ଓଡିଶା

odisha

ETV Bharat / state

ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି ବନ୍ଦସ୍କୁଲ - ବନ୍ଦ ସ୍କୁଲ

ବନ୍ଦ ସ୍କୁଲ ପାଲଟିଛି ଅସାମାଜିକଙ୍କ ଆଡ୍ଡାସ୍ଥଳୀ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲାରେ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

By

Published : Aug 10, 2019, 12:00 AM IST

ଖୋର୍ଦ୍ଧା: ସରକାରଙ୍କ ନିୟମ ଅନୁସାରେ 10 ଜଣରୁ କମ ପିଲା ଥିବା ସ୍କୁଲକୁ ବନ୍ଦ କରାଯିବ । ସେହି ସ୍କୁଲ ପିଲାଙ୍କୁ ନିକଟସ୍ଥ ସ୍କୁଲକୁ ସ୍ଥାନାନ୍ତର କରାଯିବ । ହେଲେ ଏହି ବନ୍ଦ ଥିବା ସ୍କୁଲର ଫାଇଦା ଉଠାଉଛନ୍ତି କେତେକ ଅସାମାଜିତ ଲୋକ । ବନ୍ଦ ସ୍କୁଲ ପାଲଟିଛି ଅସାମାଜିକଙ୍କ ଆଡ୍ଡାସ୍ଥଳୀ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲାରେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଅନେକ ସ୍ଥାନରେ ବନ୍ଦ ଥିବା ସ୍କୁଲକୁ ଅସାମାଜିକ ଲୋକେ କବଜା କରିଦେଇଛନ୍ତି । ସେପଟେ ଆଉ କେତେକ ସ୍ଥାନରେ ବନ୍ଦ ଥିବା ସ୍କୁଲରେ ଅଭିଭାବକମାନେ ନିଜ ପିଲାଙ୍କୁ ପାଠ ପଢ଼ାଉଛନ୍ତି । କିନ୍ତୁ ଅନେକ ଅଭିଭାବକ ସରକାରଙ୍କର ଏହି ନିଷ୍ପତ୍ତିକୁ ନାପସନ୍ଦ କରିଛନ୍ତି ।

ଅଭିଭାବକଙ୍କ ମତରେ ସରକାର ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ପିଲାମାନଙ୍କ ପାଠ ପଢିବା ପାଇଁ ପକ୍କା ଘର ନିର୍ମାଣ କଲେ । ଆଉ ତାକୁ ଏବେ ଭୂତ କୋଠି ପାଇଁ ଛାଡିଦେଲେ । ଫଳରେ ଏହି ବନ୍ଦ ସ୍କୁଲ ଘର ଏବେ ଅସାମାଜିକ ଲୋକଙ୍କ ପାଲଟିଛି ଆଡ୍ଡାସ୍ଥଳୀ । ବନ୍ଦ ସ୍କୁଲ ଘରେ ମଦ, ଗଞ୍ଜେଇ, ବ୍ରାଉନସୁଗାର ଖାଇ ଲୋକମାନେ ବିଭିନ୍ନ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଥିବା ଅଭି ଯୋଗ ଆଣିଛନ୍ତି ସ୍ଥାନୀୟ ବାସିନ୍ଦା ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details