ଓଡିଶା

odisha

ETV Bharat / state

Naveen Visit Kolkata: ପୂର୍ବାଞ୍ଚଳ ଜୋନାଲ ପରିଷଦ ବୈଠକରେ ଯୋଗ ଦେବେ - ପଶ୍ଚିମବଙ୍ଗ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Chief Minister Naveen Patnaik ) ଆସନ୍ତା ନଭେମ୍ବର 4 ତାରିଖରେ 2 ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯିବେ । ମୁଖ୍ୟମନ୍ତ୍ରୀ ଏହି ଗସ୍ତ ସମୟରେ ପୂର୍ବାଞ୍ଚଳ ଜୋନାଲ ପରିଷଦ ବୈଠକରେ ଯୋଗ ଦେବେ । ମୁଖ୍ୟମନ୍ତ୍ରୀ ମେକ ଇନ ଓଡିଶା ରୋଡ଼ ସୋ'ରେ ସାମିଲ ହେବା ସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସାକ୍ଷାତ କରିବେ ବୋଲି ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀ ହେବା ପରେ ନବୀନଙ୍କ ପଶ୍ଚିମବଙ୍ଗକୁ ଏହା ପ୍ରଥମ ସରକାରୀ ଗସ୍ତ । ଅଧିକ ପଢନ୍ତୁ

Naveen Visit Kolkata: ପୂର୍ବାଞ୍ଚଳ ଜୋନାଲ ପରିଷଦ ବୈଠକରେ ଯୋଗ ଦେବେ
Naveen Visit Kolkata: ପୂର୍ବାଞ୍ଚଳ ଜୋନାଲ ପରିଷଦ ବୈଠକରେ ଯୋଗ ଦେବେ

By

Published : Oct 28, 2022, 10:23 PM IST

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Chief Minister Naveen Patnaik ) ଆସନ୍ତା ନଭେମ୍ବର 4 ତାରିଖରେ 2 ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯିବେ । ମୁଖ୍ୟମନ୍ତ୍ରୀ ଏହି ଗସ୍ତ ସମୟରେ ପୂର୍ବାଞ୍ଚଳ ଜୋନାଲ ପରିଷଦ ବୈଠକରେ ଯୋଗ ଦେବେ । ମୁଖ୍ୟମନ୍ତ୍ରୀ ମେକ ଇନ ଓଡିଶା ରୋଡ଼ ସୋ'ରେ ସାମିଲ ହେବା ସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସାକ୍ଷାତ କରିବେ ବୋଲି ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀ ହେବା ପରେ ନବୀନଙ୍କ ପଶ୍ଚିମବଙ୍ଗକୁ ଏହା ପ୍ରଥମ ସରକାରୀ ଗସ୍ତ ।

Naveen Visit Kolkata: ପୂର୍ବାଞ୍ଚଳ ଜୋନାଲ ପରିଷଦ ବୈଠକରେ ଯୋଗ ଦେବେ

ଆସନ୍ତା ନଭେମ୍ବର 5 ତାରିଖରେ ବସିବ ପୂର୍ବାଞ୍ଚଳ ଜୋନାଲ ପରିଷଦ ବୈଠକ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ପଶ୍ଚିମବଙ୍ଗ ସଚିବାଳୟ ନବାନ୍ନାରେ ଅନୁଷ୍ଠିତ ହେବ ଏହି ବୈଠକ । ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ସିକିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ ଯୋଗ ଦେବେ । ଏହି ପୂର୍ବାଞ୍ଚଳ ଜୋନାଲ ପରିଷଦ ବୈଠକରେ ଯୋଗ ଦେବାକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆସନ୍ତା 4 ତାରିଖରେ 2 ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯିବେ ।

ଅନ୍ୟପଟେ ଓଡ଼ିଶା ସରକାରଙ୍କ ପକ୍ଷରୁ ନଭେମ୍ବର 4ରୁ 6 ମଧ୍ୟରେ ମେକ ଇନ ଓଡ଼ିଶା ରୋଡ଼ ସୋ କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମରେ ସାମିଲ ହେବା ସହ ରାଜ୍ୟରେ ଶିଳ୍ପାୟନ ନେଇ ଶିଳ୍ପପତି ମାନଙ୍କ ସହିତ ଆଲୋଚନା କରିବେ । ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସ୍ୱତନ୍ତ୍ର ଭାବରେ ସାକ୍ଷାତ କରିବାର ସମ୍ଭାବନା ରହିଛି । 2024 ସାଧାରଣ ନିର୍ବାଚନ ପୂର୍ବରୁ ଏହି ସମ୍ମିଳନୀରେ ସାମିଲ ହେବାକୁ ଥିବା ସମସ୍ତ ରାଜ୍ୟରେ ଆଞ୍ଚଳିକ ଦଳ ନେତୃତ୍ୱରେ ସରକାର ରହିଛି । ଆସନ୍ତା ନିର୍ବାଚନରେ ବିଜେପିର ପୂର୍ବାଞ୍ଚଳ ଉପରେ ଲକ୍ଷ୍ୟ ଥିବାବେଳେ ଏହି ଭେଟଘାଟରୁ ରାଜନୈତିକ ବାର୍ତ୍ତା ଉପରେ ନଜର ରହିବ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details