ଓଡିଶା

odisha

ETV Bharat / state

ବଢ଼ିଲା ସ୍ୱାସ୍ଥ୍ୟ ଭିତ୍ତିଭୂମି, ଲୋକାର୍ପଣ ହେଲା ଅତ୍ୟାଧୁନିକ ଟୀକା ଯୋଗାଣ ଓ ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଗାଡ଼ି - ଭ୍ରାମ୍ୟମାଣ ଯାନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ

ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ଅଧିକ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର। ରାଜ୍ୟର ସ୍ୱାସ୍ଥ୍ୟ ସେବାକୁ ବ୍ୟାପକ କରିବା ଲାଗି ନିଆଯାଉଛି ଅନେକ ନୂଆ ନୂଆ ପଦକ୍ଷେପ। ଟୀକା ଯୋଗାଣ ପାଇଁ 10 ଟି ଓ ରକ୍ତ ସଂଗ୍ରହ ପାଇଁ 5 ଟି ଭ୍ରାମ୍ୟମାଣ ଯାନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅଧିକ ପଢନ୍ତୁ

Chief Minister Naveen Patnaik
Chief Minister Naveen Patnaik

By

Published : Mar 9, 2023, 10:58 PM IST

ଭୁବନେଶ୍ବର:ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ଅଧିକ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର। ରାଜ୍ୟର ସ୍ୱାସ୍ଥ୍ୟ ସେବାକୁ ବ୍ୟାପକ କରିବା ଲାଗି ନିଆଯାଉଛି ଅନେକ ନୂଆ ନୂଆ ପଦକ୍ଷେପ। ଟୀକା ଯୋଗାଣ ପାଇଁ 10 ଟି ଓ ରକ୍ତ ସଂଗ୍ରହ ପାଇଁ 5 ଟି ଭ୍ରାମ୍ୟମାଣ ଯାନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମଣିଷ ଶରୀରରେ ସୃଷ୍ଟି ହେଉଥିବା ରୋଗର ନିରାକରଣ ଟୀକାକରଣ ଦ୍ୱାରା ସମ୍ଭବ ହେଉଛି। ଏହା ଦ୍ୱାରା ଅସୁସ୍ଥତା ଓ ମୃତ୍ୟୁହାରକୁ ମଧ୍ୟ ହ୍ରାସ କରାଯାଇ ପାରୁଛି। ଏ କ୍ଷେତ୍ରରେ ବିଶ୍ୱବ୍ୟାପୀ ଟିକାକରଣ ଅଭିଯାନ ଚାଲୁ ରହିଛି ।


ଏଥିପାଇଁ ସମସ୍ତ ଟିକାକୁ ଗଚ୍ଛିତ ରଖି ରାଜ୍ୟବ୍ୟାପୀ ଅବସ୍ଥାପିତ ଟିକା ଭଣ୍ଡାର ଓ ଟିକାକରଣ କେନ୍ଦ୍ରକୁ ତାପ ସଂରକ୍ଷିତ ଯାନ ଦ୍ୱାରା ପଠାଇ ଟିକାର ଗୁଣାତ୍ମକ ମାନକୁ ବଜାୟ ରଖିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ଟିକା ଶିତଳୀକରଣ ବ୍ୟବସ୍ଥାର ଆବଶ୍ୟକତା ରହିଛି। ରାଜ୍ୟରେ ଗୋଟିଏ ରାଜ୍ୟସ୍ତରୀୟ ଟିକା ସଂରକ୍ଷଣ ଭଣ୍ଡାର ରହିଥିବା ବେଳେ ୩୨ ଜିଲ୍ଲାରେ ଟିକା ଗଚ୍ଛିତ କେନ୍ଦ୍ର ଓ ୧୯୯୦ଟି ନିରାପଦ ଶୀତଳୀକରଣ କେନ୍ଦ୍ର ରହିଛି। ଏହି ସମସ୍ତ ଟିକାର ନିରାପଦ ପରିବହନ ପାଇଁ ଓଡ଼ିଶା ରାଜ୍ୟ ଔଷଧ ନିଗମ ପକ୍ଷରୁ ୧୦ ଟି ତାପ ସଂରକ୍ଷିତ ଯାନ କ୍ରୟ କରାଯାଇଛି । ଏହାଦ୍ୱାରା ସମଗ୍ର ରାଜ୍ୟକୁ କିଭଳି ଭାବରେ ସୁରୁଖୁରୁରେ ଟିକା ପରିବହନ କରାଯାଇପାରିବ ନେଇ ବ୍ୟବସ୍ଥା କରାଯାଇଛି।


