ଓଡିଶା

odisha

ETV Bharat / state

Bahanaga Train Tragedy: ଆଜି ବାହାନଗା ଯୋଦ୍ଧାଙ୍କୁ ସମ୍ମାନିତ କରିବେ ମୁଖ୍ୟମନ୍ତ୍ରୀ - CM Naveen patnaik

ଆଜି ବାହାନଗା ରେଳ ଦୁର୍ଘଟଣାର ଯୋଦ୍ଧା ମାନଙ୍କୁ ସମ୍ମାନିତ କରିବେ ମୁଖ୍ୟମନ୍ତ୍ରୀ । ଲୋକସେବା ଭବନରେ ଆୟୋଜିତ ହେବ ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ

cm felicitates to bahanaga brave warriors
cm felicitates to bahanaga brave warriors

By

Published : Aug 13, 2023, 7:28 AM IST

ବାହାନଗା ଯୋଦ୍ଧାଙ୍କୁ ସମ୍ମାନିତ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର:ବାହାନଗା ଟ୍ରେନ ଦୁର୍ଘଟଣାକୁ ପୁରିଛି ଦୁଇ ମାସ । ଦିନ ଗଡି ଚାଲିଛି କିନ୍ତୁ ରହିଯାଇଛି ଚିହ୍ନ । ସେ ଦିନ କଥା ଆଜିବି ମନେ ପଡିଲେ ରୁମ ଟାଙ୍କୁରି ଉଠୁଛି । ଟ୍ରେନ ଟ୍ରାକରେ ବହିଥିଲା ରକ୍ତର ନଦୀ । କୁଢକୁଢ ମୃତଦେହ ଦେଖି ଶବ୍ଧ ହୋଇଥିଲା ପୁରା ବିଶ୍ବ । ଭୟଙ୍କର ଟ୍ରେନ ଦୁର୍ଘଟଣାରୁ କିଛି ଲୋକ ଅଳ୍ପକେ ବର୍ତ୍ତି ମଧ୍ୟ ଯାଇଥିଲେ । ତାହା କେବଳ ସମ୍ଭବ ହୋଇପାରିଥିଲା ସ୍ଥାନୀୟ ଲୋକଙ୍କ ପାଇଁ । ଏତେ ବଡ ଦୁର୍ଘଟଣା ସମୟରେ ବାଲେଶ୍ବରବାସୀ ନିଜ ମାନବିକତାର ପରିଚୟ ଦେଇଥିଲେ । ସ୍ଥାନୀୟ ଲୋକ, ସ୍ୱେଚ୍ଛାସେବୀ ସଂଗଠନ ଓ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତା ଜଣଙ୍କ ପରେ ଜଣେ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ ଓ ରକ୍ତ ଦାନ ମଧ୍ୟ କରିଥିଲେ । ସମୟ ଆସିଛି ସେହି ଯୋଦ୍ଧା ମାନଙ୍କୁ ସମ୍ମାନିତ କରିବାର । ଆଜି ରେଳ ଦୁର୍ଘଟଣାର ଯୋଦ୍ଧା ମାନଙ୍କୁ ସମ୍ମାନିତ କରିବେ ରାଜ୍ୟ ସରକାର । ଲୋକସେବା ଭବନରେ ଆୟୋଜନ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ସମ୍ମାନିତ କରିବେ । କାର୍ଯ୍ୟକ୍ରମରେ ରାଜସ୍ୱ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ରାଜସ୍ୱ ସଚିବ ପ୍ରମୁଖ ଉପସ୍ଥିତ ରହିବେ ।

ଏହା ମଧ୍ୟ ପଢନ୍ତୁ-Train Tragedy: ବାହାନଗା ବେଦନାକୁ ମାସେ, କଳାରାତିରେ ମୃତ୍ୟୁ ନେଇ ଆସିଥିଲା କରମଣ୍ଡଳ

