ଭୁବନେଶ୍ବର:୨୦୨୩ ହକି ବିଶ୍ବକପ୍କୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଘୋଷଣା । ଯଦି ଭାରତ ହକି ବିଶ୍ବକପ ଟାଇଟଲ ଜିତିବ ତେବେ ସେ ଦଳର ସମସ୍ତ ଖେଳାଳିଙ୍କୁ ୧ କୋଟି ଲେଖାଏଁ ପୁରସ୍କାର ରାଶି ଦେବେ (1crore cash prize to each India Hockey player if Team wins ) ବୋଲି ଘୋଷଣା କରିଛନ୍ତି । ଆଜି ରାଉରକେଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମରେ ଭାରତୀୟ ହକି ଟିମକୁ ଭେଟିବା ପରେ ଏହି ଘୋଷଣା କରିଛନ୍ତି ।
ଆଜି ମୁଖ୍ୟମନ୍ତ୍ରୀ ରାଉରକେଲାର ବିର୍ସାମୁଣ୍ଡା ହକି ଷ୍ଟାଡିୟମ୍ ଉଦଘାଟନ କରିଛନ୍ତି। ଏହି ଅବସରରେ ରାଉରକେଲାରେ ଖେଳାଳିଙ୍କୁ ଭେଟିବା ଅବସରରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଉରକେଲାରେ ମୁଖ୍ୟମନ୍ତ୍ରୀ ପହଞ୍ଚି ବିର୍ସା ମୁଣ୍ଡା ଷ୍ଟାଡିୟମ ବୁଲି ଦେଖିଥିଲେ । ଏହାପରେ ବିଶ୍ବକପ୍ ଗ୍ରାମର ଶୁଭ ଉଦଘାଟନ କରିଛନ୍ତି । ପରେ ପରେ ରାଉରକେଲାର 'ମୋ ବସ୍ ସେବା'ର ଉଦଘାଟନ କରିଛନ୍ତି ଏବଂ ଭାରତୀୟ ଖେଳାଳିମାନଙ୍କ ସହିତ ଫଟୋ ଉଠାଇଛନ୍ତି । ଆଜିର ଏହି ଉଦଘାଟନ ଉତ୍ସବରେ କ୍ରୀଡାମନ୍ତ୍ରୀ ତୁଷାରକାନ୍ତ ବେହେରା, କ୍ରୀଡା ସଚିବ ଭିନୀଲ କ୍ରିଷ୍ଣା, ରୋହିତ ପୂଜାରୀ ଉପସ୍ଥିତ ଥିଲେ।
ଏହା ବି ପଢନ୍ତୁ- CM Naveen Rourkela Visit: ସୁନ୍ଦରଗଡ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ଉଦଘାଟିତ
ଏହି ଗସ୍ତରେ ମୁଖ୍ୟମନ୍ତ୍ରୀ ରାଉରକେଲାରେ ବିଶ୍ବକପ ଭିଲେଜର ମଧ୍ୟ ଉଦଘାଟନ କରିଛନ୍ତି । ଏହା ବିର୍ସାମୁଣ୍ଡା ହକି ଷ୍ଟାଡିୟମର ପରିସର ମଧ୍ୟରେ ରହିଛି । ଏହାକୁ ଗତ ୧୫ ମାସ ମଧ୍ୟରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ଏଥିରେ ରହିଛି ୨୨୫ଟି ରୁମ୍ । ଏଠାରେ ଟିମର ସମସ୍ତ ଖେଳାଳି ଓ ଅନ୍ୟ ଅଧିକାରୀମାନଙ୍କ ଲାଗି ରହଣିର ବ୍ୟବସ୍ଥା କରାଯାଇଛି । ଏହାର ଉଦଘାଟନୀ ସମୟରେ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା, ହକି ଇଣ୍ଡିଆର ସଭାପତି ଦିଲ୍ଲୀପ ତିର୍କୀ, ୫ଟି ସଚିବ ଭି.କେ ପାଣ୍ଡିଆନ ଓ ଅନ୍ୟ ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ ।