ଓଡିଶା

odisha

By

Published : Jun 27, 2023, 5:07 PM IST

ETV Bharat / state

ଆଉ ରାଜଧାନୀରେ ଦେଖିବାକୁ ମିଳିବେନି ଶିଶୁ ଶ୍ରମିକ ! ଶ୍ରମ ନିର୍ଦ୍ଦେଶାଳୟ ନେଲା ବଡ ଆକ୍ସନ

ରାଜଧାନୀରେ ଶିଶୁଙ୍କୁ ଖୋଜିବା ପାଇଁ ଆରମ୍ଭ ହୋଇଛି ସର୍ଚ୍ଚ ଅପରେସନ । ବିଭିନ୍ନ ହୋଟେଲ, ସପିଂ ମଲରେ ଚାଇଲ୍ଡ ଲାଇନ ଓ କମିଶନରେଟ ପୋଲିସର ମିଳିତ ଚଢ଼ାଉ । ଅଧିକ ପଡ଼ନ୍ତୁ

Childline raid in bhubaneswar
ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଶ୍ରମ ନିର୍ଦ୍ଦେଶାଳୟର ରେଡ୍

ଶ୍ରମ ନିର୍ଦ୍ଦେଶାଳୟ ନେଲା ବଡ ଆକ୍ସନ

ଭୁବନେଶ୍ବର:ଶିଶୁଙ୍କୁ ନେଇ ଶ୍ରମ ବିଭାଗର ଚିନ୍ତା । ଖୋଜାପଡିଛନ୍ତି ଶିଶୁ ଶ୍ରମିକ । ଶ୍ରମିକ ଭାବେ ଖଟୁଥିବା ଶିଶୁଙ୍କୁ ଖୋଜିବା ପାଇଁ ଆରମ୍ଭ ହୋଇଛି ଶ୍ରମ ନିର୍ଦ୍ଦେଶାଳୟର ସର୍ଚ୍ଚ ଅପରେସନ । ରାଜ୍ୟ ଶ୍ରମ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ସହ କମିଶନରେଟ ପୋଲିସ, ଚାଇଲ୍ଡ ଲାଇନ, ଡିସିପିଓ ଦ୍ବାରା ମିଳିତ ଭାବେ ଏହି ଅଭିଯାନ ଆରମ୍ଭ ହୋଇଛି । ରାଜଧାନୀର ବିଭିନ୍ନ ଜନଗହଳିପୂର୍ଣ୍ଣ ମାର୍କେଟ, ସପିଂ ମଲ, ହୋଟେଲ ଓ ଗ୍ୟାରେଜ ସମେତ ବିଭିନ୍ନ ସ୍ଥାନରେ ଟିମ ଚଢ଼ାଉ କରିଛି ।

ଭୁବନେଶ୍ୱରର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ସ୍ବତନ୍ତ୍ର ଟିମ ବୁଲି ବିଭିନ୍ନ ଦୋକାନ, ମଲ ଓ ହୋଟେଲ ଭିତରେ ପଶି କାମ କରୁଥିବା କର୍ମଚାରୀଙ୍କ ଯାଞ୍ଚ କରିଛନ୍ତି । କେହି ଛୋଟ ପିଲା ପରି ଦିଶିଲେ ତୁରନ୍ତ ତା'ର ଆଧାରକାର୍ଡ ସାହାଯ୍ୟରେ ଘର ଲୋକଙ୍କ ସହ ଯୋଗାଯୋଗ କରାଯାଉଛି । ଏହାପରେ ସେମାନଙ୍କୁ ରେସ୍କ୍ୟୁ କରାଯାଉଛି । ଏହି କ୍ରମରେ ସ୍ବତନ୍ତ୍ର ଟିମ ବିଭିନ୍ନ ହୋଟେଲ ଭିତରେ ଚଢ଼ାଉ କରି ଶିଶୁ ଶ୍ରମିକଙ୍କୁ ଖୋଜୁଛି । ଚାଇଲ୍ଡ ଲାଇନର ତଥ୍ୟ ଆଧାରରେ ସର୍ଚ୍ଚ ଅପରେସନ ମଧ୍ୟ ଜାରି ରହିଛି । ତେବେ ଦୀର୍ଘ 1 ମାସ ଧରି ଏହି ଅପରେସନ ଜାରି ରହିବ ବୋଲି ସୂଚନା ମିଳିଛି ।



