ଖୋର୍ଦ୍ଧା:ସାଇ ଟ୍ରଷ୍ଟ ନାଁରେ କୋଟିଏରୁ ଅଧିକ ଟଙ୍କା ଠକେଇ ଅଭିଯୋଗ । ଅଭିଯୋଗ ପରେ ପଚରାଉଚରା ପାଇଁ ଟ୍ରଷ୍ଟର ମୁଖ୍ୟ ଦୀପକ ବରାଡଙ୍କୁ ଉଠାଇ ନେଲା ଛତିଶଗଡ ପୋଲିସ । ଅଭିଯୁକ୍ତର ଘର ନୟାଗଡ ଉପଖଣ୍ଡ ଘଡୁଆଳ ଗାଁରେ । ଦୀପକ ରଣପୁର ଥାନା ଅନ୍ତର୍ଗତ ବିନୋଦପଡା ଛକ ନିକଟରେ ସାଇ ଟ୍ରଷ୍ଟ ନାମକ ସଂସ୍ଥା ଖୋଲି ଏଠାରେ କାର୍ଯ୍ୟାଳୟ ଚଳାଇଥିଲେ । ସାଇ ବେବି ଫୁଡ଼, ସାଇ କୁଟୀର ଆଦି ବିଭିନ୍ନ ଯୋଜନା କରି ଲୋକମାନଙ୍କୁ ଠକେଇ କରୁଥିଲା । ରାଜ୍ୟର ୩୦ଟି ଜିଲ୍ଲା ସହିତ ପଶ୍ଚିମବଙ୍ଗ, ଛତିଶଗଡ, ଝାଡଖଣ୍ଡ ଆଦି ରାଜ୍ୟରେ ନିଜର କାୟା ବିସ୍ତାର କରିଥିଲା ଏହି ଟ୍ରଷ୍ଟ ।
ଏହାମଧ୍ୟ ପଢନ୍ତୁ: ବେସରକାରୀ କଲେଜକୁ ଅନୁଦାନ ପ୍ରସଙ୍ଗ, ବିରୋଧ ପରେ ଚିଠି ପ୍ରତ୍ୟାହାର କଲା ଉଚ୍ଚଶିକ୍ଷା ବିଭାଗ
ଲୋକମାନଙ୍କୁ ପ୍ରଭାବିତ କରିବା ପାଇଁ ବଡ଼ ବଡ଼ ସଭାର ଆୟୋଜନ କରି ରାଜନେତା ତଥା ପ୍ରସିଦ୍ଧ କଳାକାରଙ୍କ ସହ ହଜାରହଜାର ଲୋକଙ୍କୁ ଭୁଆଁ ବୁଲାଉଥିଲା ଦୀପକ । ଯଦ୍ବାରା ହଜାର ହଜାର ଶିକ୍ଷିତ ଯୁବକ ଯୁବତୀ ଏହି ଟ୍ରଷ୍ଟ ଅଧୀନରେ କାର୍ଯ୍ୟ କରୁଥିଲେ । ତେବେ ରାଜ୍ୟର ଅନେକ ସ୍ଥାନରୁ ଠକେଇ କରିସାରିବା ପରେ ଛତିଶଗଡର ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କଠାରୁ ଏକ କୋଟିରୁ ଊର୍ଦ୍ଧ ଟଙ୍କା ଠକେଇ କରିଥିବା ଛତିଶଗଡ ଥାନାରେ ଅଭିଯୋଗ ହୋଇଥିଲା । ଗତକାଲି(ଗୁରୁବାର) ସନ୍ଧ୍ୟାରେ ଛତିଶଗଡ଼ ପୋଲିସ ରାଜସୁନାଖଳା ଫାଣ୍ଡି ପୋଲିସ ସହାୟତାରେ ବିନୋଦପଡା ସାଇ ଟ୍ରଷ୍ଟ ମୁଖ୍ୟ କାର୍ଯ୍ୟାଳୟରୁ ଦୀପକ ବରାଡ଼ଙ୍କୁ ଉଠାଇ ନେଇଛି ।