ଓଡିଶା

odisha

ETV Bharat / state

ଫୋକସରେ ଯୁବପିଢ଼ି, ଛାତ୍ର କଂଗ୍ରେସ ଆରମ୍ଭ କଲା 'ଜୁଡ଼େଗା ବିଦ୍ୟାର୍ଥୀ ଜିତେଗା ଇଣ୍ଡିଆ'

କଲେଜରେ ଛାତ୍ରଛାତ୍ରୀଙ୍କ ହକ ପାଇଁ ଛାତ୍ର କଂଗ୍ରେସ ଚଲାଇବ 'ଜୁଡ଼େଗା ବିଦ୍ୟାର୍ଥୀ, ଜିତେଗା ଇଣ୍ଡିଆ' କାର୍ଯ୍ୟକ୍ରମ । ୪ ସେପ୍ଟେମ୍ବରରୁ ଘଣ୍ଟ ପିଟି ପ୍ରତି କଲେଜରେ ପ୍ରତିବାଦ କରିବ । ଅଧିକ ପଢ଼ନ୍ତୁ

By ETV Bharat Odisha Team

Published : Aug 29, 2023, 9:40 PM IST

judega vidyarthi jeetega india
ଜୁଡ଼େଗା ବିଦ୍ୟାର୍ଥୀ ଜିତେଗା ଇଣ୍ଡିଆ

ଜୁଡ଼େଗା ବିଦ୍ୟାର୍ଥୀ ଜିତେଗା ଇଣ୍ଡିଆ

ଭୁବନେଶ୍ବର:ବିଦ୍ୟାର୍ଥୀଙ୍କୁ ଏକାଠି କରିବା ପାଇଁ 'ଜୁଡ଼େଗା ବିଦ୍ୟାର୍ଥୀ, ଜିତେଗା ଇଣ୍ଡିଆ' କାର୍ଯ୍ୟକ୍ରମ କରିଛି ଛାତ୍ର କଂଗ୍ରେସ । ଭାରତୀୟ ଛାତ୍ର କଂଗ୍ରେସ ଏନଏସୟୁଆଇର ନିର୍ଦ୍ଦେଶ କ୍ରମେ ସମଗ୍ର ଦେଶ ତଥା ରାଜ୍ୟର ଛାତ୍ରଛାତ୍ରୀଙ୍କ ସମସ୍ୟା, ଶିକ୍ଷା ବ୍ୟବସ୍ଥାରେ ସୁଧାର, ଛାତ୍ର ସଂସଦ ନିର୍ବାଚନ ଏବଂ ଅନ୍ୟାନ୍ୟ ଛାତ୍ର ସମ୍ପର୍କିତ ସମସ୍ୟା ପ୍ରସଙ୍ଗରେ ସ୍ଵର ଉତ୍ତୋଳନ ପାଇଁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଛାତ୍ର କଂଗ୍ରେସ ପକ୍ଷରୁ ଏକ କର୍ମଶାଳାର ଆୟୋଜନ କରାଯାଇ 'ଜୁଡ଼େଗା ବିଦ୍ୟାର୍ଥୀ, ଜିତେଗା ଇଣ୍ଡିଆ' ର ଲୋଗୋ ଉନ୍ମୋଚନ କରାଯାଇଛି ।