ଦାରିଦ୍ର୍ୟତା କାରଣରୁ ଅନେକ ଶିଶୁ ଶ୍ରମିକ ଭାବେ ନିୟୋଜିତ ହେଉଥିବାର ଦୃଶ୍ୟ ସାମ୍ନାକୁ ଆସିଥାଏ । ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ସମେତ ପ୍ରତିପତ୍ତି ଲୋକଙ୍କ ଘରେ ଶିଶୁ ଶ୍ରମିକ ଭାବେ ଖଟୁଥିବା ମଧ୍ୟ ବିଗତ ଦିନରେ ସାମ୍ନାକୁ ଆସିଛି । ଗ୍ରାମାଞ୍ଚଳରୁ କିଛି ଶିଶୁ ଶ୍ରମିକ ସହରରେ ଆସି କାମ କରିଥାନ୍ତି । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରରେ ଚାଇଲ୍ଡ ଲାଇନ କମିଶନରେଟ ପୋଲିସ ସହାୟତାରେ ରେସ୍କ୍ୟୁ ଅପରେସରନ ଚାଲିଛି ।

ଏହା ମଧ୍ୟ ପଢ଼ନ୍ତୁ:ରାଉରକେଲାରେ ଶିଶୁ ଶ୍ରମିକ ବିରୋଧ ଦିବସ ପାଳିତ, ଶ୍ରମ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ରାଲି

ତେବେ ଗତ 20 ଜୁଲାଇ 2022ରେ ବିଧାନସଭାରେ ଶିଶୁ ସୁରକ୍ଷା ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ତତ୍କାଳୀନ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଉତ୍ତର‌ ଖିଥିଲେ, 2011 ଜନଗଣନା ଅନୁସାରେ ରାଜ୍ୟରେ 92087 ଶିଶୁ ଶ୍ରମିକ ଅଛନ୍ତି । ତା'ପରେ ଜନଗଣନା ହୋଇନଥିବାରୁ ଏହାର ସଂଖ୍ୟା ବଢିପାରେ । ତେଣୁ 2020ରୁ 21ମଧ୍ୟରେ ଆଶୀର୍ବାଦ ଯୋଜନା ମାଧ୍ୟମରେ ଉଭୟ ପିତାମାତା ହରାଇଥିବା ୯୮୮ଜଣ ଶିଶୁ ଓ ପରିବାରର ରୋଜଗାରକ୍ଷମ ଅଭିଭାବକ ହରାଇଥିବା ୪୨,୨୭୪ ଜଣ ଶିଶୁଙ୍କୁ ସରକାର ସହାୟତା ଯୋଗାଇଛନ୍ତି । ଏନେଇ ଶିଶୁ ସୁରକ୍ଷା ଲାଗି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ, ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ଶିଶୁ ମଙ୍ଗଳ କମିଟି, କିଶୋର ନ୍ୟାୟ ବୋର୍ଡ, ଶିଶୁ ଯତ୍ନ ଅନୁଷ୍ଠାନ, 1098 ଚାଇଲ୍ଡ ଲାଇନ, ସ୍ବତନ୍ତ୍ର କିଶୋର‌ ପୋଲିସ ୟୁନିଟ, ଜିଲ୍ଲାପଞ୍ଚାୟତସ୍ତରରେ ମଧ୍ୟ ଶିଶୁ ସୁରକ୍ଷା ଓ ଚିହ୍ନଟ ହେଉଛି ବୋଲି ଉତ୍ତର ରଖିଥିଲେ । ହେଲେ ତଥାପି ଶିଶୁ ଶ୍ରମିକ ଭଳି ଘଟଣା ସାମ୍ନାକୁ ଆସୁଛି ।



ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details