ଭୁବନେଶ୍ବର:ରାତି ପାହିଲେ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପରୀକ୍ଷାକୁ ସ୍ୱଚ୍ଛ କରିବା ପାଇଁ ସିସିଟିଭି ନଜର ରହିବ ସମସ୍ତ ପରୀକ୍ଷା କେନ୍ଦ୍ର । ଶତ ପ୍ରତିଶତ ସିଲାବସରେ 3 ଲକ୍ଷ 38 ହଜାର 747 ଜଣ ଛାତ୍ରଛାତ୍ରୀମାନେ ଦେବେ ଯୁକ୍ତ ଦୁଇ ପରୀକ୍ଷା। ତେବେ ପରୀକ୍ଷା କୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ଛାତ୍ରଛାତ୍ରୀ । ଏଥିସହ ପରିକ୍ଷାରେ ଭଲ କରିବାକୁ ଆଶା ମଧ୍ୟ କରିଛନ୍ତି ଛାତ୍ରଛାତ୍ରୀ ।
ସୂଚନା ଅନୁଯାୟୀ, ଚଳିତ ବର୍ଷ ଛାତ୍ରଛାତ୍ରୀମାନେ ଯୁକ୍ତ ଦୁଇ ପରୀକ୍ଷା ଶତ ପ୍ରତିଶତ ସିଲାବସରେ ପରୀକ୍ଷା ହେବାକୁ ଯାଉଛନ୍ତି। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାରେ ମୋଟ୍ 3 ଲକ୍ଷ 56 ହଜାର 449 ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଫର୍ମପୂରଣ କରିଛନ୍ତି। ସେମାନଙ୍କ ମଧ୍ୟରେ 3 ଲକ୍ଷ୍ୟ 38 ହଜାର 747ଜଣ ରେଗୁଲାର ଏବଂ 1 ଲକ୍ଷ୍ୟ 77 ହଜାର 204 ଏକ୍ସ ରେଗୁଲାର ଛାତ୍ରଛାତ୍ରୀ ରହିଛନ୍ତି। ରେଗୁଲାର ଛାତ୍ରଛାତ୍ରୀଙ୍କ ମଧ୍ୟରୁ କଳାରେ 2 ଲକ୍ଷ୍ୟ 19 ହଜାର 110 ଜଣ ଥିବା ବେଳେ ବିଜ୍ଞାନରେ 91 ହଜାର 379, ବାଣିଜ୍ୟରେ 23 ହଜାର 148 ଏବଂ ଧନ୍ଦାମୂଳକ ଶିକ୍ଷାରେ 5 ହଜାର 110ଜଣ ରହିଛନ୍ତି। ଅନ୍ୟପଟେ ପରୀକ୍ଷା ହଲ , ଲାବୋରେଟୋରୀ ଏବଂ ଷ୍ଟ୍ରଙ୍ଗରୁମ୍ ଆଦିରେ ପୂର୍ବରୁ ଲାଗିଥିବା ସିସିଟିଭି କ୍ୟାମେରା ନଜରରେ ରଖାଯିବ ।