ଖୋର୍ଦ୍ଧା: ଆଜି ଚିଲିକାରେ ପକ୍ଷୀ ଗଣନା କରାଯିବ । ଏନେଇ ଆଜି ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟରେ ବନ୍ୟପ୍ରାଣୀ ବିଭାଗ ତରଫରୁ ପକ୍ଷୀ ଗଣନା ସଂପର୍କରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି ।
ଆସନ୍ତାକାଲି ଚିଲିକାରେ ପକ୍ଷୀ ଗଣନା, ପ୍ରଶିକ୍ଷଣ ନେଲେ ଗଣନାକାରୀ ଏହି ପ୍ରଶିକ୍ଷଣ ଶିବିରରେ ବମ୍ବେ ନାଚୁରାଲ ହିଷ୍ଟ୍ରି ସୋସାଇଟି ଅଧିକାରୀ, ବନ୍ୟପ୍ରାଣୀ ବିଭାଗର କର୍ମଚାରୀ, ପକ୍ଷୀ ବିଶେଷଜ୍ଞ, ବନ୍ୟପ୍ରାଣୀ ଉପରେ କାମ କରୁଥିବା ସାମାଜିକ ସଂଗଠନର ଅଭିଜ୍ଞ ବ୍ୟକ୍ତିମାନେ ଯୋଗଦେଇ ପକ୍ଷୀ ଗଣନା ସଂପର୍କରେ ପ୍ରଶିକ୍ଷଣ ନେଇଛନ୍ତି । ଆସନ୍ତା କାଲି ସକାଳ ୬ ଠାରୁ ମଧ୍ୟାହ୍ନ ୧୨ ଘଟିକା ପର୍ଯ୍ୟନ୍ତ ପକ୍ଷୀ ଗଣନା ଚାଲିବ ।
ଗତ ୨୦୧୭ ମସିହାରେ ୯ଲକ୍ଷ ୪୭ ହଜାର ୧୧୯ଟି ପକ୍ଷୀ ଆସିଥିବାବେଳେ ସେଥିରେ ୧୬୧ ପ୍ରଜାତିର ପକ୍ଷୀ ରହିଥିଲେ । ସେହିପରି ୨୦୧୮ ମସିହାରେ ୮ଲକ୍ଷ ୯୩ହଜାର ୩୯୦ଟି ପକ୍ଷୀ ଆସିଥିବା ବେଳେ ତାମଧ୍ୟରେ ୧୪୭ ପ୍ରଜାତିର ପକ୍ଷୀ ରହିଥିଲେ । ୨୦୧୯ ରେ ମୋଟ ୧୦ଲକ୍ଷ ୪୭ହଜାର ୯୬୮ଟି ପକ୍ଷୀ ଆସିଥିବା ବେଳେ ୧୮୧ ପ୍ରଜାତିର ପକ୍ଷୀ ଆସିଥିବା ସୂଚନା ମିଳିଛି । ପ୍ରତିବର୍ଷ ଜାନୁଆରୀ ପ୍ରଥମ ସପ୍ତାହରେ ଚିଲିକାରେ ରାଜ୍ୟ ସରକାରଙ୍କ ତରଫରୁ ପକ୍ଷୀ ଗଣନା କରାଯାଇଥାଏ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