର ଛିଙ୍କିବା ଅଭ୍ୟାସ ସେ ସବୁବେଳେ ଛିଙ୍କିବ । ହକି ବିଶ୍ୱକପ ଓଡିଶାରେ ଆୟୋଜିତ ହେଉଛି, ଏଥିପାଇଁ ସମସ୍ତେ ଗର୍ବିତ । ନବୀନ ସରକାର ଲଗାତାର ଦୁଇଥର ଆୟୋଜନ କରୁଛନ୍ତି । ଗତଥର ହକି ବିଶ୍ବକପ ଭୁବନେଶ୍ଵରରେ ହୋଇଥିଲା ଏବଂ ଭିତ୍ତିଭୂମି ର ବିକାଶ କରାଯାଇଥିଲା। କିନ୍ତୁ ଏଥର ରାଉରକେଲା ରେ ମଧ୍ୟ ହେବ। ଯାହାକି ବିଶ୍ଵରେ ସବୁଠାରୁ ବଡ ହକି ଷ୍ଟାଡିୟମ । ମୁଖମନ୍ତ୍ରୀ କହିଥିଲେ ଆଉ ଗୋଟେ ଷ୍ଟାଡିୟମ କରିବେ ବୋଲି କଥା ଦେଇ କଥା ରଖିଛନ୍ତି । ଆଦିବାସୀଙ୍କ ଭଗବାନ ବିର୍ସାମୁଣ୍ଡା ତାଙ୍କରି ନାମରେ ନାମିତ କରାଯାଇଛି । ଯଦି ଏହାକୁ ଶ୍ରେୟ ବୋଲି ଭାବୁଛନ୍ତି ଏହା ଦୁଃଖର କଥା । ଯାହା ଭଲ କାମ କଲେ ବିରୋଧୀ କହୁଛନ୍ତି ଏସବୁ ଭୋଟ ପାଇଁ । ସେମାନେ ବିରୋଧ କରୁଥାନ୍ତୁ ସେପଟେ ଓଡିଶା ର ବିକାଶ ହଉଥାଉ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details