ଓଡିଶା

odisha

ETV Bharat / state

ଡିଜି ଲକରରେ ମିଳିବ ଯୁକ୍ତ ଦୁଇ ସାର୍ଟିଫିକେଟ, ଜୁନ 7 ସୁଦ୍ଧା ହେବ ଉପଲବ୍ଧ - ଯୁକ୍ତ ଦୁଇ ସାର୍ଟିଫିକେଟ

ଆସନ୍ତା ଜୁନ 7 ସୁଦ୍ଧା ଡିଜି ଲାକରରେ ଯୁକ୍ତ ଦୁଇ ସାର୍ଟଫିକେଟ, ମାର୍କସିଟ ଏବଂ ମାଇଗ୍ରେସନ ସାର୍ଟିଫିକେଟ ଉପଲବ୍ଧ ହେବ । ଅଧିକ ପଢନ୍ତୁ

plus 2 certificates available in Digi Locker
ଡିଜି ଲକରରେ ଉପଲବ୍ଧ ହେବ ଯୁକ୍ତ ଦୁଇ ସାର୍ଟିଫିକେଟ

By

Published : May 31, 2023, 2:09 PM IST

Updated : May 31, 2023, 2:58 PM IST

ଡିଜି ଲକରରେ ମିଳିବ ଯୁକ୍ତ ଦୁଇ ସାର୍ଟିଫିକେଟ, ଜୁନ 7 ସୁଦ୍ଧା ହେବ ଉପଲବ୍ଧ

ଭୁବନେଶ୍ବର: ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ଫଳାଫଳ ପ୍ରକାଶ ପାଇଛି । ଛାତ୍ରଛାତ୍ରୀଙ୍କ ସୁବିଧା ନେଇ ବିଶେଷ ପଦକ୍ଷେପ ଗ୍ରହଣ କରିଛି ଶିକ୍ଷା ବିଭାଗ । ପ୍ରଥମ ଥର ପାଇଁ ଡିଜି ଲକର୍ରେ ଯୁକ୍ତ ଦୁଇ ସାର୍ଟିଫିକେଟ, ମାର୍କ ସିଟ ଓ ମାଇଗ୍ରେନ ସାର୍ଟିଫିକେଟ ଉପଲବ୍ଧ ହେବ । ଏ ନେଇ ସୂଚନା ଦେଇଛନ୍ତି ବିଭାଗୀୟ ସଚିବ ଅଶ୍ୱାଥି ଏସ ।

ଆଗାମୀ ବର୍ଷରୁ ଏକାକାଳୀନ ସମସ୍ତ ବିଭାଗର ପରୀକ୍ଷା ଫଳ ଗୋଟିଏ ଦିନରେ ପ୍ରକାଶ ପାଇବ । ଏଣିକି ଛାତ୍ରଛାତ୍ରୀ ମାନେ ଡିଜି ଲକର ଜରିଆରେ ସେମାନଙ୍କର ଯୁକ୍ତ ଦୁଇ ସାର୍ଟିଫିକେଟ, ମାଇଗ୍ରେସନ ସାର୍ଟିଫିକେଟ ଏବଂ ମାର୍କ ସିଟ ଆଦି ଡାଉନ୍ ଲୋଡ୍ କରିପାରିବେ । ପୂର୍ବରୁ ଯେପରି ଭାବରେ ସାର୍ଟିଫିକେଟ ମିଳୁଥିଲା ତାହା ପୂର୍ବ ପରି ମିଳିବ । ଏଥିସହିତ ଯେଉଁ ଛାତ୍ରଛାତ୍ରୀଙ୍କୁ ତୁରନ୍ତ ସାର୍ଟିଫିକେଟ ଆବଶ୍ୟକ ସେମାନେ ଡିଜି ଲକରରୁ ଏହାକୁ ଡାଉନଲୋଡ କରିବେ ।

ଆସନ୍ତା ଜୁନ 7 ସୁଦ୍ଧା ଡିଜି ଲକରରେ ସାର୍ଟଫିକେଟ, ମାର୍କସିଟ ଏବଂ ମାଇଗ୍ରେସନ ସାର୍ଟିଫିକେଟ ଉପଲବ୍ଧ ହେବ । ଏହା ଫଳରେ ଉଚ୍ଚଶିକ୍ଷା ପାଇଁ ଛାତ୍ରଛାତ୍ରୀ ତୁରନ୍ତ ସାର୍ଟିଫିକେଟ ପାଇପାରିବେ । ଆଗାମୀ ବର୍ଷରୁ ଏକକାଳୀନ ସମସ୍ତ ବିଭାଗ ବିଜ୍ଞାନ, ବାଣିଜ୍ୟ କଳା ଏବଂ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ ଯୋଜନା କରାଯାଉଛି । ଗୋଟିଏ ଦିନରେ ସମସ୍ତ ପରୀକ୍ଷା ଫଳ ପ୍ରକାଶ ପାଇବ । ଚଳିତ ବର୍ଷ ଭିତ୍ତିଭୂମି ଅଭାବ ଯୋଗୁଁ ଏକକାଳୀନ ପରୀକ୍ଷା ଫଳ ପ୍ରକାଶ ପାଇପାରିଲା ନାହିଁ ବୋଲି କହିଛନ୍ତି ବିଭାଗୀୟ ସଚିବ ।

