ଓଡିଶା

odisha

ETV Bharat / state

World Athletics Championships: ଓଡ଼ିଆ କୋହିନୂର କିଶୋର ଜେନାଙ୍କୁ ୨୫ଲକ୍ଷ ପୁରସ୍କାର - କିଶୋରଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଆଥଲେଟିକ୍ସ ଚମ୍ପିଆନସିପରେ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ସହ ପଞ୍ଚମ ସ୍ଥାନରେ ରହି ସମସ୍ତଙ୍କ ହୃଦୟ ଜିତିଥିବା ଓଡ଼ିଆ କୋହିନୂର କିଶୋର ଜେନାଙ୍କୁ ମିଳିବ ୨୫ ଲକ୍ଷ ପୁରସ୍କାର । କିଶୋରଙ୍କୁ ଶୁଭେଚ୍ଛା ଜଣାଇବା ସହ ପୁରସ୍କାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢ଼ନ୍ତୁ

ଓଡ଼ିଆ କୋହିନୂର କିଶୋର ଜେନାଙ୍କୁ ୨୫ ଲକ୍ଷ ପୁରସ୍କାର
ଓଡ଼ିଆ କୋହିନୂର କିଶୋର ଜେନାଙ୍କୁ ୨୫ ଲକ୍ଷ ପୁରସ୍କାର

By ETV Bharat Odisha Team

Published : Aug 28, 2023, 4:40 PM IST

ଭୁବନେଶ୍ବର: ହଙ୍ଗେରୀ ରାଜଧାନୀ ବୁଦାପେଷ୍ଟରେ ବିଶ୍ୱ ଆଥଲେଟିକ୍ସ ଚମ୍ପିଆନସିପରେ ଦୀର୍ଘ ୪୦ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ସ୍ବର୍ଣ୍ଣ ପଦକ ସହ ଭାରତୀୟ କ୍ରୀଡ଼ାରେ ସବୁଠାରୁ ଶ୍ରେଷ୍ଠ ମୁହୂର୍ତ୍ତ ଯୋଡ଼ି ହୋଇଛି । ଏଠାରେ ରବିବାର ହୋଇଥିବା ପୁରୁଷ ଜାଭେଲିନ୍‌ ଥ୍ରୋ ଫାଇନାଲ୍‌ରେ ଭାରତର ସୁନାପୁଅ ନୀରଜ ଚୋପ୍ରା ଫାଉଲ୍‌ରୁ ଆରମ୍ଭ କରିଥିଲେ ହେଁ ଦ୍ବିତୀୟ ପ୍ରୟାସରୁ ସ୍ବର୍ଣ୍ଣ ପାଇଁ ଦାବିଦାର ରହିଥିଲେ । ଦ୍ବିତୀୟ ପ୍ରୟାସରେ ୮୮.୧୭ ମିଟର ଜାଭଲିନ୍‌ ଫିଙ୍ଗି ସେ ଏହି ସଫଳତା ପାଇଥିଲେ । ଅନ୍ୟପଟେ ଏହି ପ୍ରତିଯୋଗିତାରେ ପ୍ରଥମ ଥର ଭାଗ ନେଇ ଫାଇନାଲ୍‌ରେ ପହଞ୍ଚିଥିବା ଓଡ଼ିଆ ପୁଅ କିଶୋର କୁମାର ଜେନା ପଦକ ପାଇନଥିଲେ ମଧ୍ୟ ନିରାଶ କରିନାହାନ୍ତି । ଦମ୍‌ଦାର ପ୍ରଦର୍ଶନ ସହ ୮୪.୭୭ ମିଟର ଜାଭେଲିନ୍‌ ଫିଙ୍ଗି ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ଦେଇ କିଶୋର ପଞ୍ଚମ ସ୍ଥାନରେ ରହିଥିଲେ । ତେବେ ଏଥିପାଇଁ କିଶୋରଙ୍କୁ ଶୁଭେଚ୍ଛା ଜଣାଇବା ସହିତ ତାଙ୍କ ପାଇଁ ୨୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ନିଜ X (ପୂର୍ବରୁ ଟ୍ବିଟର୍‌) ହ୍ୟାଣ୍ଡେଲ୍‌ରେ ମୁଖ୍ୟମନ୍ତ୍ରୀ ଏହି ସଫଳତା ପାଇଁ କିଶୋରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଓଡ଼ିଶାର ଏହି କୋହିନୂରଙ୍କୁ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, "ବୁଦାପେଷ୍ଟରେ ବିଶ୍ୱ ଆଥ୍‌ଲେଟିକ୍ସ ଚମ୍ପିଆନସିପରେ କିଶୋର ଜେନାଙ୍କ ଉଲ୍ଲେଖନୀୟ ଯାତ୍ରା ଓ ଅସାଧାରଣ ପ୍ରଦର୍ଶନ ଆମ ରାଜ୍ୟ ଓ ଦେଶ ପାଇଁ କେବଳ ଗୌରବ ଆଣି ଦେଇ ନାହିଁ, ଆଗାମୀ ବର୍ଷ ଗୁଡ଼ିକରେ ଏହା ଅନେକ ଆଥ୍‌ଲେଟ୍ସଙ୍କୁ ପ୍ରେରଣା ମଧ୍ୟ ଯୋଗାଇବ ।" ଏହା ସହ ଆଥଲେଟ୍‌ କିଶୋର ଜେନାଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ୨୫ ଲକ୍ଷ ଟଙ୍କା ପୁରସ୍କାର ରାଶି ନେଇ ମଧ୍ୟ ଘୋଷଣା କରିଛିନ୍ତି ମୁଖ୍ୟମନ୍ତ୍ରୀ ।

