ଭୁବନେଶ୍ବର: ଗ୍ରୀଷ୍ମକାଳୀନ ବାତ୍ୟା ମୁକାବିଲା ପାଇଁ ଆଜି ବସିବ ପୂର୍ବ ପ୍ରସ୍ତୁତି ବୈଠକ । ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ । ବିଗତ ବର୍ଷମାନଙ୍କରେ ଖରାଦିନେ ବାତ୍ୟା ତାଣ୍ଡବ ସୃଷ୍ଟି କରୁଥିବାରୁ ଆଗୁଆ ପ୍ରଶାସନିକ ପ୍ରସ୍ତୁତି ପାଇଁ ବୈଠକ ବସିବ । ବାତ୍ୟା ସମ୍ବନ୍ଧୀୟ ସୂଚନା, ଓଡ୍ରାଫ, ଏନଡିଆରଏଫ ଓ ଅଗ୍ନିଶମ ବାହିନୀର ପରିଚାଳନା, ରିଲିଫ ସାମଗ୍ରୀ ଓ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ନେଇ ଏଥିରେ ଆଲୋଚନା ହେବ ।
ଗତ କିଛି ବର୍ଷ ହେବ ରାଜ୍ୟରେ ଅଦିନରେ ବାତ୍ୟା ଓ ମାତ୍ରାଧିକ ବର୍ଷା ଯୋଗୁଁ ବନ୍ୟା ସୃଷ୍ଟି ହେଉଛି । ଫନି, ୟଶ ଓ ଅମ୍ପାନ ପରି ବାତ୍ୟା ମେ' ମାସ ଖରା ଦିନେ ଆସି ରାଜ୍ୟରେ ତାଣ୍ଡବ ରଚିଛି । ବହୁ ଧନଜୀବନ କ୍ଷୟକ୍ଷତିର କାରଣ ମଧ୍ୟ ସାଜିଛି । ତେବେ ପୂର୍ବରୁ କେବଳ ଅକ୍ଟୋବରରୁ ନଭେମ୍ବର ମାସ ମଧ୍ୟରେ ବାତ୍ୟା ସୃଷ୍ଟି ହେଉଥିଲା । ଏହାକୁ ଦୃଷ୍ଟିରେ ବିଗତ କିଛି ବର୍ଷ ହେବ ସରକାର ନିଜକୁ ଆଗୁଆ ପ୍ରସ୍ତୁତି କରୁଛନ୍ତି । ଗ୍ରୀଷ୍ମକାଳୀନ ବାତ୍ୟା ମୁକାବିଲା ପାଇଁ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆଜି ବୈଠକ ଅନୁଷ୍ଠିତ ହେବ ।