ତେବେ ନୂତନ ଭାବେ କ୍ରୟ କରାଯାଇଥିବା ଏହି ତାପ ସଂରକ୍ଷିତ ଯାନଗୁଡ଼ିକ ରାଜ୍ୟରେ ସହଜ ଟିକା ଯୋଗାଣର ସୁନିଶ୍ଚିତ ବ୍ୟବସ୍ଥା କରିବା ପାଇଁ ରାଜ୍ୟ ଟିକା ସଂରକ୍ଷଣ ଭଣ୍ଡାର ଓ ୯ ଟି ଆଞ୍ଚଳିକ ଟିକା ସଂରକ୍ଷଣ କେନ୍ଦ୍ର ବାଲେଶ୍ୱର, ବଲାଙ୍ଗିର, ବ୍ରହ୍ମପୁର, ଭୁବନେଶ୍ୱର, କଟକ, କୋରାପୁଟ, ଫୁଲବାଣୀ, ସମ୍ବଲପୁର ଏବଂ ସୁନ୍ଦରଗଡ଼ରେ ଅବସ୍ଥାପିତ କରାଯିବ। କ୍ରୟ କରାଯାଇଥିବା ଏହି ତାପ ସଂରକ୍ଷିତ ଯାନଗୁଡ଼ିକ ରାଜ୍ୟ ବ୍ୟୟବରାଦର ଅନ୍ତର୍ଭୁକ୍ତ ଅଟେ। ଅନ୍ୟପଟେ ଗ୍ରାମଞ୍ଚଳରେ ସ୍ୱାଛାକୃତ ରକ୍ତ ଦାନକୁ ପ୍ରୋତ୍ସାହିତ କରିବା ଓ ରକ୍ତ ସଂଗ୍ରହ ପାଇଁ ରକ୍ତ ସଂରକ୍ଷଣ ଯାନ ବିଭିନ୍ନ ସ୍ୱାସ୍ଥ୍ୟ ସୁବିଧା କେନ୍ଦ୍ରଗୁଡ଼ିକୁ ଯୋଗାଇ ଦିଆଯାଉଛି ।


ସେପଟେ ୨୦୧୯ ମସିହାରେ ୯ଟି ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଯାନ ଏସ୍‌ସିବି ମେଡିକାଲ କଲେଜ, ଏମକେସିଜି ମେଡିକାଲ କଲେଜ, ବ୍ରହ୍ମପୁର, ଭିମସାର ବୁର୍ଲା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବଲାଙ୍ଗିର, ବାରିପଦା, ବାଲେଶ୍ୱର, ବରଗଡ଼ ଏବଂ ଆଇଜିଏଚ ରାଉରକେଲାକୁ ଯୋଗାଇ ଦିଆଯାଇଛି । ଫଳରେ ୨୦୨୦ ମସିହାରେ ରକ୍ତ ସଂଗ୍ରହ ଅନୁପାତ ୮୯.୯୧୭ ୟୁନିଟ୍‌ରୁ ବୃଦ୍ଧି ପାଇ ୨୦୨୨ ମସିହାରେ ୧,୭୬.୭୪୭ ୟୁନିଟ୍‌ରେ ପହଞ୍ଚି ପାରିଛି । ଏହି କାର୍ଯ୍ୟକ୍ରମର ପୁନଃ ଅଗ୍ରଗତି ନିମନ୍ତେ ଆଉ ୫ ଟି ସଂପୂର୍ଣ୍ଣ ରୂପେ ବିକଶିତ ହୋଇଥିବା ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଯାନ ଓଡ଼ିଶା ରାଜ୍ୟ ଔଷଧ ନିଗମ ପକ୍ଷରୁ କ୍ରୟ କରାଯାଇଛି। ଏଥିରେ ସମସ୍ତ ପ୍ରକାରର ନୂତନ ଜ୍ଞାନକୌଶଳ ସଜ୍ଜିତ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି ।


ସେହିପରି ଦାତବ୍ୟ ଶଯ୍ୟା, ରକ୍ତ ସଂରକ୍ଷଣ ରେଫି୍ରଜେରେଟର, ରକ୍ତ ସଂଗ୍ରହ ମନିଟର, ଅନ୍ୟାନ୍ୟ ଆନୁଷଙ୍ଗିକ ଯନ୍ତ୍ରପାତି ଜେନେରେଟର, ଇନଭର୍ଟରର ସୁବିଧା ରହିଛି । ଏହାଦ୍ୱାରା ନିଶ୍ଚିତ ଭାବେ ରକ୍ତ ସଂଗ୍ରହ ବୃଦ୍ଧି ପାଇବା ସହ ସଂଗୃହିତ ରକ୍ତର ସମସ୍ତ ଗୁଣବତ୍ତା ବଜାୟ ରହିବ । ଆବଶ୍ୟକ ସ୍ଥଳେ ରକ୍ତ ଯୋଗାଇ ଦିଆଯାଇପାରିବ। ଏହି ଯାନଗୁଡିକ ରାଜ୍ୟ ସରକାରଙ୍କ ଦ୍ୱାରା ୟୁନିଟ୍ ପ୍ରତି ୫୪,୦୨,୮୦୦ ଟଙ୍କାରେ ମୋଟ ୨,୭୦,୧୪,୦୦୦ ଟଙ୍କାରେ କ୍ରୟ କରାଯାଇଛି । ଏହାଦ୍ୱାରା ନିଶ୍ଚିତ ଭାବେ ରକ୍ତ ସଂଗ୍ରହ ବୃଦ୍ଧି ପାଇବା ସହ ସଂଗୃହିତ ରକ୍ତର ସମସ୍ତ ଗୁଣବତ୍ତା ବଜାୟ ରହିବ ଓ ଆବଶ୍ୟକ ସ୍ଥଳେ ରକ୍ତ ଯୋଗାଇ ଦିଆଯାଇପାରିବ। ତେବେ ଆଜି ଏହି ଶୁଭାରମ୍ଭ କାର୍ଯ୍ୟକ୍ରମକୁ ନବୀନ ନିବାସ ଠାରେ ଶୁଭାରମ୍ଭ ହୋଇଛି। ଏହାକୁ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହିଛନ୍ତି ସ୍ୱାସ୍ଥ୍ୟ ସଚିବ, ଔଷଧ ନିଗମର ନିର୍ଦ୍ଦେଶକ, ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ଏବଂ ସ୍ୱାସ୍ଥ୍ୟ ବିଭାଗର ଅନନ୍ୟ ଅଧିକାରୀ ମାନେ ଉପସ୍ଥିତ ରହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details