ଭୁବନେଶ୍ବର: ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ । ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳାଫଳ ପ୍ରକାଶ ପାଇବ । ପୂର୍ବାହ୍ନ 11ଟା ସମୟରେ ଫଳ ପ୍ରକାଶ ପାଇବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । www.orissaresult.nic.in ୱେବସାଇଟରେ ରେଜଲ୍ଟ ଉବଲବ୍ଧ ହେବ । ପରବର୍ତ୍ତୀ ସମୟରେ ଅର୍ଥାତ ଜୁନ 8 ତାରିଖ ସୁଦ୍ଧା କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇବ ।
ଯୁକ୍ତ ଦୁଇ ପରୀକ୍ଷା ମାର୍ଚ୍ଚ 1 ତାରିଖରୁ ଆରମ୍ଭ ହୋଇ ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ଚଳିତ ବର୍ଷ ୧୧୪୫ କେନ୍ଦ୍ରରେ ୩ ଲକ୍ଷ ୫୭ ହଜାର ୯୪୨ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ବିଜ୍ଞାନରେ 93 ହଜାର 894, ବାଣିଜ୍ୟରେ 24 ହଜାର 331, କଳାରେ 2 ଲକ୍ଷ 33 ହଜାର 855, ଓ ଧନ୍ଦାମୂଳକ ଶିକ୍ଷାରେ 5 ହଜାର 862 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ଚଳିତ ବର୍ଷ ପରୀକ୍ଷାରେ ୩୦ ପୃଷ୍ଠାର ଉତ୍ତରଖାତା ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦିଆଯାଇଥିଲା । ୨୦୨୧ ମସିହାରେ ରେଗୁଲାରରେ ପଞ୍ଜୀକରଣ କରିଥିବା ଛାତ୍ରଛାତ୍ରୀଙ୍କୁ ୩୦ ପୃଷ୍ଠାର ଉତ୍ତରଖାତାରେ ପରୀକ୍ଷା ଦେଇଛନ୍ତି ।