ଖୋର୍ଦ୍ଧା: ଜାତୀୟ ରାଜପଥରେ ବିଭିନ୍ନ ସମୟରେ ଘଟୁଥିବା ଦୁର୍ଘଟଣା, ଅପରାଧ ଏବଂ ଗୁଣ୍ଡାଗିରି, ଦ୍ରୁତ ଗାଡି ଚାଳନା ଉପରେ ରୋକ ଲଗାଇବାକୁ ରାଜ୍ୟ ସରକାର ନୂଆ ଯୋଜନା ଆରମ୍ଭ କରିଛନ୍ତି । ସମଗ୍ର ରାଜ୍ୟରେ ଯାଇଥିବା ଜାତୀୟ ରାଜପଥରେ ପୋଲିସ ପେଟ୍ରୋଲିଂ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହାକୁ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟରେ ମୋଟ 18ଟି ୟୁନିଟରେ ଏହି ପାଟ୍ରୋଲିଂ ଆରମ୍ଭ କରାଯାଇଛି । ଗଞ୍ଜାମ, ବରଗଡ, ଖୋର୍ଦ୍ଧା, ଅନୁଗୋଳ, ରାଉରକେଲା, ବାଲେଶ୍ବର, କଟକ, ପୁରୀ, ଭଦ୍ରକ ,ଯାଜପୁରରେ ପ୍ରାଥମିକ ଭାବେ ଏହି ସେବା ଶୁଭାରମ୍ଭ କରାଯାଇଛି ।