ଓଡିଶା

odisha

ଖୋର୍ଦ୍ଧା ମହୋତ୍ସବର ଶେଷ ସନ୍ଧ୍ୟା, ମୁଖ୍ୟ ଅତିଥି ଭାବରେ ଯୋଗଦେଲେ ରାଜ୍ୟପାଳ

Closing Ceremony of Khordha Mahotsav: ଐତିହ୍ୟ, କଳା ଓ ସଂସ୍କୃତିକୁ ଉଦଜ୍ଜୀବିକ ରଖିବା ଉଦ୍ଦେଶ୍ୟ ନେଇ ଆରମ୍ଭ ହୋଇଥିବା ଖୋର୍ଦ୍ଧା ମହୋତ୍ସବ ଆଜି (ରବିବାର) ଉଦଯାପିତ ହୋଇଯାଇଛି । ଶୀତୁଆ ସଂଧ୍ୟାରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା କଳାକାରମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ମହୋତ୍ସବର ମଞ୍ଚରେ ପ୍ରଦର୍ଶିତ ହୋଇଥିଲା । ସେପଟେ ଦର୍ଶକଙ୍କ ଗହଳିରେ ଫାଟି ପଡ଼ୁଥିଲା ମହୋତ୍ସବ ପଡ଼ିଆ । ଅଧିକ ପଢ଼ନ୍ତୁ

By ETV Bharat Odisha Team

Published : Dec 24, 2023, 10:53 PM IST

Published : Dec 24, 2023, 10:53 PM IST

ଖୋର୍ଦ୍ଧା ମହୋତ୍ସବର ଶେଷ ସନ୍ଧ୍ୟା
ଖୋର୍ଦ୍ଧା ମହୋତ୍ସବର ଶେଷ ସନ୍ଧ୍ୟା

ଖୋର୍ଦ୍ଧା ମହୋତ୍ସବର ଶେଷ ସନ୍ଧ୍ୟା

ଖୋର୍ଦ୍ଧା: ଐତିହ୍ୟ, କଳା ଓ ସଂସ୍କୃତିକୁ ଉଦଜ୍ଜୀବିକ ରଖିବା ଉଦ୍ଦେଶ୍ୟ ନେଇ ଆରମ୍ଭ ହୋଇଥିବା ଖୋର୍ଦ୍ଧା ମହୋତ୍ସବ ଆଜି(ରବିବାର) ଉଦଯାପିତ ହୋଇଯାଇଛି । ନିୟୁ ଥିଙ୍କିଙ୍ଗ ଫୋରମ ପକ୍ଷରୁ ଆୟୋଜିତ ହୋଇଥିବା 24ତମ ଖୋର୍ଦ୍ଧା ମହୋତ୍ସବର ଶେଷ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବରେ ରାଜ୍ୟପାଳ ରଘୁବର ଦାସ ଯୋଗଦେଇ ମେଳା ଓ ମହୋତ୍ସବ ଦ୍ୱାରା ସମସ୍ତେ ଏକାଠି ହେବାର ସୁଯୋଗ ପାଆନ୍ତି ଓ ଉତ୍ସବ ବିନା ଜୀବନ ଜିଇଁବା କଷ୍ଟ ବୋଲି କହିଥିଲେ ।

ସେହିପରି ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରସ୍ତୁତ କରୁଥିବା ସାମଗ୍ରୀ ବିକ୍ରି କରି ନିଜ ପରିଚୟ ସୃଷ୍ଟି କରିବା ପାଇଁ ମେଳା ହେଉଛି ପକୃଷ୍ଟ ସ୍ଥାନ । ଏଭଳି ପ୍ରକାର ମେଳା ମହୋତ୍ସବ ଆୟୋଜନ କରିବା ଦ୍ୱାରା ଜିଲ୍ଲାର ଅର୍ଥ ବ୍ୟବସ୍ଥା ମଜଭୁତ ହୁଏ ଓ ଖୋର୍ଦ୍ଧାର ପବିତ୍ର ବୀର ମାଟିର ବୀର ଗାଥାକୁ ମନେପକାଇ ଥିଲେ । ପାଇକମାନେ ଇଂରେଜ ବିରୁଦ୍ଧରେ ସୃଷ୍ଟି କରିଥିବା ବିପ୍ଳବକୁ ଆଜିବି ସାରା ଦେଶ ମନେ ରଖିଛି ବୋଲି କହିଥିଲେ । ଏହାସହ ଉପସ୍ଥିତ ଜନସାଧାରଣଙ୍କୁ ନୂତନ ବର୍ଷ 2024ର ଶୁଭେଚ୍ଛା ଜଣାଇଥିଲେ ।

