ଭୁବନେଶ୍ବର: ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ପରଲୋକ । କ୍ୟାବିନେଟ ସହଯୋଗୀଙ୍କ ଦେହାନ୍ତ ଖବର ପାଇ ତୁରନ୍ତ ମେଡିକାଲରେ ପହଞ୍ଚି ଶେଷ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଶେଷ ଦର୍ଶନ କରିବା ସହ ନବଙ୍କର ଶେଷ ଦର୍ଶନ କରିଛନ୍ତି । ଏହାସହ ନବଙ୍କ ଶୋକ ସନ୍ତପ୍ତ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ମେଡିକାଲ ଆସି ସମସ୍ତ କ୍ୟାବିନେଟ ସହଯୋଗୀ, ଦଳୀୟ ବିଧାୟକ, ସାଂସଦ, ସମସ୍ତ ଦଳର ନେତା କର୍ମୀ ସାଧାରଣ ଜନତା ଅନେକ ବିଶିଷ୍ଟ ବ୍ୟକ୍ତି ମଧ୍ୟ ମେଡିକାଲ ଆସି ମନ୍ତ୍ରୀ ନବ ଦାସଙ୍କ ଶେଷ ଦର୍ଶନ କରିଛନ୍ତି ।
Naba kishore Das No More: ମେଡିକାଲରେ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ
ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପରଲୋକ ପରେ ସ୍ତବ୍ଧ ପୁରା ଝାରସଗୁଡା ସମେତ ସାରା ରାଜ୍ୟରେ ଥିବା ତାଙ୍କ ସମର୍ଥକ । ଝାରସୁଗୁଡାରୁ ଭୁବନେଶ୍ବର ଯାଏଁ ସବୁଠି ନବଙ୍କ ଦେହାନ୍ତ ଖବର ଶୁଣି ଶୋକରେ ବୁଡିଛନ୍ତି ତାଙ୍କର ସହଯୋଗୀ ଓ ଦଳୀୟ କର୍ମୀ । ମାତ୍ର 61 ବର୍ଷରେ ଆରପାରିକୁ ଚାଲିଗଲେ ରାଜ୍ୟର ବିତ୍ତଶାଳୀ ମନ୍ତ୍ରୀ । ପୋଲିସ କର୍ମୀଙ୍କ ଗୁଳିମାଡ ନେଇଗଲା ମନ୍ତ୍ରୀ ନବ ଦାସଙ୍କ ଜୀବନ । ଅଧିକ ପଢନ୍ତୁ
ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପରଲୋକ ପରେ ସ୍ତବ୍ଧ ପୁରା ଝାରସଗୁଡା ସମେତ ସାରା ରାଜ୍ୟରେ ଥିବା ତାଙ୍କ ସମର୍ଥକ । ଝାରସୁଗୁଡାରୁ ଭୁବନେଶ୍ବର ଯାଏଁ ସବୁଠି ନବଙ୍କ ଦେହାନ୍ତ ଖବର ଶୁଣି ଶୋକରେ ବୁଡିଛନ୍ତି ତାଙ୍କର ସହଯୋଗୀ ଓ ଦଳୀୟ କର୍ମୀ । ମାତ୍ର 61 ବର୍ଷରେ ଆରପାରିକୁ ଚାଲିଗଲେ ରାଜ୍ୟର ବିତ୍ତଶାଳୀ ମନ୍ତ୍ରୀ । ପୋଲିସ କର୍ମୀଙ୍କ ଗୁଳିମାଡ ନେଇଗଲା ମନ୍ତ୍ରୀ ନବ ଦାସଙ୍କ ଜୀବନ । ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଆପୋଲୋ ହସପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ମନ୍ତ୍ରୀ ନବ ଦାସ ।
ଆଜି ପୂର୍ବାହ୍ନରେ ଝାରସୁଗୁଡା ବ୍ରଜରାଜନଗରର ଗାନ୍ଧି ଛକରେ ମନ୍ତ୍ରୀଙ୍କ ଉପରକୁ ଗୁଳି ମାଡ ହୋଇଥିଲେ । ତୁରନ୍ତ ତାଙ୍କୁ ପ୍ରଥମେ ଝାରସୁଗୁଡା ପରେ ଏୟାର ଲିଫ୍ଟ ଯୋଗେ ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ତାଙ୍କୁ ସ୍ଥାନାନ୍ତର କରାଯାଇଥିଲା । ବିମାନ ବନ୍ଦରରୁ ଗ୍ରୀନ କରିଡର ଯୋଗେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସ୍ବତନ୍ତ୍ର ଡାକ୍ତରୀ ଦଳ ତାଙ୍କୁ ଚିକିତ୍ସା କରୁଥିଲେ । କିନ୍ତୁ ଡାକ୍ତରଙ୍କ ସମସ୍ତ ଉଦ୍ୟମ ବିଫଳ ହୋଇଛି ।