ଓଡିଶା

odisha

BJD Wins Bypoll: ଦୀପାଳିଙ୍କ ସହ କଥା ହୋଇ ଶୁଭେଚ୍ଛା ଜଣାଇଲେ ନବୀନ

By

Published : May 13, 2023, 3:26 PM IST

ଝାରସୁଗୁଡା ଉପନିର୍ବାଚନରେ ବିଜୟ ପରେ ଦୀପାଳିଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫୋନ କରି ଶୁଭେଚ୍ଛା ଜଣାଇଲେ । ଅଧିକ ପଢନ୍ତୁ

ଦୀପାଳିଙ୍କ ସହ କଥା ହୋଇ ଶୁଭେଚ୍ଛା ଜଣାଇଲେ ନବୀନ
ଦୀପାଳିଙ୍କ ସହ କଥା ହୋଇ ଶୁଭେଚ୍ଛା ଜଣାଇଲେ ନବୀନ

ଭୁବନେଶ୍ବର:ଝାରସୁଗୁଡା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ବଡ ବିଜୟ ହାସଲ କରିଛନ୍ତି । ବିଜୟ ପରେ ଦୀପାଳିଙ୍କ ସହ ଫୋନ ଯୋଗେ କଥାବାର୍ତ୍ତା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବୃହତ ବିଜୟ ପାଇଁ ସେ ଦୀପାଳିଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ବିଜୟ ସହ ଝାରସୁଗୁଡାର ବିକାଶ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ବିଜେଡି ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ବିଜୟ କରାଇଥିବାରୁ ଝାରସୁଗୁଡାବାସୀଙ୍କୁ ମଧ୍ୟ ନବୀନ କୃତଜ୍ଞତା ଜଣାଇଛନ୍ତି । କହିରଖୁଛୁ, ମୁଖ୍ୟମନ୍ତ୍ରୀ ଗତ ୧୧ ତାରିଖରୁ ୪ ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି ।

ଝାରୁସୁଗୁଡା ଉପନିର୍ବାଚନ ଫଳାଫଳ ଆଜି ପ୍ରକାଶ ପାଇଛି । ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ବିଜେଡି ପ୍ରାର୍ଥୀ ଦୀପାଳି ଦାସ । ବାପା ନବ ଦାସଙ୍କ ରେକର୍ଡ ଭାଙ୍ଗି ନୂଆ ରେକର୍ଡ ସ୍ଥାପନ କରିଛନ୍ତି ଦୀପାଳି । ୪୮ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ହରାଇ ବିଜୟର ବାନା ଉଡାଇଛନ୍ତି । ଦୀପାଳିଙ୍କୁ ୧ ଲକ୍ଷ ୭ ହଜାରରୁ ଊର୍ଦ୍ଧ୍ବ ଭୋଟ ମିଳିଛି । ବିଜେପି ପ୍ରାର୍ଥୀଙ୍କୁ ୫୮ ହଜାର ୩୮୪ ଭୋଟ ଓ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ମାତ୍ର ୪ ହଜାର ୪୭୩ ଖଣ୍ଡ ପାଇଛନ୍ତି ।

ତେବେ ୨୦୧୯ ନିର୍ବାଚନ ଅପେକ୍ଷା ଚଳିତ ନିର୍ବାଚନରେ ଉଭୟ ବିଜେଡି ଓ ବିଜେପିର ଭୋଟ ପରିମାଣ ବଢିଛି । ହେଲେ ୫ ହଜାରରୁ କମ୍ ଭୋଟ ସହ କଂଗ୍ରେସ ନିଜର ଅମାନତ ହରାଛି । ଗତ ନିର୍ବାଚନରେ ଦିବଙ୍ଗତ ବିଧାୟକ ନବ ଦାସଙ୍କୁ ୯୮ ହଜାର ୬୨୦ ଭୋଟ ମିଳିଥିଲା । କିନ୍ତୁ ଦୀପାଳିଙ୍କୁ ମିଶିଛି ୧ ଲକ୍ଷରୁ ଅଧିକ ଭୋଟ । ଝାରସୁଗୁଡା ଉପନିର୍ବାଚନରେ ମୋଟ ୧୯ ରାଉଣ୍ଡରେ ଗଣତି ହୋଇଥିଲା । ପ୍ରଥମ ରାଉଣ୍ଡରୁ ହିଁ ଦୀପାଳି ଦାସ ଆଗରେ ରହିଥିଲେ ।

ଏହାମଧ୍ୟ ପଢନ୍ତୁ: Jharsuguda Result: ବିଜେଡିର ବାଜିମାତ, ବିଜୟ ପରେ ଦୀପାଳିଙ୍କ ପ୍ରଥମ ପ୍ରତିକ୍ରିୟା

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ ଜାନୁୟାରୀ ୨୯ରେ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଏହାପରେ ଗତ ୧୦ ତାରିଖରେ ଝାରସୁଗୁଡାରେ ଉପନିର୍ବାଚନ ହୋଇଥିଲା । ବିଜେପି ଟଙ୍କଧର ତ୍ରିପାଠୀଙ୍କୁ ପ୍ରାର୍ଥୀ କରିଥିବାବେଳେ କଂଗ୍ରେସ ତାରୁଣ ପାଣ୍ଡେଙ୍କ ଉପରେ ଭରସା କରିଥିଲା । ବିଜେଡି ଦିବଙ୍ଗତ ମନ୍ତ୍ରୀଙ୍କ ଝିଅଙ୍କୁ ଟିକେଟ୍‌ ଦେଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details