ଭୁବନେଶ୍ବର:ରାଜଧାନୀରେଉଦଯାପିତ ହୋଇଯାଇଛି କଳିଙ୍ଗ ଉତ୍ସବ ୨୦୨୨ । ଭୁବନେଶ୍ୱର ରେଳ ଅଡିଟୋରିୟମରେ ଦୁଇ ଦିନ ଧରି ଚାଲିଥିବା କଳିଙ୍ଗ ଉତ୍ସବ ଉଦଯାପିତ ହୋଇଯାଇଛି । ଶେଷ ଦିନରେ ଆଦିବାସୀ ଗୀତ ଏବଂ ସାହିତ୍ୟ ପାଇଁ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଦୁଇ ବ୍ୟକ୍ତିଙ୍କ ଆଲୋଚନା ଅଧିବେଶନ କରାଯାଇଛି । ଆଦିବାସୀ ପାରମ୍ପରିକ ନୃତ୍ୟଗୀତରେ ଝୁମିଲେ ଦର୍ଶକ ।
ଏହା ମଧ୍ୟ ପଢ଼ନ୍ତୁ:କୁହୁଡିରେ ଲୁଚିଗଲା ରାଜଧାନୀ, ଦିଶୁନି ରାସ୍ତାଘାଟ
କଳିଙ୍ଗ ଉତ୍ସବର ଉଦଯାପନୀ ଦିବସରେ ଓଡ଼ିଶା ଆଦିବାସୀ ସଂସ୍କୃତି ଓ ପରମ୍ପରା ନୃତ୍ୟକଳା ସଂପର୍କରେ ଆଧାରିତ ପ୍ରଫେସର ଉପେନ୍ଦ୍ର ପାଢୀଙ୍କ ରଚିତ "ଭରତ ପଙ୍କଜ" ପୁସ୍ତକ ନିମନ୍ତ୍ରିତ ଅତିଥିଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା । ଜଣାଶୁଣା କଣ୍ଠଶିଳ୍ପୀ ସୁସ୍ମିତା ଦାସଙ୍କ ଗୀତ ସହ ଗଡବା, ଓରାମ, ସାନ୍ତାଳି, ଏବଂ ଭୁମିଜ ଭଳି ଆଦିବାସୀ ଗୋଷ୍ଠୀମାନଙ୍କ ନୃତ୍ୟରେ ଝୁମିଥିଲା ମଞ୍ଚ । ଆଦିବାସୀ କଳା, ହସ୍ତଶିଳ୍ପ ଏବଂ ସ୍ୱଦେଶୀ ଉତ୍ପାଦନର ୧୨ଟି ଷ୍ଟଲ୍ ଏହି ଉତ୍ସବରେ ରହିଥିଲା । ଭାରତ ସରକାରଙ୍କ "ଆଜାଦି କା ଅମୃତ ମହୋତ୍ସବ" କାର୍ଯ୍ୟକ୍ରମ ଅଧୀନରେ ଏହି ଉତ୍ସବରେ ପ୍ରାୟ ୩୦୦ ବିଦ୍ୟାଳୟ ଏବଂ ଭୁବନେଶ୍ୱରର ୨୦ରୁ ଅଧିକ ମହାବିଦ୍ୟାଳୟ ଅଂଶଗ୍ରହଣ କରିଥିଲେ ।