ରାଜ୍ୟ ସରକାର କ୍ରମାଗତ ଭାବେ ଛାତ୍ରଙ୍କ ପ୍ରତି ଅଗଣତାନ୍ତ୍ରୀକ ଉପାୟରେ ଅବହେଳା କରି ଛାତ୍ର ସଂସଦ ନିର୍ବାଚନକୁ ବିଗତ ପାଞ୍ଚ ବର୍ଷ ଧରି ବନ୍ଦ କରି ରଖୁଛନ୍ତି । ଛାତ୍ରଙ୍କ ସ୍ୱରକୁ ଦବାଇ ରଖି ଏକଛତ୍ରବାଦ ଶାସନ ଚାଲୁଥିବା କଂଗ୍ରେସ ଅଭିଯୋଗ କରିଛି । ଏନେଇ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ କହିଛନ୍ତି, " ଛାତ୍ର ସଂସଦ ନିର୍ବାଚନ ନହେବାରୁ ଛାତ୍ରଛାତ୍ରୀ ମାନେ ନିଜର ସମସ୍ୟା ନେଇ ପ୍ରତିବାଦ କରି ପାରୁନାହାନ୍ତି । ସେମାନଙ୍କ ପ୍ରତିଭା ବା ଦକ୍ଷତା ବିକାଶ ପାଇଁ କୌଣସି କାର୍ଯ୍ୟକ୍ରମ ତଥା ଭିତ୍ତିଭୂମୀ ଦିଆଯାଉ ନାହିଁ । ଛାତ୍ରଙ୍କ ଶିକ୍ଷାର ମାନ, କ୍ରମାଗତ ଭାବେ ଦୁର୍ବଳ ହୋଇଛି । ସରକାରୀ ଦଳର ଦୁର୍ନିତୀ ଏବଂ ଭ୍ରଷ୍ଟାଚାର ବିରୁଦ୍ଧରେ ଛାତ୍ରଙ୍କ ସ୍ୱରକୁ ଚପାଇ ରଖି ନିଜର ଏକଛତ୍ରବାଦକୁ ଜାରି ରଖୁଛନ୍ତି ବିଜେଡ଼ି ସରକାର । କେବଳ ଶିକ୍ଷାନୁଷ୍ଠାନର ପୁନଃରୁଦ୍ଧାର ନାମରେ ରଙ୍ଗମାରି, ଠିକାଦାର ତଥା ବିଜେଡ଼ି କର୍ମୀଙ୍କୁ ଫାଇଦା ପହଞ୍ଚାଇବା ପାଇଁ ୫T ସଚିବ ମାଧ୍ୟମରେ ବିଭିନ୍ନ କଲେଜ ଏବଂ ମହାବିଦ୍ୟାଳୟର ମିଛ ମରାମତି ଚାଲିଛି ।"

ଏହା ମଧ୍ୟ ପଢ଼ନ୍ତୁ:ତେଜିଲା ଛାତ୍ର ସଂସଦ ନିର୍ବାଚନ ଦାବି, ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ

ଦେଶର ଶ୍ରେଷ୍ଠ ୧୦୦ ବିଶ୍ଵବିଦ୍ୟାଳୟ ମଧ୍ୟରେ ଓଡ଼ିଶାର କୌଣସି ବିଶ୍ଵବିଦ୍ୟାଳୟ ସ୍ଥାନିତ ହୋଇନାହିଁ ଓ ଶିକ୍ଷାନୁଷ୍ଠାନ ମାନଙ୍କରେ ଶିକ୍ଷକ ଏବଂ ଅଧ୍ୟାପକର ଘୋର ଅଭାବ ଦେଖାଦେଇଛି । ବିଜେଡ଼ି ଛାତ୍ର ଓ ବିଜେପିର ଛାତ୍ର ସଂଗଠନ ଏଭିବିପିର କର୍ମକର୍ତ୍ତାମାନଙ୍କ ଦ୍ଵାରା ମହାବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟ ମାନଙ୍କରେ ବିଶୃଙ୍ଖଳା ସୃଷ୍ଟି ହେବା ସହିତ ଛାତ୍ରଛାତ୍ରୀମାନଙ୍କ ପ୍ରତି ଆକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି ବୋଲି କଂଗ୍ରେସ ଅଭିଯୋଗ କରିଛି । ଏହି ସବୁ ପ୍ରମୁଖ ଦାବିକୁ ଉତ୍‌ଥାପନ କରିବା ପାଇଁ ରାଜ୍ୟର ସମସ୍ତ ମହାବିଦ୍ୟାଳୟ ମାନଙ୍କରେ ଆସନ୍ତା ୪ ସେପ୍ଟେମ୍ବରରୁ ଘଣ୍ଟ ପିଟି ପ୍ରତିବାଦ କରିବ ଛାତ୍ର କଂଗ୍ରେସ । ଆଗାମୀ ୨ ମାସ ପର୍ଯ୍ୟନ୍ତ 'ଜୁଡ଼େଗା ବିଦ୍ୟାର୍ଥୀ, ଜିତେଗା ଇଣ୍ଡିଆ' କାର୍ଯ୍ୟକ୍ରମ ଚାଲିବ ବୋଲି ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ୟାସିର ନଓ୍ବାଜ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details