ଓଡିଶା

odisha

ETV Bharat / state

ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ, ସିସିଟିଭି ନଜରରେ ପରୀକ୍ଷା କେନ୍ଦ୍ର - ଯୁକ୍ତ ଦୁଇ ପରୀକ୍ଷା

ଆଜି(ବୁଧବାର) ସକାଳ ୧୦ଟାରୁ ଆରମ୍ଭ ହୋଇଛି ଯୁକ୍ତ ଦୁଇ ପରୀକ୍ଷା । ଚଳିତ ଥର 3ଲକ୍ଷ 38 ହଜାର 747 ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । କପି ରୋକିବା ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଅଧିକ ପଢନ୍ତୁ

CHSE Plus 2 exam begins today
CHSE Plus 2 exam begins today

By

Published : Mar 1, 2023, 8:47 AM IST

Updated : Mar 1, 2023, 10:31 AM IST

ଆରମ୍ଭ ହେଲା ଯୁକ୍ତ ଦୁଇ ପରୀକ୍ଷା

ଭୁବନେଶ୍ବର:ଆରମ୍ଭ ହେଲା ଯୁକ୍ତ ଦୁଇ ପରୀକ୍ଷା । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ଥିଓରୀ ପରୀକ୍ଷା ଆଜିଠୁ ଆରମ୍ଭ ହୋଇଛି । ଚଳିତ ବର୍ଷ ସମୁଦାୟ ସାଢେ ତିନିଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ପରୀକ୍ଷାକୁ ସ୍ୱଚ୍ଛ କରିବା ପାଇଁ ସମସ୍ତ ପରୀକ୍ଷା କେନ୍ଦ୍ର ଉପରେ ସିସିଟିଭି ନଜର ରଖାଯାଇଛି ।

ସୂଚନା ଅନୁଯାୟୀ, ଚଳିତ ବର୍ଷ ଛାତ୍ରଛାତ୍ରୀମାନେ ଯୁକ୍ତ ଦୁଇ ପରୀକ୍ଷା ଶତ ପ୍ରତିଶତ ସିଲାବସରେ ପରୀକ୍ଷା ହେବାକୁ ଯାଉଛନ୍ତି । କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାରେ ମୋଟ୍ 3 ଲକ୍ଷ 56 ହଜାର 449 ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଫର୍ମପୂରଣ କରିଛନ୍ତି । ସେମାନଙ୍କ ମଧ୍ୟରେ 3 ଲକ୍ଷ 38 ହଜାର 747ଜଣ ରେଗୁଲାର ଏବଂ 1 ଲକ୍ଷ 77 ହଜାର 204 ଏକ୍ସ ରେଗୁଲାର ଛାତ୍ରଛାତ୍ରୀ ରହିଛନ୍ତି । ରେଗୁଲାର ଛାତ୍ରଛାତ୍ରୀଙ୍କ ମଧ୍ୟରୁ କଳାରେ 2 ଲକ୍ଷ 19 ହଜାର 110 ଜଣ ଥିବା ବେଳେ ବାଣିଜ୍ୟରେ 23 ହଜାର 148, ବିଜ୍ଞାନରେ 91 ହଜାର 379 ଏବଂ ଧନ୍ଦାମୂଳକ ଶିକ୍ଷାରେ 5 ହଜାର 110ଜଣ ରହିଛନ୍ତି ।

ପୂର୍ବାହ୍ନ ୧୦ରୁ ଆରମ୍ଭ ହେଲା ପରୀକ୍ଷା:ଆଜିଠୁ ଆରମ୍ଭ ହୋଇ ଆସନ୍ତା 5 ତାରିଖରେ ଯାଏଁ ଚାଲିବ ପରୀକ୍ଷା । ପୂର୍ବାହ୍ନ 10ଟାରୁ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଧାର୍ଯ୍ୟ ସମୟର 30 ମିନିଟ ପୂର୍ବରୁ ପରୀକ୍ଷାର୍ଥୀ କେନ୍ଦ୍ର ଭିତରକୁ ପ୍ରବେଶ କରିଥିଲେ । ପରୀକ୍ଷାର 15 ମିନିଟ ପୂର୍ବରୁ ଉତ୍ତରଖାତା ଏବଂ 5 ମିନିଟ ପୂର୍ବରୁ ପ୍ରଶ୍ନପତ୍ର ଦିଆଯାଇଥିଲା । ଚଳିତ ବର୍ଷ ପରୀକ୍ଷା ପାଇଁ 202ଟି ପରୀକ୍ଷା ହବ ଅଧୀନରେ 1145ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ଚଳିତବର୍ଷ 2021 ମସିହାରେ ରେଗୁଲାରରେ ପଞ୍ଜିକରଣ କରିଥିବା ଛାତ୍ରଛାତ୍ରୀଙ୍କୁ 30 ପୃଷ୍ଠାର ଉତ୍ତର ଖାତା ପ୍ରଦାନ କରାଯିବ । 2020 ମସିହା ପୂର୍ବରୁ ପଞ୍ଜିକରଣ କରିଥିବା ଏକ୍ସ ରେଗୁଲାର ଛାତ୍ରଛାତ୍ରୀ ମାନଙ୍କୁ 28 ପୃଷ୍ଠାର ଉତ୍ତର ଖାତା ଦିଆଯିବ । ପରୀକ୍ଷା ପୂର୍ବରୁ କିଛି ଅସାମାଜିକ ବ୍ୟକ୍ତି ସାମାଜିକ ଗଣମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଠକିବା ପାଇଁ ଜାଲ ବୁଣିବା ଆରମ୍ଭ କରିଥିବା କହିଲେ ପରୀକ୍ଷା ନିୟନ୍ତ୍ରକ । ସାମାଜିକ ଗଣମାଧ୍ୟମରେ ନକଲି ପ୍ରଶ୍ନପତ୍ର ଅପଲୋଡ କରିଥିବା ବେଳେ ଏସବୁକୁ ଛାତ୍ରଛାତ୍ରୀ ବିଶ୍ଵାସ ନକରିବାକୁ କହିଛନ୍ତି କର୍ତ୍ତୃପକ୍ଷ।

ସିସିଟିଭି ନଜରରେ ପରୀକ୍ଷା କେନ୍ଦ୍ର: ପରୀକ୍ଷା ହଲ, ଲାବୋରେଟୋରୀ ଏବଂ ଷ୍ଟ୍ରଙ୍ଗରୁମ୍ ଆଦିରେ ପୂର୍ବରୁ ଲାଗିଥିବା ସିସିଟିଭି କ୍ୟାମେରା ନଜରରେ ରଖାଯିବ । ଗଣଶିକ୍ଷା ବିଭାଗ ଏବଂ ଅଧିକାରୀଙ୍କୁ ନେଇ ସ୍କ୍ବାର୍ଡ ଗଠନ କରାଯାଇଛି । କପି ରୋକିବା ପାଇଁ 4ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପ୍ରତି ହବରେ ଅଧ୍ୟାପକମାନଙ୍କୁ ନେଇ ଏକ ପ୍ୟାନେଲ ଗଠନ କରାଯାଇଛି । ଆଜି ବିଜ୍ଞାନର ମାତୃଭାଷା ପରୀକ୍ଷା ଶେଷ ହେବା ପରେ ଆସନ୍ତାକାଲି(ଗୁରୁବାର) କଳା ଓ ବାଣିଜ୍ୟ ଛାତ୍ରଛାତ୍ରୀ ମାତୃଭାଷା ପରୀକ୍ଷା ଦେବେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Mar 1, 2023, 10:31 AM IST

ABOUT THE AUTHOR

...view details