ଖୋର୍ଦ୍ଧା: ଜିଲ୍ଲା ବାଣପୁର JMFC କୋର୍ଟରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଆତ୍ମସମର୍ପଣ କରିଛନ୍ତି । ନିକଟରେ ବିଧାୟକଙ୍କ ନିୟମିତ ଜାମିନ ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଥିଲେ । ଆଜି (ସୋମବାର) ବାଣପୁର ତଳ କୋର୍ଟରେ ଅନ୍ତରୀଣ ଜାମିନରେ ଥିବା ବିଧାୟକଙ୍କୁ ଆତ୍ମସମର୍ପଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ ।
ଜାମିନ ଖାରଜ, ପୁଣି ଜେଲ ଗଲେ ଚିଲିକା ବିଧାୟକ - ଜେଲ ଗଲେ ଚିଲିକା ବିଧାୟକ
ବାଣପୁର JMFC କୋର୍ଟରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଆତ୍ମସମର୍ପଣ କରିଛନ୍ତି । ନିକଟରେ ବିଧାୟକଙ୍କ ନିୟମିତ ଜାମିନ ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଥିଲେ । ଅଧିକ ପଢ଼ନ୍ତୁ
ଜାମିନ ଖାରଜ, ପୁଣି ଜେଲ ଗଲେ ଚିଲିକା ବିଧାୟକ
ଜାମିନ ଖାରଜ, ପୁଣି ଜେଲ ଗଲେ ଚିଲିକା ବିଧାୟକ
ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସୋମବାର ଅପରାହ୍ଣରେ ବିଧାୟକ ବାଣପୁର JMFC କୋର୍ଟରେ ଆତ୍ମସମର୍ପଣ କରିଛନ୍ତି । ସମସ୍ତ ନ୍ୟାୟିକ ପ୍ରକ୍ରିୟା ଶେଷ ହେବା ପରେ ବିଧାୟକ ପୁଣି ବାଣପୁର ସବ ଜେଲ୍ ଯାଇଛନ୍ତି । ବାଣପୁରରେ ଏକ ରାଲିରେ ଲୋକଙ୍କ ଭିଡ଼ ଉପରକୁ ଗାଡ଼ି ଚଢ଼ାଇ ଦେବା ମାମଲାରେ ଜେଲ୍ ଯାଇଛନ୍ତି ଚିଲିକା ବିଧାୟକ । ଏହି ମାମଲାରେ ତାଙ୍କୁ ତଳ କୋର୍ଟ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ । ତେବେ ହାଇକୋର୍ଟରେ ଅପିଲ୍ ପରେ ତାଙ୍କ ଜାମିନକୁ ଖାରଜ କରିଦିଆଯାଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ
Last Updated : May 23, 2022, 5:26 PM IST