ଖୋର୍ଦ୍ଧା: ବାର ମାସରେ ତେର ପର୍ବ ଆମ ସଂସ୍କୃତି ଓ ପରମ୍ପରା । ସେ ମଧ୍ୟରେ ଶୀତଳଷଷ୍ଠୀ ଅନ୍ୟତମ । ସେହିପରି ଖୋର୍ଦ୍ଧା ଜିଲ୍ଲା ଗୋବିନ୍ଦପୁର ଗ୍ରାମରେ ଗତ ସୋମବାର ଠାରୁ ଆରମ୍ଭ ହୋଇଥିବା ଶୀତଳଷଷ୍ଠୀ ମହୋତ୍ସବ ବୁଧବାର ଉଦଯାପିତ ହୋଇଯାଇଛି । ଉଦଯାପିତ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀ ରାଣୀ ଗୁମାନସିଂ,ବିଜେଡ଼ି ରାଜ୍ୟ ସମ୍ପାଦକ ପ୍ରଦୀପ ସାହୁ ଓ ସମ୍ମାନୀତ ଅତିଥି ଭାବେ ବେଗୁନିଆ ବ୍ଲକ ଅଧକ୍ଷ ଲକ୍ଷ୍ମୀଧର ସୁବୁଦ୍ଧି ଯୋଗଦେଇ ମହୋତ୍ସବ ମାଧ୍ୟମରେ ଆମ କଳା ସଂସ୍କୃତିକୁ ବଞ୍ଚାଇ ରଖିବାର ଏକ ମାଧ୍ୟମ ବୋଲି ମତ ରଖିଥିଲେ ।
ଶୀତଳଷଷ୍ଠୀ ମହୋତ୍ସବ ଉଦଯାପିତ, ଦର୍ଶକଙ୍କୁ ବାନ୍ଧି ରଖିଲା ଘୁମୁରା ନୃତ୍ୟ - ଉଦଯାପିତ ହେଲା ଶୀତଳଷଷ୍ଠୀ ମହୋତ୍ସବ
ଖୋର୍ଦ୍ଧା ଜିଲ୍ଲା ଗୋବିନ୍ଦପୁର ଗ୍ରାମରେ ଗତ ସୋମବାର ଠାରୁ ଆରମ୍ଭ ହୋଇଥିବା ଶୀତଳଷଷ୍ଠୀ ମହୋତ୍ସବ ବୁଧବାର ଉଦଯାପିତ ହୋଇଛି । ଅଧିକ ପଢନ୍ତୁ
Shitala shasthi yatra are ending today
ସେହିପରି ଉଦଯାପନୀ ସନ୍ଧ୍ୟାରେ ବଲାଙ୍ଗୀରର ଯୋଡି ମହୁରୀ ଓ କଳାହାଣ୍ଡି ଜିଲ୍ଲାର କଳାକାରଙ୍କ ଦ୍ୱାରା ଘୁମୁରା ନୃତ୍ୟକୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ହଜାର ହଜାର ଦର୍ଶକ ଉପଭୋଗ କରିଥିଲେ । ସେହିପରି ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ବ୍ୟକ୍ତି ମାନଙ୍କୁ ଶୀତଳଷଷ୍ଠୀ ମହୋତ୍ସବ ପକ୍ଷରୁ ସମ୍ବର୍ଦ୍ଧିତ କରଯାଇଥିଲା ।