ଓଡିଶା

odisha

ETV Bharat / state

ମୋଦିଙ୍କୁ ନବୀନଙ୍କ ଦାବି: ଓଡ଼ିଶାରେ ଆଉ ୨ଟି ବନ୍ଦେ ଭାରତ ଟ୍ରେନ ଚଳାଚଳ ହେଉ - ପୁରୀ ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ

ପ୍ରଧାନମନ୍ତ୍ରୀଙ୍କୁ ମୋଦିଙ୍କୁ ଆଉ ଦୁଇଟି ବନ୍ଦେ ଭାରତ ଟ୍ରେନ ପାଇଁ ଦାବି କଲେ ନବୀନ । ପୁରୀ-କୋଣାର୍କ ନୂତନ ରେଳଲାଇନ ପାଇଁ ମଧ୍ୟ ଦାବି କରିଲେ । ଅଧିକ ପଢନ୍ତୁ

ମୋଦିଙ୍କୁ ନବୀନଙ୍କ ଦାବି
ମୋଦିଙ୍କୁ ନବୀନଙ୍କ ଦାବି

By

Published : May 18, 2023, 2:26 PM IST

ମୋଦିଙ୍କୁ ନବୀନଙ୍କ ଦାବି

ଭୁବନେଶ୍ବର:ଓଡ଼ିଶାରେ ଗଡିଛି ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁରୀ-ହାୱଡା ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ କରିଛନ୍ତି । ଏହି ଅତ୍ୟାଧୁନିକ ଟ୍ରେନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହା ସଙ୍ଗେ ସଙ୍ଗେ ମୋଦିଙ୍କ ପାଖରେ କିଛି ଦାବି ରଖିଛନ୍ତି ନବୀନ । ଓଡ଼ିଶାରେ ଆଉ ୨ଟି ବନ୍ଦେ ଭାରତ ଟ୍ରେନ ଚଳାଚଳ ପାଇଁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀରୁ ରାଉରକେଲା ଓ ଭୁବନେଶ୍ବରରୁ ହାଇଦ୍ରାବାଦ ବନ୍ଦେ ଭାରତ ଟ୍ରେନ ଚଳାଚଳ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଦାବି କରିଛନ୍ତି । ପୁରୀ ଅନ୍ତର୍ଜାତୀୟ ବିମାନ ବନ୍ଦର ଦାବି ମଧ୍ୟ ଦୋହରାଇଛନ୍ତି । ଆଗାମୀ ୩ରୁ ୪ ବର୍ଷ ମଧ୍ୟରେ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନ ବନ୍ଦର କାମ ଶେଷ ହେଉ ଏବଂ ପ୍ରଧାନମନ୍ତ୍ରୀ ମୋଦି ନିଜେ ଶ୍ରୀକ୍ଷେତ୍ର ପୁରୀ ଆସି ଏୟାରପୋର୍ଟର ଲୋକାର୍ପଣ କରନ୍ତୁ ବୋଲି ନବୀନ ଅନୁରୋଧ କରିଛନ୍ତି । ଏହାସହିତ ଅନୁଗୋଳ-ସୁକିନ୍ଦା ଓ ପାରାଦ୍ବୀପ-ହରିଦାସପୁର ଲାଇନରେ ପାସେଞ୍ଜର ଟ୍ରେନ ଚଳାଚଳ ଦାବି ମଧ୍ୟ କରିଛନ୍ତି ।

ବନ୍ଦେ ଭାରତ ଏକ୍ସପ୍ରେସ ଶୁଭାରମ୍ଭ ଅବସରରେ ପ୍ରଧାନନ୍ତ୍ରୀ କଟକ ଓ ପୁରୀ ରେଳ ଷ୍ଟେସନର ପୁନଃବିକାଶ ଭିତ୍ତିପ୍ରସ୍ତର ସ୍ଥାପନ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପିଏମ୍ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହାସହିତ ଅନୁଗୋଳ-ସୁକିନ୍ଦା ଓ ପାରଦ୍ବୀପ-ହରିଦାସପୁର ଲାଇନରେ ପାସେଞ୍ଜର ଟ୍ରେନ ଏବଂ ପୁରୀ-କୋଣାର୍କ ନୂଆ ରେଳ ଲାଇନ ପାଇଁ ମଧ୍ୟ ଦାବି କରିଛନ୍ତି । ଏହି ରେଳ ଲାଇନ ରାଜ୍ୟର ଦୁଇ ଐତିହ୍ୟ ସ୍ଥଳୀକୁ ଯୋଡିବ । ଏହାସହିହ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ ଶୀଘ୍ର ବୁଲେଟ ଟ୍ରେନ ସ୍ବପ୍ନ ସାକାର ହେବା ନେଇ ନବୀନ ଆଶା କରିଛନ୍ତି ।

ଏହାମଧ୍ୟ ପଢନ୍ତୁ : ଓଡିଶାକୁ ମିଳିଲା ପ୍ରଥମ ବନ୍ଦେ ଭାରତ, ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ଆଜି ପୁରୀ ରେଳ ଷ୍ଟେସନରେ ଆୟୋଜିତ ବନ୍ଦେ ଭାରତ ଏକ୍ସପ୍ରେସ ଉଦଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସି ଯୋଗେ ସାମିଲ ହୋଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଭିସି ଯୋଗେ ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ପୁରୀ ଷ୍ଟେସନରେ ରାଜ୍ୟପାଳ ଗଣେଶୀ ଲାଲ, ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ବିଜେପି ରାଷ୍ଟ୍ରୀ ପ୍ରବକ୍ତା ସମ୍ବିତ ପାତ୍ର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ଲୋକ ପ୍ରତିନିଧି ଉପସ୍ଥିତ ରହିଥିଲେ । ପ୍ରଥମ ଥର ରାଜ୍ୟରେ ଏହି ଅତ୍ୟାଧୁନିକ ଟ୍ରେନ ଗଡିଥିବାରୁ ସମସ୍ତଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details