ଚଳିତ ବର୍ଷ ଯୁକ୍ତ ଦୁଇ ଫଳାଫଳର ପ୍ରତିଶତ କମିବାର କାରଣ କହିଲେ ଗଣଶିକ୍ଷା ବିଭାଗ ସଚିବ...
1. ଗତ ବର୍ଷ 70% ସିଲାବସ ଆଧାରରେ ପରୀକ୍ଷା ଦେଇଥିଲେ ଏବଂ ଚଳିତ ଥର ଶତ ପ୍ରତିଶତ ସିଲାବସ ଆଧାରରେ ପରୀକ୍ଷା ହୋଇଛି ।
2. ଗତ ବର୍ଷ ସଂକ୍ଷିପ୍ତ ପ୍ରଶ୍ନ 50 ମାର୍କ ଥିଲାବେଳେ ଚଳିତ ବର୍ଷ 30 ମାର୍କ ସଂକ୍ଷିପ୍ତ ଉତ୍ତର ମୂଳକ ପ୍ରଶ୍ନ ରହିଥିଲା ।
3. ଚଳିତ ଥର ଯୁକ୍ତ ଦୁଇ ଫଳ ପ୍ରକାଶ ପାଇଥିବା ଛାତ୍ରଛାତ୍ରୀମାନେ, କୋଭିଡ କାରଣରୁ ଦଶମ ବୋର୍ଡ ପରୀକ୍ଷା ଦେଇ ନଥିଲେ ।

ଏହା ବି ପଢନ୍ତୁ....CHSE Plus 2 Results: ବିଜ୍ଞାନରେ 84.93% ଓ ବାଣିଜ୍ୟରେ 81.12% ପାସ, ଛାତ୍ରଙ୍କୁ ଟପିଲେ ଛାତ୍ରୀ

କୋଭିଡ ପରବର୍ତ୍ତୀ ସମୟରେ ଏହି ଅନୁଷ୍ଠିତ ପରୀକ୍ଷାରେ ପାସ ହାର କମିଛି । ଗତ ବର୍ଷ ବିଜ୍ଞାନରେ 94.12% ଏବଂ ବାଣିଜ୍ୟରେ 89.20% ପାସ ହାର ରହିଥିବା ବେଳେ ଚଳିତ ବର୍ଷ ଏହା ଯଥାକ୍ରମେ ବିଜ୍ଞାନରେ 84.93% ଏବଂ ବାଣିଜ୍ୟରେ 81.12% ଖସି ଆସିଛି । କୋଭିଡ କାରଣରୁ ଦଶମ ବୋର୍ଡ ପରୀକ୍ଷା ଦେଇ ପାରିନଥିବା ଛାତ୍ରଛାତ୍ରୀ ଏଥର ପ୍ରଥମ କରି ଯୁକ୍ତଦୁଇ ବୋର୍ଡ ପରୀକ୍ଷାର ସାମ୍ନା କରିଛନ୍ତି । ଗତ ବର୍ଷ ନିୟମିତ ପରୀକ୍ଷାର୍ଥୀଙ୍କ ମୂଲ୍ୟାୟନ ଦୁଇଟି ବିକଳ୍ପ ପଦ୍ଧତିରେ କରାଇଥିଲା । ପ୍ରତ୍ୟେକ ବିଷୟରେ ଶତକଡା 80 ଭାଗ ନମ୍ବର ପରିଷଦ ପରିଚାଳିତ ପରୀକ୍ଷା ଭିତ୍ତିରେ ଓ 20 ଭାଗ ନମ୍ୱର୍ ବିଦ୍ୟାଳୟ ପରିଚାଳିତ ତ୍ରୟମାସିକ ପରୀକ୍ଷା ଭିତ୍ତିରେ ଦିଆଯାଇଥିଲା ।


ଇଟିଭି ଭାରତ, ଭୁବନେଶ୍ବର

Last Updated : May 31, 2023, 2:58 PM IST

ABOUT THE AUTHOR

...view details