ଓଡିଶା

odisha

ETV Bharat / state

ଏକବିଂଶ ଶତାବ୍ଦୀ ବୈଷୟିକ ଓ ଜ୍ଞାନକୌଶଳର ଯୁଗ - ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଟେକଫେଷ୍ଟ ଆଲିଗ୍ରେଟୋ କାର୍ଯ୍ୟକ୍ରମକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଲେ ଏକବିଂଶ ଶତାବ୍ଦୀ ହେଉଛି ବୈଷୟିକ ଓ ଆଧୁନିକ ଜ୍ଞାନକୌଶଳର ଯୁଗ । ଅଧିକ ପଢନ୍ତୁ

ଟେକଫେଷ୍ଟ ଆଲିଗ୍ରେଟୋ କାର୍ଯ୍ୟକ୍ରମକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ଟେକଫେଷ୍ଟ ଆଲିଗ୍ରେଟୋ କାର୍ଯ୍ୟକ୍ରମକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

By

Published : Mar 2, 2023, 12:42 PM IST

ଭୁବନେଶ୍ବର:ଓଡ଼ିଶା ବିପିୟୁଟି ଛାତ୍ର ସଂଘ ପକ୍ଷରୁ ଟେକଫେଷ୍ଟ ଆଲିଗ୍ରେଟୋ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରରେନ୍ସ ମାଧ୍ୟମରେ ଉଦଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏକବିଂଶ ଶତାବ୍ଦୀ ହେଉଛି ବୈଷୟିକ ଓ ଆଧୁନିକ ଜ୍ଞାନକୌଶଳର ଯୁଗ । ରାଷ୍ଟ୍ର ନିର୍ମାଣରେ ପ୍ରତ୍ୟେକ ଇଞ୍ଜିନିୟରମାନେ ଜଣେ ଜଣେ ବିଶ୍ୱକର୍ମା । ଦେଶ ତଥା ରାଜ୍ୟର ପ୍ରଗତି ଦିଗରେ ଇଞ୍ଜନିୟରମାନଙ୍କ ଅବଦାନ ଅତୁଳନୀୟ । ତେଣୁ ସେମାନଙ୍କ ନିଯୁକ୍ତିକୁ ଅଗ୍ରାଧିକାର ଦିଆଯିବ । ଶିଳ୍ପ, ଗୁଣାତ୍ମକ ବୈଷୟିକ ଶିକ୍ଷା, ଓ ତାଲିମ ଉପରେ ଛାତ୍ରଛାତ୍ରୀ ଗୁରୁତ୍ୱ ଦିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଟେକଫେଷ୍ଟ ଆଲିଗ୍ରେଟୋ କାର୍ଯ୍ୟକ୍ରମକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇ ଯୋଗ ଦେଇଛନ୍ତି । ସେ କହିଛନ୍ତି ଯେ, ସାମ୍ପ୍ରତିକ ସମୟରେ ଇଞ୍ଜିନିୟରମାନଙ୍କୁ ପ୍ରତ୍ୟେକ ସ୍ତରରେ ଗୁରୁତ୍ୱ ଦେଲେ ଦ୍ରୁତଗତିରେ ରାଜ୍ୟର ପ୍ରଗତି ହୋଇପାରିବ । ଆଇଟିଆଇ, ଡିପ୍ଲୋମା, ଡିଗ୍ରୀ ଇଞ୍ଜିନିୟରିଂ ଉପରେ ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି କରିବାକୁ ଗୁରୁତ୍ୱ ଦେବା ସହ ହାକାଥନ, ରୋବୋର୍ଟିକ୍ସ ଓ ଇନୋଭେସନ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଉଛନ୍ତି ।

ଟେକଫେଷ୍ଟ ଆଲିଗ୍ରେଟୋ କାର୍ଯ୍ୟକ୍ରମକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଅନ୍ୟତମ ସମ୍ମାନିତ ଅତିଥି ଭାବେ ଉଚ୍ଚଶିକ୍ଷା ମନ୍ତ୍ରୀ ଇଂ ରୋହିତ ପୂଜାରୀ ଯୋଗ ଦେଇ କହିଛନ୍ତି ଯେ, ପ୍ରତ୍ୟେକ କ୍ଷେତ୍ରରେ ଇଞ୍ଜିନିୟରମାନଙ୍କର ଭୂମିକା ଓ ଅବଦାନ ସମ୍ପର୍କରେ ସମସ୍ତେ ବେଶ୍ ଅବଗତ । ତେଣୁ ଯୁବ ଇଞ୍ଜିନିୟରମାନଙ୍କୁ ତୃଣମୂଳସ୍ତରରୁ ଗୁରୁତ୍ୱ ଦେଲେ ବୈଷୟିକ କ୍ଷେତ୍ରରେ ଦ୍ରୁତ ପ୍ରଗତି ହୋଇପାରିବ । ବିଧାୟକ ସାରଦା ପ୍ରସାଦ ନାୟକ, ଓୟୁଟିଆର କୁଳପତି ଡ. ବିଭୂତି ଭୂଷଣ ବିଶ୍ବାଳ, ଗୁଗୁଲର ପ୍ରୋଗ୍ରାମ ମ୍ୟାନେଜର ଡଃ ମନୋରଞ୍ଜନ ପାଢୀ, ଗିଫ୍ଟ ବୈଷୟିକ କଲେଜର ଭାଇସ୍ ଚେୟାରମ୍ୟାନ ମାନସ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

ଟେକ୍‌ଫେଷ୍ଟର ଉପଦେଷ୍ଟା ଇଂ ପାର୍ଥସାରଥୀ ମୁଦୁଲି କହିଛନ୍ତି ଯେ, ଆଜିର ସମାଜରେ ବର୍ତ୍ତମାନ ଟେକ୍ନୋଲୋଜି, ଇନୋଭେସନର ଆବଶ୍ୟକତା ରହିଛି । ଟେକଫେଷ୍ଟ ସଂଯୋଜକ ଇଂ ଶକ୍ତି ପ୍ରସାଦ ରଥଙ୍କ ସଭାପତିରେ ଅନୁଷ୍ଠିତ ଏହି ଉତ୍ସବରେ ସହ ସଂଯୋଜକ ଇଂ ଜଗମୋହନ ବଳିୟାରସିଂହ, ଇଂ ସଂସଦ କୁମାର ନାୟକ, ଇଂ ଅନମୋଲ ଦାଶ ପ୍ରମୁଖ ଉପସ୍ଥିତ ରହିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details