ଖୋର୍ଦ୍ଧା: ବାଲ୍ୟ ବିବାହକୁ ଭଣ୍ଡୁର କଲା ଶିଶୁ ସୁରକ୍ଷା ୟୁନିଟ । ଏକ ବାଲ୍ୟ ବିବାହ ଚାଲିଥିବାବେଳେ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ଏବଂ ଶିଶୁ ସୁରକ୍ଷା ଟିମ ପହଞ୍ଚି ବିଭାଘରକୁ ବନ୍ଦ କରିଥିବା ଜଣାଯାଇଛି । ସୂଚନାମୁତାବକ, ନୟାଗଡ ଜିଲ୍ଲାରେ ଜଣେ ନାବାଳିକାର ସ୍ଥାନୀୟ ଆଦର୍ଶ ଥାନା ଅନ୍ତର୍ଗତ ପଲା ଲୋକେଶ୍ବରପୁର ଅଞ୍ଚଳର ଜଣେ ଯୁବକଙ୍କ ସହ ବିବାହ ଚାଲିଥିଲା । ଏହି ବିବାହ ଖବର ପାଇ ଯୁବତୀଙ୍କ ପିତା ଆର୍ଦଶ ଥାନାରେ ଜଣାଇବାରୁ ପୁଲିସ ପହଞ୍ଚି ଉଭୟ ଯୁବକଯୁବତୀଙ୍କୁ ଅଟକ ରଖି ପଚରାଉଚୁରା କରୁଛି ।
ବାଲ୍ୟ ବିବାହକୁ ଭଣ୍ଡୁର କଲା ଶିଶୁ ସୁରକ୍ଷା ୟୁନିଟ - ଶିଶୁ ସୁରକ୍ଷା ୟୁନିଟ
ଏକ ବାଲ୍ୟ ବିବାହ ଚାଲିଥିବାବେଳେ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ଏବଂ ଶିଶୁ ସୁରକ୍ଷା ଟିମ ପହଞ୍ଚି ବିଭାଘରକୁ ବନ୍ଦ କରିଥିବା ଜଣାଯାଇଛି । ତେବେ ନାବାଳିକାଙ୍କ ପିତା ଝିଅର ବୟସ ୧୬ ବର୍ଷ କହୁଥିବାବେଳେ ଝିଅ ତା’ର ବୟସ ୧୮ ବର୍ଷରୁ ଊର୍ଦ୍ଧ୍ବ ବୋଲି ଦାବି କରିଛି । ଅଧିକ ପଢନ୍ତୁ...
ବାଲ୍ୟ ବିବାହକୁ ଭଣ୍ଡୁର କଲା ଶିଶୁ ସୁରକ୍ଷା ୟୁନିଟ
ତେବେ ନାବାଳିକାଙ୍କ ପିତା ଝିଅର ବୟସ ୧୬ ବର୍ଷ କହୁଥିବାବେଳେ ନାବାଳିକା ତା’ର ବୟସ ୧୮ ବର୍ଷରୁ ଊର୍ଦ୍ଧ୍ବ ବୋଲି ଦାବି କରିଛି ଓ ନିଜେ ସ୍ବଇଚ୍ଛାରେ ଆସି ବିବାହ କରିଛି ବୋଲି କହିଛି । ହେଲେ ବିବାହ କାର୍ଯ୍ୟକ୍ରମ ଚାଲିଥିବାବେଳେ ପୁଲିସ ଏହି ବିଭାଘରକୁ ବନ୍ଦ କରି ଉଭୟ ବର ଓ କନ୍ୟାକୁ ଥାନାକୁ ଆଣି ପଚରାଉଚରା କରିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