ଗତ ଜୁନ ମାସ 2 ତାରିଖରେ ବାଲେଶ୍ଵର ଜିଲ୍ଲାର ବାହାନଗା ରେଳ ଷ୍ଟେସନ ନିକଟରେ ଘଟିଥିଲା ମର୍ମନ୍ତୁଦ ରେଳ ଦୁର୍ଘଟଣା । ସନ୍ଧ୍ୟା ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ସାଲିମାର ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ । କରମଣ୍ଡଳ ଏକ୍ସପ୍ରେସ ଲୁପ ଲାଇନକୁ ଯାଇ ପୂର୍ବରୁ ସେଠାରେ ଥିବା ଏକ ମାଲବାହୀ ଟ୍ରେନକୁ ଧକ୍କା ଦେଇଥିଲା । ସେହି ସମୟରେ ଅପର ପାର୍ଶ୍ଵରୁ ଆସୁଥିବା ବେଙ୍ଗାଲୁରୁ - ହାଓଡା ସୁପରଫାଷ୍ଟ ଏକ୍ସପ୍ରେସ ମଧ୍ୟ ଦୁର୍ଘଟଣାର ସାମ୍ନା କରିଥିଲା । ଏହି ଦୁର୍ଘଟଣାରେ ପ୍ରାୟ 290ରୁ ଊର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ 1000ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ ।

ତେବେ ଦୁର୍ଘଟଣା ପରେ ଦେବଦୂତ ସାଜିଥିଲେ ସ୍ଥାନୀୟ ଲୋକ, ସ୍ୱେଚ୍ଛାସେବୀ ସଂଗଠନ, ସାମାଜିକ ଅନୁଷ୍ଠାନ । ଆହତ ଲୋକଙ୍କୁ ଉଦ୍ଧାର କରିବା ସହ ହସ୍ପିଟାଲ ପଠାଇଥିଲେ । ସେହିପରି ମୃତଦେହ ଉଦ୍ଧାର କାର୍ଯ୍ୟ ମଧ୍ୟ କରିଥିଲେ । ଦୁର୍ଘଟଣାର ଗୋଲଡେନ ଆଓ୍ବାରରେ ମାନବିକତା ଦେଖାଇଥିଲେ ସ୍ଥାନୀୟ ଲୋକ । ସେହିପରି ଆହତ, ଆହତଙ୍କ ସମ୍ପର୍କୀୟ, ଉଦ୍ଧାରକାରୀ ଦଳଙ୍କୁ ଖାଦ୍ୟ ଓ ପାନୀୟ ଜଳ ଯୋଗାଣ କରିଥିଲେ । ଦୁର୍ଘଟଣା ସମୟରେ ସ୍ଥାନୀୟ ଲୋକଙ୍କ ସାହାଯ୍ୟ ଓ ସହଯୋଗ ଉଚ୍ଚସ୍ତର ଥିଲା । ଯାହାକୁ ସାରା ବିଶ୍ଵ ପ୍ରଶଂସା କରିଥିଲା । ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଲୋକଙ୍କ କାର୍ଯ୍ୟରେ ସତମୁଖ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ-ବାହାନଗା ଟ୍ରେନ ଦୁର୍ଘଟଣାକୁ ମାସେ, ଏବେ ବି ପରିଚିତଙ୍କୁ ଖୋଜୁଛି ମୃତଦେହ


ସେମାନଙ୍କ ଏଭଳି କାର୍ଯ୍ୟ ପାଇଁ କେବଳ ପ୍ରଶଂସା କଲେ ହେବନାହିଁ । ସମ୍ମାନିତ କରିବାର ଆବଶ୍ୟକତା ରହିଛି । ତେଣୁ ରାଜ୍ୟ ସରକାର ବାହାନଗା ହିରୋଙ୍କୁ ସମ୍ମାନିତ କରିବାକୁ ଯୋଜନା କରିଛନ୍ତି । ଆଗକୁ ଏପରି କାର୍ଯ୍ୟ ଜାରି ରଖିବା ପାଇଁ ଓ ସମାଜ କଲ୍ୟାଣ କାର୍ଯ୍ୟ ପାଇଁ ଉତ୍ସାହିତ କରାଯିବ । ପୂର୍ବରୁ ଅଞ୍ଚଳ ପାଇଁ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ରାଜ୍ୟ ସରକାର ଅର୍ଥ ରାଶି ଘୋଷଣା କରିଛନ୍ତି । ଦୁର୍ଘଟଣା ପରେ ମୃତଦେହ ଯେଉଁ ସ୍କୁଲରେ ରଖାଯାଇଥିଲା, ସେହି ସ୍କୁଲ 5ଟି ଜରିଆରେ ଉନ୍ନତ କରାଯିବାକୁ ପଦକ୍ଷେପ ନିଆଯାଇଛି ।


ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details