ଭୁବନେଶ୍ବର:ରାଜ୍ୟବାସୀଙ୍କୁ ଉଚ୍ଚକୋଟୀର ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ପ୍ରତ୍ୟେକ ବର୍ଷ ଓଡ଼ିଶା ଲୋକସେବା ଆୟୋଗଙ୍କ ଦ୍ବାରା ଡାକ୍ତର ଚୟନ ପ୍ରକ୍ରିୟା କରାଯାଉଛି । ଏହି କ୍ରମରେ ଚଳିତ ବର୍ଷ ମଧ୍ୟ ଓଡ଼ିଶା ଡାକ୍ତରୀ ଓ ସ୍ବାସ୍ଥ୍ୟସେବା (OMHS) କ୍ୟାଡରରେ ୧୧୮୧ ଜଣ ଏଲୋପାଥିକ ଡାକ୍ତରଙ୍କୁ NIC ଭୁବନେଶ୍ଵର ଦ୍ଵାରା ଅନଲାଇନ କାଉନସେଲିଂ ମାଧ୍ୟମରେ ସ୍ଥିର ହୋଇଥିବା ବିଭିନ୍ନ ଜିଲ୍ଲାମାନଙ୍କରେ ନିଯୁକ୍ତି ଲାଗି ନିର୍ଦ୍ଦେଶ ଦିଆଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି ।
ସୂଚନା ଅନୁଯାୟୀ, 2022-23 ବର୍ଷ ପାଇଁ ଓଡିଶା ମେଡିକାଲ୍ ସର୍ଭିସେସ୍ (ଡେଣ୍ଟାଲ୍) କ୍ୟାଡରର ଗ୍ରୁପ୍-ଏ (ଜୁନିଅର ଶାଖା) ପଦବୀରେ ନିୟମିତ ଡେଣ୍ଟାଲ୍ ସର୍ଜନ ନିଯୁକ୍ତି ପାଇଛନ୍ତି । ବର୍ତ୍ତମାନ 197ଟି ଡେଣ୍ଟାଲ୍ ସର୍ଜନଙ୍କ ଖାଲି ପଦବୀକୁ ଓଡ଼ିଶା ମେଡିକାଲ୍ ସର୍ଭିସେସ୍ ଗ୍ରୁପ୍-ଏ (ଜୁନିଅର ଶାଖା) ପ୍ରବେଶ ସ୍ତରର ପଦବୀରେ ମୂଲ୍ୟାଙ୍କନ କରାଯାଇଛି । ଓଡ଼ିଶା ଜନସେବା ଆୟୋଗର ସୁପାରିଶ ଅନୁଯାୟୀ ଓଡ଼ିଶା ମେଡିକାଲ ସର୍ଭିସେସ୍ (ନିଯୁକ୍ତି ପ୍ରଣାଳୀ ଏବଂ ଦନ୍ତ ସର୍ଜନଙ୍କ ସେବା ସର୍ତ୍ତାବଳୀ) ନିୟମ 2022 GA ଏବଂ PG ବିଭାଗ ବିଜ୍ଞପ୍ତି ଅନୁଯାୟୀ ଉପରୋକ୍ତ ଖାଲି ପଦଗୁଡିକ ନିୟମିତ ପୂରଣ କରାଯିବା ଆବଶ୍ୟକ । ଦୀର୍ଘ ଦିନ ଧରି ଦନ୍ତ ଚିକିତ୍ସକଙ୍କ ନିଯୁକ୍ତିକୁ ନେଇ ମୁଖ୍ୟ ଦାବି ରହି ଆସିଥିଲା । ମୁଖ୍ୟ ସ୍ବାସ୍ଥ୍ୟ ଚିକିତ୍ସା କେନ୍ଦ୍ରରେ ଅତ୍ୟନ୍ତ ପଛୁଆ ରହିଆସିଛନ୍ତି ଦନ୍ତ ଡାକ୍ତର ନିଯୁକ୍ତି ।