ଓଡିଶା

odisha

ETV Bharat / state

4 ନୂଆ ବିମାନବନ୍ଦରରେ ନିଯୁକ୍ତି ପାଇବେ 50 ଅଗ୍ନିଶମ କର୍ମଚାରୀ - ରାଉରକେଲା ବିମାନବନ୍ଦର

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନୁମୋଦନ ପାଇଥିବା 50 ଜଣ ଅଗ୍ନିଶମ ସେବା କର୍ମଚାରୀଙ୍କ ମଧ୍ୟରୁ 9 ଟି ଲେଖାଏଁ ପୋଷ୍ଟ ଉତକେଲା ଓ ଜୟପୁରରେ ନିଯୁକ୍ତି ପାଇବେ । ସେହିପରି ଝାରସୁଗୁଡା ଓ ରାଉରକେଲା ବିମାନ ବନ୍ଦରରେ 16 ଜଣ ଲେଖାଏଁ ଅଗ୍ନିଶମ ସେବା କର୍ମଚାରୀ ନିଯୁକ୍ତି ପାଇବେ । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Jan 31, 2023, 6:31 PM IST

ଭୁବନେଶ୍ବର: ରାଜ୍ୟର 4 ନୂଆ ବିମାନବନ୍ଦରରେ ନିଯୁକ୍ତି ପାଇବେ 50 ଅଗ୍ନିଶମ କର୍ମଚାରୀ । ଏହି ନିଯୁକ୍ତିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । UDAN ଯୋଜନା ଅଧୀନରେ ଥିବା ଏହି 4ଟି ବିମାନବନ୍ଦର ପାଇଁ ବିଭିନ୍ନ ପଦବୀରେ ଅଗ୍ନିଶମ ସେବା କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ । ବିମାନବନ୍ଦର ଗୁଡିକ ହେଉଛି ଝାରସୁଗୁଡା, ଉତକେଲା, ରାଉରକେଲା ଏବଂ ଜୟପୁର ।

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନୁମୋଦନ ପାଇଥିବା 50 ଜଣ ଅଗ୍ନିଶମ ସେବା କର୍ମଚାରୀଙ୍କ ମଧ୍ୟରୁ 9 ଟି ଲେଖାଏଁ ପୋଷ୍ଟ ଉତକେଲା ଓ ଜୟପୁରରେ ନିଯୁକ୍ତି ପାଇବେ । ସେହିପରି ଝାରସୁଗୁଡା ଓ ରାଉରକେଲା ବିମାନ ବନ୍ଦରରେ 16 ଜଣ ଲେଖାଏଁ ଅଗ୍ନିଶମ ସେବା କର୍ମଚାରୀ ନିଯୁକ୍ତି ପାଇବେ ।

ନିକଟରେ 3ଟି ଅଗ୍ନିଶମ କେନ୍ଦ୍ର ରାଜ୍ୟର ତିନୋଟି ମେଡିକାଲ କଲେଜରେ କାର୍ଯ୍ୟକ୍ଷମ ହୋଇଛି । କଟକ, ବ୍ରହ୍ମପୁର ଓ ବୁର୍ଲା ମେଡିକାଲରେ ତିନୋଟି ଅଗ୍ନିଶମ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି । ଏହା ବ୍ୟତୀତ ଭଦ୍ରକର ତିହିଡି ଏବଂ ଯାଜପୁର ଜିଲ୍ଲାର ବରୁଆଁରେ ଫାୟାର ଷ୍ଟେସନ କାର୍ଯ୍ୟକ୍ଷମ ହୋଇଛି । ଏହି ଅଗ୍ନିଶମ କେନ୍ଦ୍ରରେ ଅନ୍ୟ ଅଗ୍ନିଶମ କେନ୍ଦ୍ରର କର୍ମଚାରୀ କାମ କରୁଛନ୍ତି । ଗତ ଡିସେମ୍ବର ମାସରେ 16 ଜଣ ଅଗ୍ନିଶମ କର୍ମଚାରୀ ରାଉଲକେଲା ଏୟାରପୋର୍ଟରେ ନିଯୁକ୍ତ ହୋଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details