ଭୁବନେଶ୍ବର: ସବୁ ଜିଲ୍ଲାରେ କାର୍ଯ୍ୟକାରୀ ହେବ ମିଲେଟ ମିଶନ । ମିଲେଟ ମିଶନ ପାଇଁ ଆଗାମୀ ୫ ବର୍ଷରେ ୨୮୦୮ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାଣ୍ଡିଆ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ୧୯ ଜିଲ୍ଲାରେ ମିଲେଟ ମିଶନ ଆରମ୍ଭ ହୋଇଛି । ଆଗାମୀ ଦିନରେ ସବୁ ଜିଲ୍ଲାରେ ମିଲେଟ ମିଶନ କାର୍ଯ୍ୟକାରୀ ହେବ । ଏଣିକି ପ୍ରତିବର୍ଷ ନଭେମ୍ବର ୧୦ ତାରିଖକୁ ମାଣ୍ଡିଆ ଦିବସ ପାଳନ ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର । ମାଣ୍ଡିଆ ହେଉଛି ପୁଷ୍ଟିର ଭଣ୍ଡାର । ଛୋଟ ପିଲାଙ୍କଠୁ ଆରମ୍ଭ କରି ବୁଢା ଲୋକଙ୍କୁ ପୁଷ୍ଟି ଯୋଗାଇଛି ମାଣ୍ଡିଆ । ଚାଷୀଙ୍କ ଅବସ୍ଥାର ଉନ୍ନତି ଓ ପୁଷ୍ଟିକୁ ଦୃଷ୍ଟିରେ ରଖି ଆରମ୍ଭ ହୋଇଛି ମିଲେଟ ମିଶନ । ଆଗାମୀ ୫ ବର୍ଷରେ ୨୮୦୮ କୋଟି ଖର୍ଚ୍ଚ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଜାତିସଂଘ ଏହାକୁ ପ୍ରଶଂସା କରିଛି । ମାଣ୍ଡିଆକୁ ଶ୍ରେଷ୍ଠ ଆହାର ଭାବେ ଲୋକପ୍ରିୟ କରାଇବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ କରିଛନ୍ତି ।
କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ କହିଛନ୍ତି ଯେ, ମାଣ୍ଡିଆ ଚାଷ ବିକାଶ ପାଇ ୨୦୧୭-୨୦୧୮ ରେ ଆରମ୍ଭ ହୋଇଥିଲା ମିଲେଟ ମିଶନ । ଭାରତ ସରକାର ଓ ନିତି ଆୟୋଗ ଅନ୍ୟ ରାଜ୍ୟରେ ଏହାକୁ ଆପଣେଇବାକୁ ପରାମର୍ଶ ଦେଇଛନ୍ତି । ମାଣ୍ଡିଆ ଚାଷ ପାଇଁ କମ ପାଣି, ଖତ ଓ ସାର ଆବଶ୍ୟକ । ପାର୍ବତ୍ୟ ଅଞ୍ଚଳରେ ଏହା ସୁହାଇବ । ମଣ୍ଡିଆରେ ଭରପୁର ପୋଷକତତ୍ତ୍ଵ ରହିଛି ।