ଓଡିଶା

odisha

By

Published : Jan 23, 2020, 10:34 PM IST

ETV Bharat / state

ଚିଲିକାରୁ ବେଆଇନ ମାଛଘେରି ଉଚ୍ଛେଦ

କୋର୍ଟର ନିର୍ଦ୍ଦେଶ କ୍ରମେ ଚିଲିକା ଉପକୂଳରେ ଥିବା ବେଆଇନ ମାଛ ଘେରି ଭଙ୍ଗା ଆରମ୍ଭ ହୋଇଛି ।

chilika gheri bhanga uchheda
ଚିଲିକାରୁ ବେଆଇନ ଘେରି ଉଚ୍ଛେଦ

ଖୋର୍ଦ୍ଧା: କୋର୍ଟର ନିର୍ଦ୍ଦେଶକ୍ରମେ ଚିଲିକା ଉପକୂଳରେ ଥିବା ବେଆଇନ ମାଛ ଘେରି ଭଙ୍ଗା ଆରମ୍ଭ ହୋଇଛି । ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କ ନେତୃତ୍ବରେ ଏହି ଘେରିଭଙ୍ଗା ଆରମ୍ଭ ହୋଇଛି । ଘଟଣାସ୍ଥଳରେ ଟାଙ୍ଗୀ, ଚିଲିକା, ଖୋର୍ଦ୍ଧା ତହସିଲଦାରଙ୍କ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ଭଙ୍ଗା କାର୍ଯ୍ୟରେ ମୁତୟନ କରାଯାଇଛି ।

ଚିଲିକାରୁ ବେଆଇନ ଘେରି ଉଚ୍ଛେଦ

ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ତହସିଲ ଅନ୍ତର୍ଗତ ବାଲିପାଟପୁର, ଭୂଷଣ୍ଡପୁର, ଶୁଭଦ୍ରାପୁର ଓ ଜଗନ୍ନାଥପୁର ମୌଜାରେ ହଜାର ହଜାର ହେକ୍ଟର ଚାଷ ଜମି ତଥା ଚିଲିକା ଭିତରେ ଥିବା ସରକାରୀ ଯାଗାକୁ ବାହାର ମାଫିଆମାନେ ଅକ୍ତିଆର କରି ମାଛ ଏବଂ ଚିଙ୍ଗୁଡି ଚାଷ କରିଚାଲିଛନ୍ତି ।

ମାଛ ଚାଷ ପାଇଁ ବିଭିନ୍ନ ରାସାୟନିକ ମେଡିସିନ ପ୍ରୟୋଗ କରାଯାଉଛି। ଯାହା ଫଳରେ ମାଛ ଚାଷ ପାଣି ଚିଲିକାରେ ମିଶି ଚିଲିକା ଜଳ ପ୍ରଦୂଷଣ ହେବା ସହିତ ଜୈବ ବିବିଧତା ନଷ୍ଟ ହେଉଛି । ଏଥିସହ ଧୀରେଧୀରେ ଚିଲିକାର ପ୍ରାକୃତିକ ସୌନ୍ଦର୍ଯ୍ୟ ନଷ୍ଟ ହେବା ସହିତ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ଲୋପ ହେବାକୁ ବସିଲାଣି ।

ଏହାଛଡା ଚିଲିକା ଉପରେ ନିର୍ଭର କରି ଚଳୁଥିବା ମତ୍ସ୍ୟଜୀବୀମାନେ ସେମାନଙ୍କ ଜୀବନ ଜୀବିକା ହରାଇ ଶ୍ରମିକ ଭାବେ ଦାଦନ ଖଟିବାକୁ ବିଦେଶ ଗଲେଣି। ପ୍ରଶାସନକୁ ବାରମ୍ବାର ଅଞ୍ଚଳର ମତ୍ସ୍ୟଜୀବୀ ମାନେ ଅଭିଯୋଗ କଲାପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ମାତ୍ର ମାନ୍ୟବର କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ତତ୍ପର ହୋଇଉଠିଛି ଘେରି ଉଛେଦ ପାଇଁ। ତେବେ ଘେରିଭଙ୍ଗା ଗୁରୁବାର ଠାରୁ ଆରମ୍ଭ ହୋଇଥିବା ବେଳେ ସଂପୂର୍ଣ୍ଣ ଉଛେଦ ହେବା ପର୍ଯ୍ୟନ୍ତ ଚାଲୁରହିବ ବୋଲି ଖୋର୍ଦ୍ଧା ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details