ଓଡିଶା

odisha

ETV Bharat / state

କ୍ଯାପିଟାଲ ହସ୍ପିଟାଲରେ ଦାନ୍ତ ଦେଖାଇଲେ ନବୀନ

ଦାନ୍ତ ସମସ୍ଯା ପାଇଁ କ୍ୟାପିଟାଲ ହସପିଟାଲରେ ପହଞ୍ଚିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ଡା଼କ୍ତରଙ୍କୁ ସମସ୍ଯା ସମ୍ବନ୍ଧରେ ଦେଖାଇବା ସହ ଚିକିତ୍ସା ମଧ୍ୟ କରିଛନ୍ତି ।

By

Published : Jun 5, 2019, 4:32 PM IST

ଫଟୋ ସୌଜନ୍ଯ: ସମ୍ବାଦଦାତା, ଭୁବନେଶ୍ବର


ଭୁବନେଶ୍ବର: ଦାନ୍ତ ସମସ୍ଯା ପାଇଁ ନିଜେ ମେଡ଼ିକାଲ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କ୍ଯାପିଟାଲ ହସପିଟାଲରେ ମୁଖ୍ଯମନ୍ତ୍ରୀ ପହଞ୍ଚି ନିଜର ଦାନ୍ତ ସମସ୍ଯା ନେଇ ଡାକ୍ତରଙ୍କୁ ଦେଖାଇଛନ୍ତି ।

ଭିଡ଼ିଓ ସୌଜନ୍ଯ: ସମ୍ବାଦଦାତା, ଭୁବନେଶ୍ବର

ମୁଖ୍ଯମନ୍ତ୍ରୀ ଆଗରୁ ଅନେକ ଥର ମେଡ଼ିକାଲ ଯାଇ ସ୍ବାସ୍ଥ୍ୟ ପରୀକ୍ଷା କରିଛନ୍ତି । କିନ୍ତୁ ଆଜି ନବୀନଙ୍କ ଅଚାନକ ଆଗମନ ପରେ ଲୋକଙ୍କ ମଧ୍ଯରେ ଭିଡ ଦେଖିବାକୁ ମିଳିଥିଲା । ଯେପରି ଭାବରେ ଦାନ୍ତ ସମସ୍ଯା ନେଇ ମୁଖ୍ୟମନ୍ତ୍ରୀ ହସ୍ପିଟାଲରେ ପହଞ୍ଚିଥିଲେ ଏନେଇ ଲୋକଙ୍କ ମଧ୍ଯରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଥିଲା ।

ସାଧାରଣ ଲୋକ ହେଉବା ଭିଆଇପି ବା ଭିଭିଆଇପି ସ୍ବାସ୍ଥ୍ଯ ସେବାରେ ସରକାରୀ ହସ୍ପିଟାଲ ସମସ୍ତଙ୍କ ପାଇଁ ସେବା ଯୋଗାଇ ଦେବାର ସମର୍ଥ ବୋଲି ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ପୁର୍ବରୁ ମଧ୍ଯ ଅନେକ ଥର କ୍ଯାପିଟାଲ ହସପିଟାଲରେ ନିଜର ରୋଗ ସମ୍ପର୍କରେ ଡାକ୍ତରଙ୍କ ସହ ସେ ପରାମର୍ଶ ନେଇଛନ୍ତି। ତେବେ ମୁଖ୍ଯମନ୍ତ୍ରୀଙ୍କ ଦାନ୍ତ ମୂଳରେ ପିନ ଦିଆଯାଇ ସୁନ୍ଦରତା ପାଇଁ ଖଞ୍ଜାଯାଇଛି । ଯାହାକୁ ନେଇ ମୁଖ୍ଯମନ୍ତ୍ରୀ ଚିକିତ୍ସା ପାଇଁ ଆସିଥିବା କହିଛନ୍ତି ଡାକ୍ତର ସୌମେନ୍ଦ୍ର ଷଡଙ୍ଗୀ ।

ଭୁବନେଶ୍ବରରୁ ତାପସ କୁମାର ପରିଡ଼ା, ଇଟିଭି ଭାରତ

ABOUT THE AUTHOR

...view details