ଓଡିଶା

odisha

ETV Bharat / state

ଯୁକ୍ତ ଦୁଇ ପରୀକ୍ଷା ପ୍ରସ୍ତୁତି: ୩୦ ସୁଦ୍ଧା CCTV ସ୍ଥିତି ଜଣାଇବାକୁ ଚିଠି

ଯୁକ୍ତ ଦୁଇ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କଲା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ୩୦ ତାରିଖ ସୁଦ୍ଧା ସିସିଟିଭି ସ୍ଥିତି ଜଣାଇବାକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଚିଠି । ଅଧିକ ପଢନ୍ତୁ

By

Published : Dec 10, 2022, 9:23 AM IST

Etv Bharatଯୁକ୍ତ ଦୁଇ ପରୀକ୍ଷା ପ୍ରସ୍ତୁତି: ୩୦ ସୁଦ୍ଧା ସିସିଟିଭି ସ୍ଥିତି ଜଣାଇବାକୁ ଚିଠି
Etv Bharatଯୁକ୍ତ ଦୁଇ ପରୀକ୍ଷା ପ୍ରସ୍ତୁତି: ୩୦ ସୁଦ୍ଧା ସିସିଟିଭି ସ୍ଥିତି ଜଣାଇବାକୁ ଚିଠି

ଭୁବନେଶ୍ବର:ଯୁକ୍ତ ଦୁଇ ପରୀକ୍ଷା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ପରୀକ୍ଷା ହଲ, ଲାବୋରେଟୋରୀ ଏବଂ ଷ୍ଟ୍ରଙ୍ଗରୁମ୍ ଆଦିରେ ପୂର୍ବରୁ ଲାଗିଥିବା ସିସିଟିଭି କ୍ୟାମେରା କାମ କରୁଛି ନା ନାହିଁ ତାହା ସୁନିଶ୍ଚିତ କରିବାକୁ CHSE ପରୀକ୍ଷା ନିୟନ୍ତ୍ରକ(Controller of Examinations) ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଯଦି ଏ ପର୍ଯ୍ୟନ୍ତ ସିସିଟିଭି ନଥିବ, ତାହାହେଲେ ଏହା ଲଗାଇବାକୁ କୁହାଯାଇଛି ।

Preparation Started For Plus Two Exam

ଆସନ୍ତା ୩୦ ତାରିଖ ସୁଦ୍ଧା ସାମ୍ସ ଇ-ସ୍ପେସରେ ଉପଲବ୍ଧ ଥିବା ସିସିଟିଭି ଲିଙ୍କରେ ସମସ୍ତ ଶିକ୍ଷାନୁଷ୍ଠାନ ସିସିଟିଭି ଷ୍ଟାଟସ ଅପଡେଟ୍ କରିବାକୁ କୁହାଯାଇଛି । ଯେଉଁ କଲେଜ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସିସିଟିଭି ସ୍ଥିତି ଜଣାଇବାରେ ବିଫଳ ହେବେ, ସମ୍ପୃକ୍ତ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ପାଇଁ ଆଡମିଟ୍ କାର୍ଡ ଡାଉନଲୋଡ୍ ଲିଙ୍କ ପ୍ରଦାନ କରାଯିବନି । ସେହିପରି ପରୀକ୍ଷା ପରିଚାଳନା ହବ୍ ଭା‌ବେ ଘୋଷିତ ସ୍ବୟଂଶାସିତ ମହାବିଦ୍ୟାଳୟ ଗୁଡ଼ିକୁ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରିବାକୁ କୁହାଯାଇଛି । ନିଜ ଭିତରେ ଆବଶ୍ୟକ ବ୍ୟବସ୍ଥା କରିବା ଆବଶ୍ୟକ ବୋଲି ଚିଠିରେ ଉଲ୍ଲେଖ ରହିଛି(CHSE Started Preparation For Plus Two Exam) ।

ଏହାମଧ୍ୟ ପଢନ୍ତୁ: ଯୁକ୍ତ ଦୁଇ ଫର୍ମ ପୂରଣ ପାଇଁ ପୁଣି ସୁଯୋଗ, ୧୨ରୁ ଫର୍ମ ପୂରଣ କରିପାରିବେ ଛାତ୍ରଛାତ୍ରୀ

ପ୍ରକାଶଥାଉ କି, ୨୦୨୩ ବାର୍ଷିକ ଯୁକ୍ତ ଦୁଇ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଫର୍ମ ପୂରଣ ପାଇଁ ପୁଣିଥରେ ସୁଯୋଗ ମିଳିଛି । ପୂର୍ବରୁ ଦୁଇ ଥର ଫର୍ମ ପୂରଣ ହୋଇଥିଲା । ଆସନ୍ତା ୧୨ରୁ ୧୭ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ଫର୍ମପୂରଣ କରିପାରିବେ । କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷା ଓ କରେସପଣ୍ଡେନ୍ସ କୋର୍ସର ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ଫର୍ମପୂରଣ ପାଇଁ ୪୫୦ ଟଙ୍କା ଜରିମାନା ଦେବାକୁ ହେବ । ୨୧ରୁ ୨୨ ତାରିଖ ମଧ୍ୟରେ ସେମାନେ ଆବଶ୍ୟକୀୟ ତଥ୍ୟ ଦାଖଲ କରିବେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details