ଏହା ମଧ୍ୟ ପଢ଼ନ୍ତୁ...World Athlethics Championships: 5ମରେ ଓଡିଆ ପୁଅ କିଶୋର, ଷଷ୍ଠରେ ମନୁ, ରାଷ୍ଟ୍ରପତିଙ୍କ ଶୁଭେଚ୍ଛା

ପ୍ରକାଶଯୋଗ୍ୟ, ବିଶ୍ୱ ଆଥଲେଟିକ୍ସ ଚମ୍ପିଆନସିପରେ ନୀରଜ ଚୋପ୍ରାଙ୍କ ସମେତ ୩ ଭାରତୀୟ ଫାଇନାଲରେ ପ୍ରବେଶ କରିଥିଲେ । ଓଡିଆ ଜାଭେଲିନ ଫିଙ୍ଗାଳି ବ୍ରହ୍ମଗିରିର କୋଠସାହି କୋହିନୂର କିଶୋର ଜେନା ବିଶ୍ବ ଆଥଲେଟିକ୍ସ ଚମ୍ପିଆନସିପରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି । ଓଡିଆ ଜାଭେଲିନ ଥ୍ରୋୟର କିଶୋର ଜେନା 84.77 ମିଟର ଜାଭେଲିନ ଫିଙ୍ଗି ପଞ୍ଚମ ସ୍ଥାନରେ ରହିଛନ୍ତି । କିଶୋର 75.70ମିଟରରୁ ଥ୍ରୋ ଆରମ୍ଭ କରିଥିଲେ । ଦ୍ବିତୀୟ ପ୍ରୟାସରେ 82.82 ମିଟର ଅତିକ୍ରମ କରିଥିଲେ । ତୃତୀୟରେ ବିଫଳ ହେବା ପରେ ଚତୁର୍ଥରେ 80.19 ମିଟର ଫିଙ୍ଗିଥିଲେ । ଏହାପରେ ଅନ୍ତିମ ତଥା ପଞ୍ଚମ ପ୍ରୟାସରେ 84.77 ମିଟିର ଜାଭେଲିନ ଫିଙ୍ଗିବାରେ ସଫଳ ହୋଇଥିଲେ କିଶୋର । ସେ ପ୍ରଥମ ଓଡିଆ ଭାବେ ବିଶ୍ବ ଚମ୍ପିଆନସିପକୁ ଯୋଗ୍ୟତା ଅର୍ଜନ କରିଥିଲେ ଯାହା ଓଡିଆ ଆଥଲେଟ କ୍ରୀଡା ଇତିହାସରେ ଏକି ବିରଳ ସଫଳତା ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details