Odisha Weather: ଆଉ ୩ଦିନ ଥରିବ ଓଡ଼ିଶା, ୩ରୁ ୫ଡିଗ୍ରୀ କମିବ ରାତି ତାପମାତ୍ରା ଭୁବନେଶ୍ବର:ଖସୁଛି ପାରଦ ବଢୁଛି ଶୀତ । ଜାଡ଼ରେ ଥରିବ ରାଜ୍ୟର ଅଧିକାଂଶ ଜିଲ୍ଲା । ଆହୁରି ୩ଦିନ ଜାଡ଼ରେ ଥରିବ ରାଜ୍ୟର ଅଧିକାଂଶ ଜିଲ୍ଲା । ଶୀତର ପ୍ରଭାବରେ ଆହୁରି ୨ରୁ ୩ ଦିନ ଯାଏଁ ଥରିବ ରାଜ୍ୟର ଅଧିକାଂଶ ଜିଲ୍ଲା । ୨ରୁ ୩ ଦିନ ଯାଏଁ ରାତି ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୫ ଡିଗ୍ରୀ କମିବାର ସମ୍ବାବନା ରହିଛି । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରରୁ ସୂଚନା ମିଳିଛି ।
ତାପମାତ୍ରା ୩ରୁ ୫ ଡିଗ୍ରୀ କମିବା ନେଇ ପାଣିପାଗ ବିଭାଗର ପକ୍ଷରୁ ପୂର୍ବାନୁମାନ କରଯାଇଛି । ଶୀତ ଲହରି ନେଇ ଆଜି ଓ କାଲି କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝରକୁ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଯାହାର ପ୍ରଭାବରେ ଶୀତରେ ଥରିବେ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଅନୁଗୁଳ, ଢେଙ୍କାନାଳ ଜିଲ୍ଲାବାସୀ । ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଶୀତର ପ୍ରଭାବରେ ଧରିବ ରାଜ୍ୟର ବିଭିନ୍ନ ଅଞ୍ଚଳ ।
ଏହା ବି ପଢନ୍ତୁ- ନନ୍ଦନକାନନରେ ନୂଆ ଅତିଥି, ୩ଟି ଶାବକଙ୍କୁ ଜନ୍ମଦେଲା ଧଳା ବାଘୁଣୀ ରୂପା
ଏନେଇ ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସ କହିଛନ୍ତି, "ବର୍ତ୍ତମାନ ରାଜ୍ୟରେ ପାଗ ଶୁଖିଲା ରହିଛି । ଉତ୍ତରା ପବନ ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ତଳକୁ ଖସିଛି । ପାଖାପାଖି ୨୦ଟି ସହରରେ ରାତ୍ରି ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ଝାରସୁଗୁଡ଼ାରେ ୫.୬ ଡିଗ୍ରୀ ରହିଥିବା ବେଳେ ରାଉରକେଲାରେ ୬ଡିଗ୍ରୀ, ସୁନ୍ଦରଗଡ଼ରେ ୭ଡିଗ୍ରୀ, ଜି. ଉଦୟଗିରିରେ ୭ ଡିଗ୍ରୀ, ସେମିଳିଗୁଡ଼ାରେ ୭.୩ ଡିଗ୍ରୀ, ଚିପିଲିମାରେ ୭.୪ ଡିଗ୍ରୀ, ଦାରିଙ୍ଗବାଡି଼ରେ ୮ ଡିଗ୍ରୀ, ଢେଙ୍କାନାଳରେ ୮.୪ ଡିଗ୍ରୀ ରହିଛି ।
ସେହିପରି କେନ୍ଦୁଝରରେ ୮.୫ ଡିଗ୍ରୀ, ଫୁଲବାଣୀରେ ୮.୫ ଡିଗ୍ରୀ, ସୋନପୁରରେ ୯ ଡିଗ୍ରୀ, ଅନୁଗୁଳରେ ୯ ଡିଗ୍ରୀ, ଭଦ୍ରକରେ ୯ଡିଗ୍ରୀ, ମହିଷାଫାଟରେ ୯.୪ଡିଗ୍ରୀ, ବାରିପଦାରେ ୯.୬ ଡିଗ୍ରୀ, ବାଲେଶ୍ବରରେ ୯.୭ ଡିଗ୍ରୀ, ଭବାନୀପାଟଣାରେ ୧୦ ଡିଗ୍ରୀ, କୋରାପୁଟରେ ୧୦ ଡିଗ୍ରୀ ଓ କେନ୍ଦ୍ରାପଡ଼ାରେ ୧୦ ଡିଗ୍ରୀ ସେଲସିୟମ ତାପମାତ୍ରା ରହିଛି । ସର୍ବନିମ୍ନ ରାତ୍ରି ତାପମାତ୍ରା ଝାରସୁଗୁଡ଼ାରେ ୫.୬ ଡିଗ୍ରୀ ସେଲସିୟମ ରେକର୍ଡ କରାଯାଇଛି । ସେହିପରି ଆଗାମୀ ୫ଦିନ ଯାଏଁ ପାଗ ଶୁଖିଲା ରହିବ । ବାୟୁମଣ୍ଡଳର ତଳଭାଗରେ ରାଜ୍ୟ ମଧ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ବାୟୁ ପ୍ରବେଶ କରୁଥିବାରୁ ରାଜ୍ୟର କିଛି ଜିଲ୍ଲାରେ ଶୀତ ଲହରୀ ଅନୁଭୂତ ହେବାର ସମ୍ଭାବନା ରହିଛି ।"
ଇଟିଭି ଭାରତ, ଭୁବନେଶ୍ବର