ଓଡିଶା

odisha

ETV Bharat / state

ସରିଲା ଶିଶୁ ଚଳଚ୍ଚିତ୍ର ମହୋତ୍ସବ କଲ୍ଲୋଳ ୨୦୨୨ - ଶିଶୁ ଚଳଚ୍ଚିତ୍ର ମହୋତ୍ସବ କଲ୍ଲୋଳ ୨୦୨୨

ଅନୁଷ୍ଠିତ ହୋଇଯାଇଛି ଶିଶୁ ଚଳଚ୍ଚିତ୍ର ମହୋତ୍ସବ କଲ୍ଲୋଳ ୨୦୨୨ । ସ୍ୱେଚ୍ଛାସେବୀ ସଂଗଠନ ‘ଆଇନା’ ଓ ୟୁନିସେଫ୍ ଓଡିଶା ସହଭାଗିତାରେ ‘କଲ୍ଲୋଳ-୨୦୨୨’ ଶିଶୁ ଚଳଚ୍ଚିତ୍ର ମହୋତ୍ସବର ନବମ ସଂସ୍କରଣ ଗତ ଶନିବାର ସ୍ଥାନୀୟ ଏକ ଘରୋଇ ହୋଟେଲ ଠାରେ ଆୟୋଜିତ ହୋଇଯାଇଛି । ଅଧିକ ପଢ଼ନ୍ତୁ

ସରିଲା ଶିଶୁ ଚଳଚ୍ଚିତ୍ର ମହୋତ୍ସବ କଲ୍ଲୋଳା ୨୦୨୨
ସରିଲା ଶିଶୁ ଚଳଚ୍ଚିତ୍ର ମହୋତ୍ସବ କଲ୍ଲୋଳା ୨୦୨୨

By

Published : Nov 21, 2022, 12:22 PM IST

ଭୁବନେଶ୍ବର: ଅନୁଷ୍ଠିତ ହୋଇଯାଇଛି ଶିଶୁ ଚଳଚ୍ଚିତ୍ର ମହୋତ୍ସବ କଲ୍ଲୋଳ ୨୦୨୨। ସ୍ୱେଚ୍ଛାସେବୀ ସଂଗଠନ ‘ଆଇନା’ ଓ ୟୁନିସେଫ୍ ଓଡିଶା ସହଭାଗିତାରେ ‘କଲ୍ଲୋଳ-୨୦୨୨’ ଶିଶୁ ଚଳଚ୍ଚିତ୍ର ମହୋତ୍ସବର ନବମ ସଂସ୍କରଣ ଗତ ଶନିବାର ସ୍ଥାନୀୟ ଘରୋଇ ହୋଟେଲ ଠାରେ ଆୟୋଜିତ ହୋଇଯାଇଛି । ଏଥିରେ ଜଳବାୟୁ ପରିବର୍ତ୍ତନ ଓ ଶିଶୁମାନଙ୍କ ଉପରେ ଏହାର ପ୍ରଭାବ ବିଷୟରେ ଶିଶୁମାନଙ୍କ ଦ୍ୱାରା ପ୍ରସ୍ତୁତ ୯ଟି କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା ।

ସରିଲା ଶିଶୁ ଚଳଚ୍ଚିତ୍ର ମହୋତ୍ସବ କଲ୍ଲୋଳା ୨୦୨୨

୯୦ ସେକେଣ୍ଡର ସିନେମାରେ ଛୋଟ ପିଲାମାନଙ୍କ ଦ୍ୱାରା ବେଶ ଶିକ୍ଷଣୀୟ ଓ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦିଆଯାଇଛି । ସମୁଦାୟ ୪୭ ଜଣ ପିଲାଙ୍କ ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ର ବେଶ ଆତ୍କୃଷ୍ଟ ହୋଇଥିଲା । ତେବେ ଏହାର ପୂର୍ବ ବା ମନୋନୟନ ପ୍ରକ୍ରିୟା ବଲାଙ୍ଗୀର ଜିଲ୍ଲାର ଲୋଇସିଙ୍ଗା ବ୍ଲକ ଅନ୍ତର୍ଗତ ଯୋଗିସାର୍ଦା ସ୍ଥିତ ହରିହର ନୋଡାଲ ଉଚ୍ଚ ବିଦ୍ୟାଳୟ, ରାୟଗଡା ଜିଲ୍ଲା ଅନ୍ତର୍ଗତ ପିତାମହଲ ସ୍ଥିତ ଆଶ୍ରମ ସ୍କୁଲ ଏବଂ ଯାଜପୁର ଜିଲ୍ଲା ଅନ୍ତର୍ଗତ ଜେନାପୁର ସ୍ଥିତ ଜେନାପୁର ସରକାରୀ ଉଚ୍ଚ ବିଦ୍ୟାଳୟ ଗୁଡିକରେ ୮ ଦିନିଆ କର୍ମଶାଳା ଆୟୋଜିତ କରାଯାଇଥିଲା ।

