ଓଡିଶା

odisha

ETV Bharat / state

୪୮୨ ପିଜିଟି ଶିକ୍ଷକଙ୍କୁ ନିଯୁକ୍ତି ଦେଲେ ରାଜ୍ୟ ସରକାର - ପିଜିଟି ଶିକ୍ଷକ ନିଯୁକ୍ତି

PGT Teachers Appointment: ୪୮୨ ଜଣ ପିଜିଟି ଶିକ୍ଷକଙ୍କୁ ନିଯୁକ୍ତି ଦେଲେ ରାଜ୍ୟ ସରକାର। ଅଣ ସରକାରୀ ସହାୟତା ପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମିଳିଲା ନିଯୁକ୍ତି । ଅଧିକ ପଢନ୍ତୁ

ପିଜିଟି ଶିକ୍ଷକଙ୍କୁ ନିଯୁକ୍ତି
PGT Teachers Appiontment

By ETV Bharat Odisha Team

Published : Dec 30, 2023, 7:15 AM IST

Updated : Jan 5, 2024, 9:29 AM IST

PGT Teachers Appointment
ଭୁବନେଶ୍ବର: ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବାକୁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ସ୍କୁଲ ହାଇସ୍କୁଲ ଠାରୁ ଆରମ୍ଭ କରି ମେଡ଼ିକାଲ ଶିକ୍ଷା କ୍ଷେତ୍ରରେ ସବୁଠି ପୂରଣ ହେଉଛି ଶିକ୍ଷକ ପଦବୀ । ଶୁକ୍ରବାର ୪୮୨ ଜଣ ସ୍ନାତକୋତ୍ତର ବା ପିଜିଟି ଶିକ୍ଷକଙ୍କୁ ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅନୁଦାନପ୍ରାପ୍ତ ବେସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏହି ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି । ପିଜିଟି ଟିଚର ନିଯୁକ୍ତିରେ ଏମାନେ ହେଉଛନ୍ତି ପ୍ରଥମ ବ୍ୟାଚ । ଲୋକସେବା ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବା ସହ ନିଜକୁ ଅପଡେଟ ରଖିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-Teachers Recruitment: ଖୁବଶୀଘ୍ର ନିଯୁକ୍ତି ପାଇବେ ନୂତନ ୩୩୫ ଶିକ୍ଷକ

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ଅତ୍ୟାଧୁନିକ ଶିକ୍ଷା ଦକ୍ଷତା ଉପରେ ଅପଡେଟ ରହିବା ଏବଂ ଶିକ୍ଷାଦାନକୁ ଅଧିକ ଆକର୍ଷଣୀୟ କରିବା ପାଇଁ ITକୁ ଏକ ଉପକରଣ ଭାବରେ ବ୍ୟବହାର କରନ୍ତୁ । ପ୍ରଯୁକ୍ତି ବିଜ୍ଞାନକୁ ଶିକ୍ଷକତାରେ ଉପଯୋଗ କରନ୍ତୁ । ଶ୍ରେଣୀଗୃହକୁ ପରିବେଶ ଭିତ୍ତିକ କରି ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରନ୍ତୁ । ସମସ୍ତେ ଉତ୍ସର୍ଗୀକୃତ ମନୋଭାବ ନେଇ ନିଷ୍ଠାର ସହିତ ଶିକ୍ଷକତା କରି ରାଜ୍ୟ ରୂପାନ୍ତରଣରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାନ୍ତୁ । ଉଚ୍ଚ ମାଧ୍ୟମିକ ସ୍କୁଲଗୁଡ଼ିକର ରୂପାନ୍ତରଣ କରାଯାଉଛି । ଏହା ଭିତରେ ୧୧୦ଟି ହାଇସ୍କୁଲକୁ ଉଚ୍ଚ ମାଧ୍ୟମିକ ସ୍ତରକୁ ଉନ୍ନୀତ କରାଯାଇଛି । ଏହା ଉଚ୍ଚ ମାଧ୍ୟମିକ ସ୍ତର ଛାତ୍ରଛାତ୍ରୀଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଏହିଠାରୁ ଟେକ୍ନିକାଲ ଓ ପ୍ରଫେସନାଲ ଶିକ୍ଷାକୁ ବାଟ ଫିଟିଥାଏ । ତେଣୁ ଶିକ୍ଷକମାନେ ସର୍ବୋତ୍କୃଷ୍ଟ ଉପାୟରେ ପିଲାମାନଙ୍କୁ ଶିକ୍ଷାଦାନ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ-ଶିକ୍ଷକ ନିଯୁକ୍ତି ନିୟମାବଳୀରେ ସଂଶୋଧନ, ଚୁକ୍ତିଭିତ୍ତିକ ବଦଳରେ ନିଯୁକ୍ତ ହେବେ କନିଷ୍ଠ ଶିକ୍ଷକ

ଏହି ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଥିଲେ ଯେ, ବର୍ତ୍ତମାନ ଯେଉଁ ଶିକ୍ଷକ ନିଯୁକ୍ତି କରାଯାଇଛି ସେମାନଙ୍କ ମଧ୍ୟରୁ ପ୍ରାୟ 50 ପ୍ରତିଶତ ମହିଳା । ଏହା ମହିଳାଙ୍କ ବାସ୍ତବ ସ୍ଥିତି ଏବଂ ରାଜ୍ୟରେ ସେମାନଙ୍କର ସଶକ୍ତିକରଣର ଏକ ସୂଚକ । ଦୁଇ ଜଣ ନୂତନ ଶିକ୍ଷକ ରଶ୍ମି ମିଶ୍ର ଏବଂ ଇପସିତା ବେହେରା କହିଛନ୍ତି ଯେ, 5T ପଦକ୍ଷେପ ଏହି ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଛି । ଏହି କାରଣରୁ ସମଗ୍ର ନିଯୁକ୍ତି ପ୍ରକ୍ରିୟା କେବଳ 4 ମାସ ମଧ୍ୟରେ ସମାପ୍ତ ହୋଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 5, 2024, 9:29 AM IST

ABOUT THE AUTHOR

...view details