ଓଡିଶା

odisha

୮୮୮ ହଜଯାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, କିଟ ପାଇଁ ଜଣକା ୧୦ ହଜାର ଟଙ୍କା ପ୍ରଦାନ

ଚଳିତ ବର୍ଷ ରାଜ୍ୟରୁ ହଜ ଯାତ୍ରା ପାଇଁ ଯାଉଥିବା ମୁସଲମାନ ସମ୍ପ୍ରଦାୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଅଧିକ ପଢ଼ନ୍ତୁ

By

Published : Jun 3, 2023, 3:38 PM IST

Published : Jun 3, 2023, 3:38 PM IST

cm naveen patnaik felicities haj pilgrims
ହଜଯାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଚଳିତ ବର୍ଷ ରାଜ୍ୟରୁ ୮୮୮ ଜଣ ହଜ ଯାତ୍ରା କରିବେ । ଏହି ପରିପ୍ରେକ୍ଷୀରେ ହଜ ଯାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କିଟ ପାଇଁ ଜଣକା ୧୦ ହଜାର ଟଙ୍କା ପ୍ରଦାନ କରାଯାଇଛି । ଲୋକସେବା ଭବନରେ ରାଜ୍ୟ ହଜ କମିଟି, ଓଡ଼ିଶା ଓ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଏବଂ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ହଜ ଯାତ୍ରୀଙ୍କ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଛି । ମୁଖ୍ୟମନ୍ତ୍ରୀ ଭିସି ଜରିଆରେ ଚଳିତ ବର୍ଷ ହଜ ଯାତ୍ରାରେ ଯାଉଥିବା ସମସ୍ତଙ୍କୁ ସଫଳ ହଜ ଯାତ୍ରା ନିମନ୍ତେ ଶୁଭେଚ୍ଛା ଜଣାଇଛନ୍ତି ।

ହଜଯାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, "ଚଳିତବର୍ଷ ଓଡିଶାର ୮୮୦ରୁ ଅଧିକ ଯାତ୍ରୀ ହଜ କରିବାକୁ ଯାଉଛନ୍ତି । ମୁସଲମାନ ଭାଇଭଉଣୀଙ୍କ ପାଇଁ ଏହା ସବୁଠାରୁ ପବିତ୍ର ଯାତ୍ରା । ସେମାନଙ୍କ ସୁବିଧା ପାଇଁ ରାଜ୍ୟ ସରକାର ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି । ଭୁବନେଶ୍ୱରରେ ହଜ ହାଉସ ନିର୍ମାଣ କରାଯାଇଛି । ହଜ କିଟ ପାଇଁ ପ୍ରତି ଯାତ୍ରୀଙ୍କୁ ୧୦ ହଜାର ଟଙ୍କା ଦିଆଯାଇଛି । ସଂଖ୍ୟାଲଘୁ ସମ୍ପ୍ରଦାୟ କଲ୍ୟାଣ ପାଇଁ ସରକାର ପ୍ରତିବଦ୍ଧତାର ସହ କାମ କରୁଛନ୍ତି । ଓଡିଶା ଭାଇଚାରାର ରାଜ୍ୟ ହୋଇଥିବା ବେଳ ସବୁ ସମ୍ପ୍ରଦାୟଙ୍କ ସହଯୋଗରେ ଓଡ଼ିଶା ଆଜି ବିକାଶ ପଥରେ ଆଗେଇ ଚାଲିଛି । ସମସ୍ତଙ୍କ ମିଳିତ ଉଦ୍ୟମ ସଶକ୍ତ ଓଡ଼ିଶା ସ୍ୱପ୍ନକୁ ସାକାର କରିବ ।"

ହଜଯାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ


ଏହି ବର୍ଷ ରାଜ୍ୟ ହଜ କମିଟି ଜରିଆରେ ରାଜ୍ୟର ୮୮୮ ଜଣ ଯାତ୍ରୀ ହଜ ଯାତ୍ରୀଙ୍କ ମଧ୍ୟରୁ ୫୧୧ ଜଣ ପୁରୁଷ ଓ ୩୭୭ ଜଣ ମହିଳା ହଜ ଯାତ୍ରା ଯାଉଛନ୍ତି । ସେମାନଙ୍କ ମଧ୍ୟରେ ସରକାରଙ୍କ ତରଫରୁ ହଜ ଯାତ୍ରୀଙ୍କ ସୁବିଧା ନିମନ୍ତେ ଖାଦିମ-ଉଲ-ହୁଜ୍ଜାଜ ଭାବେ ଯାଉଥିବା ୩ ଜଣ ସରକାରୀ କର୍ମଚାରୀ ମଧ୍ୟ ଅନ୍ତର୍ଭୁକ୍ତ । ଏହି କାର୍ଯ୍ୟକ୍ରମରେ ହଜ କିଟ କ୍ରୟ ନିମନ୍ତେ ରାଜ୍ୟ ସରକରଙ୍କ ତରଫରୁ ପ୍ରତ୍ୟେକ ହଜ ଯାତ୍ରୀଙ୍କୁ ୧୦ ହଜାର ଟଙ୍କାର ଚେକ ପ୍ରଦାନ କରାଯିବା ସହିତ ଓଡ଼ିଆ ହଜ ଗାଇଡ ଉନ୍ମୋଚନ କରାଯାଇଛି ।

ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସଂପ୍ରଦାୟ ଏବଂ ପଛୁଆ ବର୍ଗ କଲ୍ୟାଣ ଓ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା, ରାଜ୍ୟସଭା ସାଂସଦ ମୁନ୍ନା ଖାନ, ବିଭାଗୀୟ କମିଶନର ତଥା ଶାସନ ସଚିବ ରୂପା ରୋଶନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details