ଏହି ୮ ଦିନିଆ କାର୍ଯ୍ୟକ୍ରମରେ ପ୍ରଥମ ତିନିଦିନ ବିଷୟ ବସ୍ତୁ ଉପରେ ଆଲୋଚନା ଓ ସ୍କ୍ରିପ୍ଟ ଲେଖା ପାଇଁ ଥିଲା । ଚତୁର୍ଥ ଦିନ ଚଳଚ୍ଚିତ୍ର ନିର୍ମାଣ ପ୍ରକିୟାରେ ବ୍ୟବହୃତ ଯାନ୍ତ୍ରିକ ଉପକରଣର ପରିଚାଳନା ଏବଂ ଶେଷ ଚାରିଦିନ ସୁଟିଂ ଓ ଏଡିଟିଂ ପାଇଁ ରଖାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଲୋକପ୍ରିୟ ଅଭିନେତା ତଥା ମୋ କଲେଜର ଅଧ୍ୟକ୍ଷ ଆକାଶ ଦାସନାୟକ ଯୋଗଦେଇ କହିଥିଲେ ଯେ, ଜଳବାୟୁ ପରିବର୍ତ୍ତନ ବିଷୟରେ ଚିନ୍ତା କରିବା ପାଇଁ ବର୍ତ୍ତମାନ ସମୟ ଆମକୁ ଆହ୍ୱାନ ଦେଇସାରିଲେଣି ।

କିଭଳି ଜଳବାୟୁ ପରିବର୍ତ୍ତନକୁ ରୋକିବା ସେଥିପାଇଁ ଆମକୁ କ୍ରିୟାଶୀଳ ହେବା ଆବଶ୍ୟକ । ପିଲାମାନେ ହେଉଛନ୍ତି ବିଶ୍ୱର ଭବିଷ୍ୟତ । ଦେଖିକି ଖୁସି ଲାଗୁଛି ପିଲାମାନେ ନିଜେ ଏ ବିଷୟରେ ସଚେତନ ହୋଇ ଅନ୍ୟକୁ ସଚେତନ କରାଇବା ପାଇଁ ସିନେମା ପ୍ରସ୍ତୁତ କରିଛନ୍ତି । ଏହାସହ ଜଳବାୟୁ ପରିବର୍ତ୍ତନ କେବଳ ଏକ ବିଷୟବସ୍ତୁ ନୁହେଁ ଏହା ସମଗ୍ର ବିଶ୍ୱ ପାଇଁ ଏକ ଜଟିଳ ସମସ୍ୟା ।

ଯେଉଁଠି ବଡ ବଡ ଲୋକମାନେ ଏହାକୁ ଅଣଦେଖା କରୁଛନ୍ତି । ସେଠି ଏହି ଭଳି କୁନି କୁନି ପିଲାମାନଙ୍କ ଦ୍ୱାରା ପ୍ରସ୍ତୁତ ଚଳଚ୍ଚିତ୍ର ଲୋକମାନଙ୍କ ପାଇଁ ଏକ ମାର୍ଗଦର୍ଶକ ହୋଇପାରିବ ବୋଲି ଶିଶୁ ଚଳଚ୍ଚିତ୍ର ମହୋତ୍ସବ କଲ୍ଲୋଳ-୨୦୨୨ର ସମାରୋହରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ହକି ଇଣ୍ଡିଆର ସଭାପତି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ମତ ରଖିଛନ୍ତି ।

ଏହାସହ ପିଲାମାନଙ୍କ ମାଧ୍ୟମରେ ବିଭିନ୍ନ ସାମାଜିକ ପ୍ରସଙ୍ଗକୁ ନେଇ ବାର୍ତ୍ତା ପହଞ୍ଚାଇବା ପାଇଁ କଲ୍ଲୋଳର ଏହି ପ୍ରୟାସକୁ ମଧ୍ୟ ପ୍ରଶଂସା କରିଛନ୍ତି । ସେହିପରି ଏଥିରେ ଆନ୍ତର୍ଜାତୀୟ ଚେସ୍ ଖେଳାଳୀ ପଦ୍ମିନୀ ରାଉତ ନିଜର ବକ୍ତବ୍ୟରେ କହିଥିଲେ ଜଳବାୟୁ ପରିବର୍ତ୍ତନ ସମଗ୍ର ବିଶ୍ୱ ପାଇଁ ଏବେ ମୁଣ୍ଡ ବିନ୍ଧାର କାରଣ ପାଲିଟିଛି । ତେବେ ଛୋଟ ଛୋଟ ପିଲାଙ୍କ ଦ୍ୱାରା ପ୍ରସ୍ତୁତ ସିନେମା ଗୁଡିକ ସମାଜରେ ନିଶ୍ଚିତ ରୂପରେ ପରିବର୍ତ୍ତନ ଆଣିବ ।

କଲ୍ଲୋଳ ଚଳଚ୍ଚିତ୍ର ମହୋତ୍ସବ ଏମିତି ଏକ ପ୍ଲାଟଫର୍ମ ଯେଉଁଠି ଶିଶୁମାନଙ୍କୁ ପ୍ରଭାବିତ କରୁଥିବା ପ୍ରସଙ୍ଗ ଅବା ବିଷୟବସ୍ତୁ ଉପରେ ସେମାନେ ଖୋଲାଖୋଲି ଭାବରେ ନିଜର ମତାମତ ରଖିପାରୁଛନ୍ତି । ସେମାନଙ୍କ ଦ୍ୱାରା ପ୍ରସ୍ତୁତ ସିନେମା ଖୁବ୍ ମନ ମୁଗ୍ଧକର ହୋଇଛି ଯାହା ସମାଜରେ ସକରାତ୍ମକ ପ୍ରଭାବ ପକାଇବ । ଏହି ଅବସରରେ କାର୍ଯ୍ୟକ୍ରମର ପ୍ରାରମ୍ଭରେ ତିନୋଟି ସ୍କୁଲର ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ ନୃତ୍ୟ ପରିବେଶଣ କରାଯାଇଥିଲା । ଫିଲ୍ମ ଗୁଡିକ ପ୍ରସ୍ତୁତ କରିଥିବା ତିନୋଟି ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details