ଓଡିଶା

odisha

ETV Bharat / state

ପ୍ରଶାନ୍ତ ଜଗଦେବ ଜୀଅନ୍ତା ଘୋଡା; 2019ରେ ଲଢିଥିଲି, 2024ରେ ମଧ୍ୟ ଲଢିବି - 2019ରେ ଲଢିଥିଲି 2024ରେ ମଧ୍ୟ ଲଢିବି କହିଲେ ପ୍ରଶାନ୍ତ

BJD ଯେବେଠାରୁ ପ୍ରତିଷ୍ଠା ହେଲା ସେବେଠାରୁ ମୁଁ ଦଳର କର୍ମୀ । ପରବର୍ତ୍ତୀ ସମୟରେ ଦଳର ଜଣେ ସୈନିକ ଭାବେ ମୁଁ ବିଜୁ ଜନତା ଦଳର ଭକ୍ତ । ନବୀନ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଛି । ମୁଁ 2019ରେ ନିର୍ବାଚନ ଲଢ଼ିଥିଲି, 2024ରେ ମଧ୍ୟ ଲଢ଼ିବି ବୋଲି କହିଛନ୍ତି ପ୍ରଶାନ୍ତ ଜଗଦେବ । ଅଧିକ ପଢ଼ନ୍ତୁ

‘ପ୍ରଶାନ୍ତ ଜଗଦେବ ଜୀଅନ୍ତା ଘୋଡା,  2019ରେ ଲଢିଥିଲି,  2024ରେ ମଧ୍ୟ ଲଢିବି’
‘ପ୍ରଶାନ୍ତ ଜଗଦେବ ଜୀଅନ୍ତା ଘୋଡା, 2019ରେ ଲଢିଥିଲି, 2024ରେ ମଧ୍ୟ ଲଢିବି’

By

Published : Jan 18, 2023, 3:25 PM IST

‘ପ୍ରଶାନ୍ତ ଜଗଦେବ ଜୀଅନ୍ତା ଘୋଡା, 2019ରେ ଲଢିଥିଲି, 2024ରେ ମଧ୍ୟ ଲଢିବି’

ଭୁବନେଶ୍ବର:"2024 ନିର୍ବାଚନ ପୂର୍ବରୁ ବହିଷ୍କାର ନିର୍ଦ୍ଦେଶ ହଟିଯିବ ବୋଲି ଆଶା । 2019ରେ ଲଢ଼ିଥିଲି, 2024ରେ ମଧ୍ୟ ନିର୍ବାଚନ ଲଢ଼ିବି ।" ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଆଗାମୀ ନିର୍ବାଚନ ଉପରେ ଏହା କହିଛନ୍ତି ବିଜେଡିରୁ ବହିଷ୍କୃତ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ । ଏହା ସହ ପୂର୍ବତନ ବିଧାୟକ ରଘୁ ସାହୁଙ୍କ ସହିତ ପ୍ରଶାନ୍ତଙ୍କର ଚାଲିଥିବା ବାକ୍ ଯୁଦ୍ଧ ଜାରି ରହିଛି ।

ପ୍ରଶାନ୍ତ କହିଛନ୍ତି, "ବିଜୁ ଜନତା ଦଳ ଯେବେଠାରୁ ପ୍ରତିଷ୍ଠା ହେଲା ସେବେଠାରୁ ମୁଁ ଦଳର କର୍ମୀ । ପରବର୍ତ୍ତୀ ସମୟରେ ଦଳର ଜଣେ ସୈନିକ, ଭକ୍ତ ଭାବେ ମୁଁ ବିଜୁ ଜନତା ଦଳ ସହ କାର୍ଯ୍ୟ କରି ଆସିଛି । ନବୀନ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଛି । ବିଜୁ ବାବୁଙ୍କ ସମୟରେ ମୁଁ ରାଜନୀତିକୁ ଆସିଥିଲି । ବିଜୁବାବୁଙ୍କ ସାହସିକତା ଓ ଦାମ୍ଭିକତା ମୋ ଭିତରେ ଅଛି । ମୁଁ 2019ରେ ନିର୍ବାଚନ ଲଢ଼ିଥିଲି, 2024ରେ ମଧ୍ୟ ଲଢ଼ିବି । ରାଜନୈତିକ ବ୍ୟବସ୍ଥା ଭିତରେ ବହିଷ୍କାର ଏକ ପ୍ରକ୍ରିୟା । ଏହି ବ୍ୟବସ୍ଥା ଯେତେବେଳେ ହଟିଯିବ, ଲଢ଼ିବି । ନିର୍ବାଚନକୁ ଆହୁରି ବର୍ଷେରୁ ଅଧିକ ସମୟ ଅଛି ।"

ସେହିପରି ପୂର୍ବତନ ବିଧାୟକ ରଘୁ ସାହୁଙ୍କ ସହ ପ୍ରଶାନ୍ତଙ୍କର ଚାଲିଥିବା ବାକ ଯୁଦ୍ଧ ଜାରି ରହିଛି । ରଘୁ ସାହୁ ଆକ୍ଷେପ କରୁଥିବା ପ୍ରଶ୍ନରେ କହିଛନ୍ତି ଯେ, ରଘୁଙ୍କର ଷ୍ଟାଣ୍ଡର୍ଡ ନାହିଁ । ବିଧାୟକ ହେବାର ଯୋଗ୍ୟତା ମଧ୍ୟ ନାହିଁ । ହେଉ ହେଉ ସେ ବିଧାୟକ ହୋଇଯାଇଥିଲେ । ସେ 20 ବର୍ଷ ହେବ ରାଜନୀତି କରୁଛନ୍ତି ବୋଲି କହୁଛନ୍ତି କିନ୍ତୁ 4 ହଜାର ଭୋଟରେ ଜିତିଥିଲେ । ମୁଁ 12 ଦିନରେ 12 ହଜାର ଭୋଟରେ ଜିତିଲି ।

ପ୍ରଶାନ୍ତ ଆହୁରି କହିଛନ୍ତି, "ମୁଁ ଗୁଣ୍ଡା ନୁହେଁ ମୁଁ ଜଣେ ଲଢୁଆ ଲୋକ । ରଘୁ ସାହୁଙ୍କର ସତ୍ତା ଆଉ ନାହିଁ । ସେ ରାମନାମ ଧାରୀ ରାବଣ । ଏବେ କଳିଯୁଗରେ ଦୁର୍ଯ୍ୟୋଧନ ହୋଇଛନ୍ତି । ତାଙ୍କର ପ୍ରବଳ ଅହଂକାର ଯେ ମୁଁ ହେଉଛି ରାଜା । ଦଳ ବହୁତ ଏକ୍ସରସାଇଜ କରୁଛି । ଦଳ ତାଙ୍କୁ କେବେ ବି ଟିକେଟ ଦେବନି । ଦଳ ପାଇଁ ଜୀଅନ୍ତା ଘୋଡା ଦରକାର । ମଲା ଘୋଡା ନୁହେଁ । ଡେ ୱାନରୁ ପ୍ରଶାନ୍ତ ଜଗଦେବ ଜୀଅନ୍ତା ଘୋଡା ହୋଇ ରହିଛି, ରହିବ ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details