ଭୁବନେଶ୍ବର: ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡି଼କର ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ତଥା ଶିକ୍ଷା ବ୍ୟବସ୍ଥା ସହ ଜଡ଼ିତ ସମସ୍ତ ବ୍ୟକ୍ତି ବିଶେଷଙ୍କୁ ସମ୍ମାନୀତ ଓ ପୁରସ୍କୃତ କରି ପ୍ରୋତ୍ସାହନ ଦେବା ପାଇଁ ଚଳିତବର୍ଷ ବଜେଟରେ 'ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର' ବ୍ୟବସ୍ଥା ଘୋଷଣା କରିଥିଲେ ରାଜ୍ୟ ସରକାର । ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ଏହି ପୁରସ୍କାର ଦିଆଯିବ । ଏନେଇ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଗଣଶିକ୍ଷା ବିଭାଗର ରାଜ୍ୟସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ହୋଇଛି ।
ବୈଠକରେ ଛାତ୍ରଛାତ୍ରୀ ମେଧାବୀ ପୁରସ୍କାର ଓ ଛାତ୍ରଛାତ୍ରୀଙ୍କ ତାଲିକା ଉପସ୍ଥାପନା କରାଯାଇଛି । ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡି଼କର ଛାତ୍ରଛାତ୍ରୀଙ୍କୁ ଏହି ପୁରସ୍କା ଦିଆଯିବ । ରାଜ୍ୟରେ ଶ୍ରେଷ୍ଠ 100 ଜଣଙ୍କୁ 50 ହଜାର ଟଙ୍କା, ଜିଲ୍ଲାସ୍ତରରେ ଶ୍ରେଷ୍ଠ 3000ଜଣଙ୍କୁ 10 ହଜାର ଟଙ୍କା ପ୍ରତି ବ୍ଲକରେ ଶ୍ରେଷ୍ଠ 100ଜଣଙ୍କୁ 5 ହଜାର ଟଙ୍କା ଲେଖାଏ ପୁରସ୍କାର ରାଶି ପ୍ରଦାନ କରାଯିବ । ଅର୍ଥିକ ଅନଗ୍ରସର ପରିବାରର ମେଧାବୀ ପିଲାଙ୍କୁ ପ୍ରୋତ୍ସାହିତ କରିବାକୁ ମେଧା ବୃତ୍ତି ପୁରସ୍କାର ଦିଆଯିବ ।
ରାଜ୍ୟରେ ସର୍ବାଧିକ ନମ୍ବର ରଖିଥିବା ୨ ହଜାର ଜୀତୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍ଏଫ୍ଏସ୍ଏ) ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଏସ୍ଏଫ୍ଏସ୍ଏସ୍) ରାସନକାର୍ଡ ହିତାଧିକାରୀ ପରିବାରର ଛାତ୍ରଛାତ୍ରୀଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ପୁରସ୍କାର ଦିଆଯିବ । ଏହା ପରେ ବିଦ୍ୟାଳୟସ୍ତରରେ ନେତୃତ୍ୱ ନେବାର କଳା ଥିବା ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରିବାକୁ ମିଳିବ 'ଛାତ୍ରଛାତ୍ରୀ ନେତୃତ୍ୱ ପୁରସ୍କାର' । ପ୍ରତ୍ୟେକ ସ୍କୁଲରୁ ଦଶମ ଶ୍ରେଣୀର ଜଣେ ଛାତ୍ର ଓ ଜଣେ ଛାତ୍ରୀଙ୍କୁ ଏହି ପୁରସ୍କାର ଦିଆଯିବ । ସମୁଦାୟ ୮୩୧୧ ଛାତ୍ର ଓ ୮୮୦୭ ଛାତ୍ରୀଙ୍କୁ ଏହି ପୁରସ୍କାର ମିଳିବ ।
ଏହା ବି ପଢନ୍ତୁ...ଚଳିତବର୍ଷଠାରୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର; ଖୁବ୍ଶୀଘ୍ର ଚୟନ ପ୍ରକ୍ରିୟା