ଭୁବନେଶ୍ବର:ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ (School and Education Minister Samir Dash)ଙ୍କ ଅଧ୍ୟକ୍ଷତାରେ ଆଜି ଏକ ସୁରଭି କାର୍ଯ୍ୟକ୍ରମର (Surabhi Programme) ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ, ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କ ମଧ୍ୟରେ ସକରାତ୍ମକ ପ୍ରତିଯୋଗିତା ମନୋଭାବ ଆଣିବା ପାଇଁ ଚଳିତ ଶିକ୍ଷାବର୍ଷରୁ 'ଶିକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ପୁରସ୍କାର' (CM Award for education) ଯୋଜନା ଆରମ୍ଭ କରାଯାଇଛି ।
ନଭେମ୍ବର ମାସ ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ସୁରଭି କାର୍ଯ୍ୟକ୍ରମ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଯାଇଛି । ଏହି ଯୋଜନାରେ ବ୍ଲକ ଏବଂ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରୁ ଆରମ୍ଭ କରି ରାଜ୍ୟସ୍ତରୀୟ ପୁରସ୍କାର ମହୋତ୍ସବ ଆୟୋଜିତ ହେବ । ଏହି ପ୍ରତିଯୋଗିତା ମହୋତ୍ସବ ଜରିଆରେ ରାଜ୍ୟର ପ୍ରାୟ ୫୦ ହଜାର ଛାତ୍ରଛାତ୍ରୀ, ୧୫୦୦ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ତଥା ଶିକ୍ଷା ପରିଚାଳନାରେ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ପ୍ରୋତ୍ସାହନ ଏବଂ ସମ୍ବର୍ଦ୍ଧନା ଦିଆଯିବ ।