ଓଡିଶା

odisha

ETV Bharat / state

Chhath Puja: କୁଆଖାଇ ନଦୀକୂଳରେ ଶ୍ରଦ୍ଧାଳୁଙ୍କ ଭିଡ - ଛଟ ପୂଜା

କୁଆଖାଇ ନଦୀକୂଳରେ ପାଳିତ ହୋଇଯାଇଛି ବିହାରୀ ସମ୍ପ୍ରଦାୟଙ୍କ ଛଟ ପର୍ବ । ସୂର୍ଯ୍ୟଦେବତାଙ୍କୁ ଆରାଧନା କଲେ ଶ୍ରଦ୍ଧାଳୁ । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Oct 30, 2022, 10:50 PM IST

ଭୁବନେଶ୍ବର: ଆଜି ପବିତ୍ର ଛଟ ପୂଜା, ରାଜଧାନୀରେ ବେଶ ଧୁମଧାମରେ ପାଳିତ ହୋଇଯାଇଛି ବିହାରୀ ସମ୍ପ୍ରଦାୟଙ୍କ ଛଟ ପର୍ବ । କୁଆଖାଇ ନଦୀକୂଳରେ ଶହଶହ ବ୍ରତଧାରୀ ଶ୍ରଦ୍ଧାଳୁ ଅସ୍ତଗାମୀ ସୂର୍ଯ୍ୟଦେବତାଙ୍କୁ ଆରାଧନା କରିବା ସହ ପାଣି ଓ କ୍ଷୀରରେ ଅର୍ଘ୍ୟ ଅର୍ପଣ କରିଥିଲେ। ପାଣ୍ଡରା କୁଆଖାଇ ନଦୀକୂଳରେ ହିନ୍ଦୀ ସମ୍ପ୍ରଦାୟ ଛଟ ପୂଜା ସମିତି ଟ୍ରଷ୍ଟ ପକ୍ଷରୁ ଛଟ ପୂଜା ଆୟୋଜନ କରାଯାଇଥିଲା।

କୁଆଖାଇ ନଦୀକୂଳରେ ଶ୍ରଦ୍ଧାଳୁଙ୍କ ଭିଡ

ସୂର୍ଯ୍ୟଦେବଙ୍କୁ ଆରଧନା କରି ବ୍ରତଧାରୀମାନେ ପରିବାର ଓ ସନ୍ତାନଙ୍କ ମଙ୍ଗଳ ମନାସୀ ପୂଜା କରିଥିଲେ। ୪ ଦିନ ଧରି ନିଷ୍ଠାର ସହ ଉପବାସ ରହି ଏହି ପୂଜା କରିଥାନ୍ତି ବିହାରୀ ସମ୍ପ୍ରଦାୟ । ପରମ୍ପରା ମୁତାବକ ସୂର୍ଯ୍ୟଙ୍କୁ ସମସ୍ତ ପ୍ରକାରର ଫଳ ଓ ଅଟାରେ ପ୍ରସ୍ତୁତ ସ୍ବତନ୍ତ୍ର ପିଠା ଅର୍ପଣ କରି ନଦୀରେ ବୁଡ଼ ପକାଇ ପୂଜା ସମାପନ କରିଥିଲେ ଶ୍ରଦ୍ଧାଳୁ ।

ଛଟ ପୂଜାର ତୃତୀୟ ଦିନରେ ଅସ୍ତଗାମୀ ସୂର୍ଯ୍ୟଦେବତାଙ୍କୁ ଶ୍ରଦ୍ଧାଳୁ ଅର୍ଘ୍ୟ ପ୍ରଦାନ କରିଥିବା ବେଳେ ଆସନ୍ତାକାଲି(ସୋମବାର) ଉଦୟମାନ ସୂର୍ଯ୍ୟଙ୍କୁ ପୂଜା କରି ପୂଜାର ସମାପନ କରିବେ ଶ୍ରଦ୍ଧାଳୁ । ଦୀର୍ଘ ଦୁଇ ବର୍ଷ ପରେ ବିନା କଟକଣାରେ ଧୁମଧାମରେ ଏହି ପୂଜା ହୋଇଥିବାରୁ କୁଆଖାଇ ନଦୀ ପଠାରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଥିଲା। ଅନ୍ୟପଟେ ଛଟ ପୂଜା ସମୟରେ ଭିଡକୁ ନଜରରେ ରଖି ପୋଲିସ ସହ ପୂଜା କମିଟି ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-Chhath Puja: ମହାନଦୀ କାଠଯୋଡ଼ିରେ ଶ୍ରଦ୍ଧାଳୁଙ୍କ ଭିଡ଼, ସୂର୍ଯ୍ୟ ଦେବତାଙ୍କୁ କଲେ ଆରାଧନା

ସେହିପରି ଏହି ପର୍ବକୁ କଟକ ସହରରେ ଧୁମଧାମରେ ପାଳିତ ହୋଇଥିବା ବେଳେ ମହାନଦୀ ଓ କାଠଯୋଡ଼ି ନଦୀ କୂଳରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା । ନଦୀ କୂଳରେ ଶତାଧିକ ମହିଳା ଓଷା ବ୍ରତ ରଖି ସୂର୍ଯ୍ୟ ଦେବତାଙ୍କୁ ପୂଜା କରୁଥିବା ନଜର ଆସିଥିଲେ । ରାଜ୍ୟ ସମେତ ଉତ୍ତର ଭାରତର ଏହି ପ୍ରସିଦ୍ଧ ଛଟ ପୂଜାକୁ ଦେଶର ଅନେକ ସ୍ଥାନରେ ପାଳନ କରାଯାଇଛି । ନୂଆଦିଲ୍ଲୀ ଉପକଣ୍ଠ କାଳିନ୍ଦୀକୁଞ୍ଜ ଘାଟରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା । ଲକ୍ଷାଧିକ ଶ୍ରଦ୍ଧାଳୁ ଘାଟରେ ପୂଜାର୍ଚ୍ଚନା କରିଥିଲେ ।


ଭୁବନେଶ୍ବର, ଇଟିଭି ଭାରତ

ABOUT THE AUTHOR

...view details