ଓଡିଶା

odisha

By ETV Bharat Odisha Team

Published : Oct 2, 2023, 5:19 PM IST

Updated : Oct 2, 2023, 5:48 PM IST

ETV Bharat / state

ବିରୋଧୀମାନେ ବିକାଶ ଓ ଜନ ବିରୋଧୀ ସେଥିପାଇଁ ଜନତା ସେମାନଙ୍କୁ ରିଜେକ୍ଟ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ଗାନ୍ଧୀ ଜୟନ୍ତୀ ଅବସରରେ ବିଜେଡିର ଜନସମ୍ପର୍କ ଯାତ୍ରା ଆରମ୍ଭ । ଏହି ଅବସରରେ ବିରୋଧୀଙ୍କୁ ଜନ ଓ ବିକାଶ ବିରୋଧୀ କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ

CM Naveen Patnaik targets opposition
CM Naveen Patnaik targets opposition

ବିରୋଧୀମାନେ ବିକାଶ ଓ ଜନ ବିରୋଧୀ ସେଥିପାଇଁ ଜନତା ସେମାନଙ୍କୁ ରିଜେକ୍ଟ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର:ଗାନ୍ଧୀ ଜୟନ୍ତୀ ଅବସରରେ ଆଜିଠାରୁ ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି । ଏହି ଅବସରରେ ଭୁବନେଶ୍ବର ଏକାମ୍ର ନିର୍ବାଚନ ମଣ୍ଡଳୀରୁ ପଦଯାତ୍ରା କରି ଏହାର ଶୁଭାରମ୍ଭ କରିଥିବା ବେଳେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶାର ବିକାଶରେ ବିରୋଧୀ ଦଳ ବାଧକ ସାଜିଛନ୍ତି । ସେଥିପାଇଁ ସେମାନଙ୍କୁ ଓଡ଼ିଶାର ଜନତା ସବୁବେଳେ ରିଜେକ୍ଟ କରିଆସୁଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ କହିଛନ୍ତି," ଗାନ୍ଧିଜୀ ଆମକୁ ସବୁବେଳେ ପ୍ରେରଣା ଦେଇ ଆସିଛନ୍ତି । ବିଜୁ ଜନତା ଦଳ ଗରିବ, ମହିଳା, ଯୁବ, ଏସସି ଓ ଏସଟିଙ୍କ ପାଇଁ କାମ କରୁଛି । ମହିଳା ସଶକ୍ତିକରଣ ଦିଗରେ କାମ କରୁଛୁ । ମହିଳା ଆଇନ ଆମ ବହୁଦିନର ଉଦ୍ୟମ ଥିଲା, ତାହା ସଫଳ ହୋଇଛି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ବାସ୍ଥ୍ୟକ୍ଷେତ୍ରରେ ଗେମ ଚେଞ୍ଜର ହୋଇଛି । ସ୍କୁଲ ରୂପାନ୍ତରଣ, ଖାଦ୍ୟ ସୁରକ୍ଷା, କ୍ରୀଡ଼ାର ବିକାଶ କ୍ଷେତ୍ରରେ ଓଡ଼ିଶା ଉଦାହରଣ ପାଲଟିଛି । ରାଜ୍ୟରେ ଉନ୍ନତି ହୋଇଛି ।"

ଏହା ବି ପଢନ୍ତୁ- ଆଜି ଆସିଥିଲେ ମୁକ୍ତି ସଂଗ୍ରାମର ଦୁଇ ସାରଥି, ଦେଶ ପାଳୁଛି ଗାନ୍ଧୀ-ଶାସ୍ତ୍ରୀ ଜୟନ୍ତୀ

ବିରୋଧୀଙ୍କୁ ଟାର୍ଗେଟ କରି ନବୀନ କହିଛନ୍ତି, "ଓଡ଼ିଶାର ବିକାଶରେ ବିରୋଧୀ ଦଳ ବାଧକ ସାଜିଛନ୍ତି । ସେମାନେ ଖୁସି ନାହାନ୍ତି । ଲୋକଙ୍କୁ ଭୁଲ ଖବର ଦେଇ ଭ୍ରମିତ କରିବା ଏବେ ସେମାନଙ୍କ କାମ ହୋଇଛି । ନିର୍ବାଚନ ଆସିଲେ ସେମାନେ ଏମିତି କରନ୍ତି । ସେଥିପାଇଁ ସେମାନଙ୍କୁ ଜନତା ସବୁବେଳେ ରିଜେକ୍ଟ କରି ଆସିଛନ୍ତି । ବିରୋଧୀ ହେଉଛନ୍ତି ବିକାଶ ବିରୋଧୀ ଓ ଜନ ବିରୋଧୀ । ଶ୍ରୀଲିଙ୍ଗରାଜ ଓ ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟରେ ବାଧା ଦେବାକୁ ବି ଚେଷ୍ଟା କରିଥିଲେ । ଲୋକେ ତାଙ୍କୁ କ୍ଷମତା ଦେବେନି । ମୁଁ କର୍ମୀମାନଙ୍କୁ ଅନୁରୋଧ କରୁଛି ବିକାଶର ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବେ ।"

ଏହା ବି ପଢନ୍ତୁ- ବିଜେଡିର ଜନସମ୍ପର୍କ ପଦଯାତ୍ରା, ବିକାଶର ମୁଦ୍ଦା ନେଇ ଘରେ ଘରେ ପହଞ୍ଚିବ ଶଙ୍ଖ କ୍ୟାମ୍ପ

ଖାଦ୍ୟ ସୁରକ୍ଷା ହେଉ କି ବିପର୍ଯ୍ୟୟ ପରିଚାଳନା କି କ୍ରୀଡା କ୍ଷେତ୍ରରେ ଓଡ଼ିଶା ଅନ୍ୟମାନଙ୍କ ପାଇଁ ରୋଲମଡେଲ ସାଜିଛି । ନିବେଶ କ୍ଷେତ୍ରରେ ଓଡ଼ିଶା ଏବେ ସାରା ଦେଶରେ ୨ ନମ୍ବର ସ୍ଥାନରେ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ ପଣ୍ଡା ଯୋଗ ଦେଇ କହିଛନ୍ତି, "ଆସନ୍ତୁ ଷଷ୍ଠ ଥର ଭାବେ ପୁଣି ଥରେ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବା । ସର୍ବାଧିକ ସମୟ ମୁଖ୍ୟମନ୍ତ୍ରୀ ଭାବେ ରେକର୍ଡ କରିବା । ଆମେ ନବୀନ ଓଡିଶା ଆମ ଓଡ଼ିଶା ଗଠନ କରିବା । "

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 2, 2023, 5:48 PM IST

ABOUT THE AUTHOR

...view details