ଓଡିଶା

odisha

ETV Bharat / state

ଭୋଜି ସାରି ଫେରୁଥିଲେ; ଚିଲିକାରେ ଡଙ୍ଗାବୁଡି, 5 ଗୁରୁତର

By

Published : Feb 2, 2020, 7:15 PM IST

Updated : Feb 2, 2020, 8:33 PM IST

chilika boat tragedy five injured
ଚିଲିକାରେ ବୁଡିଲା ଡଙ୍ଗା

19:05 February 02

ଭୋଜି ସାରି ଫେରୁଥିଲେ; ଚିଲିକାରେ ଡଙ୍ଗାବୁଡି, 5 ଗୁରୁତର

ଚିଲିକାରେ ବୁଡିଲା ଡଙ୍ଗା

ଖୋର୍ଦ୍ଧା: ଚିଲିକାରେ ଡଙ୍ଗା ବୁଡି 5 ଯାତ୍ରୀ ଗୁରୁତର । ରବିବାର ଅପରାହ୍ନରେ ଖୋର୍ଦ୍ଧା ବାଲୁଗାଁରୁ କାଳିଜାଇଙ୍କ ଦର୍ଶନ ଲାଗି ଯାଇ ଫେରୁଥିବା ବେଳେ ଡଙ୍ଗାବୁଡି 5 ଯାତ୍ରୀ ଗୁରୁତର ହୋଇଛନ୍ତି । 

ସୂଚନା ଅନୁଯାୟୀ, ରବିବାର ବଡକୂଳ ତୋଟାପଡା ଗାଁରୁ 60 ଜଣ ଲୋକ ବିନା ସୁରକ୍ଷା ଜ୍ୟାକେଟରେ ମାନସିକ ଭୋଜି କରିବାକୁ ତିନୋଟି ଡଙ୍ଗାରେ ଚନ୍ଦ୍ରାପୁଟରୁ କାଳିଯାଇ ଯାତ୍ରା କରିଥିଲେ । 

ମା’ଙ୍କ ଦର୍ଶନ କରିବା ସହ ଭୋଜି ସାରି ଦୁଇଟି ଡଙ୍ଗାରେ କିଛି ଲୋକ ଫେରି ଆସିଥିଲେ । ଏହାପରେ ବଳକା ଲୋକ ଶେଷ ଡଙ୍ଗାରେ ଫେରୁଥିଲେ । ଏହି ସମୟରେ ଡଙ୍ଗାରେ ଅଧିକ ଯାତ୍ରୀ ଆସୁଥିବାରୁ ଡଙ୍ଗାଟି ଭାରସାମ୍ୟ ହରାଇ ଚିଲିକାରେ ବୁଡି ଯାଇଥିଲା । ଯେଉଁଥିରେ ସମସ୍ତ ଯାତ୍ରୀ ବୁଡି ଯାଇଥିବା ବେଳେ 5 ଜଣ ଯାତ୍ରୀ ଗୁରୁତର ହୋଇଥିଲେ । 

ସେହି ସମୟରେ ସେଠାରେ ଯାଉଥିବା ଅନ୍ୟ ଡଙ୍ଗା ଯାତ୍ରୀ ମାନଙ୍କୁ ଉଦ୍ଧାର କରିଥିଲା । ପରେ ଗୁରୁତରଙ୍କୁ ବାଲୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି  । ତେବେ ଏହି ଘଟଣାରେ 16 ଜଣ ଯାତ୍ରୀଙ୍କୁ  ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । 
 
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ 


 

Last Updated : Feb 2, 2020, 8:33 PM IST

ABOUT THE AUTHOR

...view details