ଭୁବନେଶ୍ବର:ରାଜ୍ୟର ବିକାଶ ପାଇଁମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୨ଟି ପ୍ରମୁଖ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି । ୮୪ ହଜାର ୯୧୮ କୋଟିରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟବରାଦରେ ପ୍ରତିଷ୍ଠା ହେବାକୁ ଥିବା ପ୍ରକଳ୍ପଗୁଡ଼ିକରେ ପାଖାପାଖି ୪୨,୨୮୧ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଘୋଷଣା କରାଯାଇଛି । ଏହି ବୃହତ ପ୍ରକଳ୍ପ ଗୁଡିକ ମଧ୍ୟରେ ଗ୍ରୀନ ହାଇଡ୍ରୋଜେନ ଏବଂ ଗ୍ରୀନ ଆମୋନିଆ, ବସ୍ତ୍ର, ଇସ୍ପାତ, ଶକ୍ତି ଓ ନବୀକରଣ ଶକ୍ତି, ରାସାୟନିକ ଏବଂ ପେଟ୍ରୋ ରାସାୟନିକ ଡାଉନଷ୍ଟ୍ରିମ୍ ସେକ୍ଟର ପରି ଶିଳ୍ପ ରହିଛି । ଏଗୁଡିକ କଟକ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, କେନ୍ଦ୍ରାପଡା, ମାଲକାନଗିରି, ରାୟାଗଡା, ସମ୍ବଲପୁର ଏବଂ ସୁନ୍ଦରଗଡ ଜିଲ୍ଲାରେ ପ୍ରତିଷ୍ଠା କରାଯିବ ।
କେନ୍ଦ୍ରାପଡ଼ାରେ ଗ୍ରୀନ ଆମୋନିଆ ଉତ୍ପାଦନ ୟୁନିଟ ପ୍ରତିଷ୍ଠା ହେବ । Welspun New Energy Ltd କେନ୍ଦ୍ରାପଡାରେ ୧୩ ହଜାର ୮୦୦ କୋଟି ନିବେଶ କରିବ । ଏହାଦ୍ୱାରା ୧୦୦୦ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବାର ସମ୍ଭାବନା ରହିଛି । ସେହିପରି ଗୋପାଳପୁରରେ ମଧ୍ୟ ଗ୍ରୀନ ଆମୋନିଆ ଉତ୍ପାଦନ ୟୁନିଟ Sembcorp Green Hydrogen India Private Limited ପ୍ରତିଷ୍ଠା କରିବ । ଏଥିରେ ୧୩ ହଜାର କୋଟି ଟଙ୍କା ନିବେଶ କରାଯିବ । ୧୨୫୦ ଲୋକଙ୍କୁ ନିଯୁକ୍ତି ମିଳିବ ।
ଢେଙ୍କାନାଳରେ ଟାଟା ଷ୍ଟିଲ ୧୦ ହଜାର ୩୫୧ କୋଟି ନିବେଶ କରିବ । ୩୭୨୫ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ମାଲକାନଗିରିରେ REFPL ଗ୍ରୀନ ଅମୋନିଆ ଓ ଗ୍ରୀନ ହାଇଡ୍ରୋଜ ଉତ୍ପାଦନ ୟୁନିଟ ପ୍ରତିଷ୍ଠା କରିବ । ୧୦ ହଜାର ୫ କୋଟି ଟଙ୍କାର ନିବେଶରେ ୧୪୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । କଟକରେ ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା କରିବ Welspum living limited । ଏଥିରେ ୩ ହଜାର ୫୦ କୋଟି ଟଙ୍କା ନିବେଶ କରିବ ଏବଂ ୨୦ ହଜାର ୨୧୦ ଜଣଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।
ଏହା ମଧ୍ୟ ପଢନ୍ତୁ: ସାଲକୀ ନଦୀ ସତୀଘାଟ ନଦୀଗର୍ଭ ଜଳାଶୟକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