ସେପଟେ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଉପସ୍ଥିତ ଜନସାଧାରଣଙ୍କୁ ଖୋର୍ଦ୍ଧାର ବିକାଶ ପାଇଁ ସମସ୍ତଙ୍କୁ ଏକାଠି ହୋଇ କାମ କରିବାକୁ ପଡିବ ବୋଲି ଆହ୍ୱାନ ଦେଇଥିଲେ । ସଂସ୍କୃତି, ସଭ୍ୟତାର କୌଣସି ଦଳ ନଥାଏ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟତମ ଅତିଥି ଭାବେ ସମାଜସେବୀ ସଞ୍ଜୟ ପଟ୍ଟନାୟକ, ମହୋତ୍ସବ କମିଟି ସଭାପତି ଦିଲୀପ ଶ୍ରୀଚନ୍ଦନ ଓ ସମ୍ପାଦକ ନରେନ୍ଦ୍ର ପୃଷ୍ଟି ଉପସ୍ଥିତ ରହି ଖୋର୍ଦ୍ଧା ମହୋତ୍ସବର ଲକ୍ଷ୍ଯ ଓ ଉଦ୍ଦେଶ୍ୟ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ମହୋତ୍ସବ କମିଟି ପକ୍ଷରୁ ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଭା ଶେଷ ପରେ ଶୀତ ଯେତିକି ବଢୁଥାଏ, ମହୋତ୍ସବ ପଡ଼ିଆରେ ଦର୍ଶକଙ୍କ ଗହଳି ସେତିକି ବଢ଼ୁଥିବା ଦେଖିବାକୁ ମିଳିଥିଲା । ହାବେଳୀ ପଡ଼ିଆରେ ଚାଲୁଥିବା ମହୋତ୍ସବରେ ପିଲାଙ୍କଠାରୁ ଆରମ୍ଭ କରି ବଡ଼ଙ୍କ ପର୍ଯ୍ୟନ୍ତ ସମସ୍ତେ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ଉଠାଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ.....ଅନ୍ତର୍ଜାତୀୟ ବାଲୁକା ଚିତ୍ରକଳା ମହୋତ୍ସବ ଉଦଯାପିତ, ବିମୋହିତ ହେଲେ ବିଦେଶୀ ପର୍ଯ୍ୟଟକ

ତେବେ ମହୋତ୍ସବର ଶେଷ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲା ସମ୍ବଲପୁରୀ ନୃତ୍ୟ ଓ ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ପରିବେଶଷି ଓଡ଼ିଶୀ ନୃତ୍ୟ । ଯାହାକୁ ଦର୍ଶକମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ମନଭରି ଉପଭୋଗ କରିଥିଲେ । ଶୀତୁଆ ସଂଧ୍ୟାରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା କଳାକାରମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ମହୋତ୍ସବର ମଞ୍ଚରେ ପ୍ରଦର୍ଶିତ ହୋଇଥିଲା । ସେପଟେ ଦର୍ଶକଙ୍କ ଗହଳିରେ ଫାଟି ପଡ଼ୁଥିଲା ମହୋତ୍ସବ ପଡ଼ିଆ । ଗୋଟିଏ ସ୍ଥାନରେ ସମସ୍ତ ଘରକରଣା ଜିନିଷ କିଣିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଖାଦ୍ୟପେୟ ଷ୍ଟଲର ବେଶ ମଜା ଉଠାଇଥିଲେ ଖୋର୍ଦ୍ଧାବାସୀ । ସେହିଭଳି ଚଳିତବର୍ଷ ମହୋତ୍ସବରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ବ୍ୟବସାୟ ପାଇଁ ବିଭିନ୍ନ ସାମଗ୍ରୀ ଆଣି ଆସିଥିବା ବେଳେ ଭଲ ବ୍ୟବସାୟ ହୋଇଥିବା କହିଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details